ମୁଁ ପ୍ରତି ମାସରେ ଆଶ୍ରମକୁ 11 ତାଙ୍କ ହଜାର ଦିଏ କିନ୍ତୁ ରିସିପ୍ଟ ମିଳୁନି, କାର୍ ବି ଫେରାଇ ନେଇଛି କାରଣ…Bidyashree

ମୁଁ ଆଦିତ୍ୟଙ୍କ ଆଶ୍ରମକୁ ଗାଡି ଦେଇଥିଲି କିନ୍ତୁ ଫେରାଇ ନେଲି…ପିପୁଲ୍ ଫର ସେବା ଆଶ୍ରମ ନକମ ଏକ ଆଶ୍ରମ ସବୁବେଳେ ଆଗରୁ ଚର୍ଚାରେ ରହିଆସେ । କାରଣ ସେହି ଆଶ୍ରମ ସହ ମାନବ ପ୍ରେମୀ ଆଦିତ୍ୟଙ୍କ ସମ୍ପର୍କ ଯୋଡି ହୋଇ ରହିଛି । ଯେଉଁ ମାନବ ପ୍ରେମୀକୁ ଲୋକେ ଖୁବ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି । ଆଦିତ୍ୟଙ୍କ ସହ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ମଧ୍ୟ ସେହି ଆଶ୍ରମକୁ ଆଗକୁ ଚଳାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ।

ତେବେ ସେହି ଆଶ୍ରମକୁ ସାହାଜ୍ଯ ସହଯୋଗର ହାତ ମଧ୍ୟ ଅନେକ ଭଲ ଲୋକ ତଥା ସମାଜସେବୀ ମାନେ ଆଗେଇ ଆସିଥାନ୍ତି । ତେବେ ସେହି ଆଶ୍ରମକୁ ଗତ 2 ବର୍ଷ ଧରି ସବିତା ମିଶ୍ର ନାମକ ଏକ ସମାଜସେବୀ ସାହାଜ୍ଯର ହାତ ବଢାଇ ବହୁତ କିଛି ଦାନ ଆଶ୍ରମକୁ କରିଛନ୍ତି । ତେବେ ସବିତା ମିଶ୍ର ପିପୁଲ୍ ଫର ସେବା ଆଶ୍ରମକୁ ନେଇ ଗଣ ମାଧ୍ୟମ ସାମ୍ନାରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ମ୍ୟାଡାମଙ୍କ କହିବା ଅନୁଯାଇ ମୁଁ ଥରେ ଡ୍ଯୁଟିରେ ଥିବା ସମୟରେ ଆଦିତ୍ୟଙ୍କ ମାଆ ଙ୍କର ଭିଡିଓ ଗୋଟେ ଦେଖିବାକୁ ପାଇଥିଲି ।

ଯେଉଁଥିରେ ତାଙ୍କର ଘର ଭଡା ଦେବାକୁ ପ୍ରୋବ୍ଲେମ ହେଉଥିଲା ବୋଲି ସେ କାନ୍ଦୁଥିଲେ । ତାପରେ ସେଠାରେ ଥିବା ନମ୍ବରରେ ମୁଁ ତାଙ୍କ ସହ ଯୋଗାଯୋଗ କରି ତାଙ୍କ ସହ କଥା ହୋଇକି ତାଙ୍କୁ କିଛି ସାହାଜ୍ଯ ନିଜ ଆଡୁ କରିବା ପାଇଁ ମଧ୍ୟ କହିଥିଲି । ତାଙ୍କ ମଧ୍ୟମରେ ତାଙ୍କ ବୋହୁ ବିଦ୍ୟାଶ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲି । ତାପରେ ପ୍ରାୟ 2 ବର୍ଷ ଭଳି ହୋଇଯିବ ମୁଁ ସେହି ଆଶ୍ରମକୁ ପ୍ରତି ମାସ 11 ହଜାର ଟଙ୍କା ପଠାଉଛି ।

ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ମୋତେ କୌଣସି ପ୍ରକାର ରିସିପ୍ଟ ଆଶ୍ରମ ପକ୍ଷରୁ ମିଳିନାହିଁ । ଆଦିତ୍ୟଙ୍କ ବାପା, ମାଆକୁ ଯେତେବେଳେ ରସିଦ ମାଗେ । ସେମାନେ ଦେବୁ ବୋଲି କହିଥାନ୍ତି ହେଲେ ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି । ଏମିତିକି ମୁଁ ଗୋଟେ କାର ଆଶ୍ରମକୁ ଦେଇଥିଲି । ହେଲେ କିଛି ଅସୁବିଧା ମୋତେ ଫିଲ୍ ହେବାରୁ ମୁଁ ସେହି କାରଟିକୁ ମଧ୍ୟ ଫେରାଇ ନେଇଥିଲି ।

ବିଦ୍ୟାଶ୍ରୀଙ୍କୁ ଏ ସବୁ ବିଷୟରେ ମୁଁ ପଚାରିଲେ । ସେ କୁହନ୍ତି, ଆଦିତ୍ୟଙ୍କ ବାପା, ମାଆ କେଉଁଠାରୁ କ’ଣ ସବୁ ପଇସା ପତ୍ର ଆସୁଛି ସେମାନେ ସେ ବିଷୟରେ ମୋତେ ଠିକ ଭାବେ ଡିଟେଲ୍ସ ଦେଉନାହାନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *