ମୁଁ ଆଙ୍କ ଘରଲୋକଙ୍କୁ ପଟେଇବାପାଇଁ, ମୋ ଶଳାକୁ ପଢେଇବାକୁ ଟ୍ୟୁସନ ଟିଚର ହେଇକି ଯାଇଥିଲି, ହେଲେ ସେଦିନ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ଏହି ଓଡିଆ କଳାକାର ମାନେ ନିଜ ଅଭିନୟ ଏବଂ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଲୋକପ୍ରିୟ ଯାତ୍ରା କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଲା ଯାତ୍ରା ଅଭିନେତ୍ରୀ ସିପ୍ରା ଏବଂ ଅଭିନେତା ଅମିତ ।

ଆପଣ ମାନେ ସମସ୍ତେ ଉଭୟଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଉଭୟଙ୍କ ମଧ୍ୟରେ ଚାରି ବର୍ଷର ସମ୍ପର୍କ ଅଛି ଆଉ ଉଭୟ ବିବାହ କରିବାକୁ ଚାହୁଁ ଥିଲେ । ହେଲେ ସେତେବେଳେ କରୋନା ମହାମାରୀ ପାଇଁ ତାଙ୍କ ବିବାହ ହୋଇ ପାରି ନଥିଲା । ହେଲେ ଅନେକ ବାଧା ବିଘ୍ନ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ଛନ୍ତି ।\

ତେବେ ବର୍ତ୍ତମାନ ଉଭୟଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ସାକ୍ଷାତ୍କାରରେ ଅମିତ କହିଛନ୍ତି-‘ବାହାଘର ପୂର୍ବରୁ ଗୋଟେ ସ୍ଥିତି ଥିଲା ହେଲେ ବାହାଘର ପରେ ଅନେକ ଦାୟିତ୍ଵ ଆସି ଯାଇଛି ।

ମୁଁ ତାଙ୍କୁ ବିବାହ କରିବା ପରେ ଘରକୁ ଶୀଘ୍ର ଆସୁଛି ଆଉ ତାଙ୍କ ସହ ସମୟ ଅତିବାହିତ କରିବାକୁ ମତେ ଭଲ ଲାଗୁଛି । ମୁଁ ଆଙ୍କ ଘର ଲୋକଙ୍କୁ ପଟେଇବା ପାଇଁ ଟ୍ୟୁସନ ସାର ହେଇ ଯାଇଥିଲି । ମୁଁ ମୋ ଶଳାକୁ ପାଠ ପଢାଉ ଥିଲି । ଆମ ବିବାହରେ ଅନେକ ବାଧା ବିଘ୍ନ ଆସିଛି ହେଲେ ଆମେ ଏବେ ଖୁସିରେ ଅଛୁ’ । ଏନେଇ ସିପ୍ରା କହିଛନ୍ତି-‘ଆମର ଭଲ ପାଇବା ସୋସିଆଲ ମିଡିଆରୁ ଆରମ୍ଭ ହୋଇ ଥିଲା ।

ପ୍ରଥମେ ଆମେ କଥା ବାର୍ତ୍ତା ହେଲୁ ତା ପରେ ଆମେ ଭାବିଲୁ ଯେହେତୁ ଆମ ଦୁଇଜଣଙ୍କର ସମାନ କାଷ୍ଟ ତେଣୁ ଆମେ ବାହା ହେଇପାରିବା । ସେ ମତେ ସବୁବେଳେ ସପୋର୍ଟ କରନ୍ତି । ଦିନେ ସେ ମୋତେ ପ୍ରପୋଜ କଲେ ମୁ ରାଗିକି ତାଙ୍କ ସହ କଥା ହେଲିନି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିପ୍ରା ଏବଂ ଅମିତ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *