”ବହୁତ ଦିନ ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି BJP, BJD ର କଥା ମାନି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି ”

ବିଜେପି ଘୋଷଣା କରିବ ତାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ! ହଁ ଆଜ୍ଞା ନିର୍ବାଚନ ପାଇଁ ରାଜ୍ୟ ରାଜନୀତିରେ ଖୁବ ସରଗରମ ଦେଖିବାକୁ ମିଳୁଛି । ଏହାରି ଭିତରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ମଧ୍ୟ ଆରମ୍ଭ ହୋଇସାରିଛି । ଲୋକମାନେ ନିଜ ପସନ୍ଦ ମୁତାବକ ପ୍ରାର୍ଥୀ ଚୟନ କରି ତାଙ୍କୁ ଭୋଟ ଦେଉଛନ୍ତି । ହେଲେ ଏହି ସବୁ ମଧ୍ୟରେ ଏଭଳି କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଏବେ ଏବେ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଯେଉଁ ଖବର ପୁରା ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ବଡ ଖବର ଅଟେ ।

ତେବେ ସେହି ଗୁରୁତ୍ଵପୂର୍ଣ୍ଣ ଖବରଟି ହେଉଛି ବିଜେପି ତାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି । ସୋମବାର ଦିନ ସକାଳୁ ପ୍ରେସମିଟ କରି ବିଜେପି ତାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ତେବେ ଏଭଳି କିଛି ସୂଚନା ଟ୍ବିଟ କରି ଲେଖିଛନ୍ତି ବିଜେଡି ନେତା ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ତେବେ ସେ ଟ୍ବିଟ କରି ଏପରି କିଛି ଲେଖି ଜଣାଇଛନ୍ତି । ଯେ ଓଡିଶା ବିଜେପି, ବିଜୁ ଜନତା ଦଳର ଦାବୀ ମାନି ମାନିନେଇଥିବା ଜାଣି ମୋତେ ଖୁସି ଲାଗିଲା ।

ଆଜି ଅର୍ଥାତ ସୋମବାର ଦିନ 9 ଟା ରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତା ମାନେ ଏକାଠି ହୋଇ 2024 ବିଧାନସଭା ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି । ତେବେ ପ୍ରଣବ ପ୍ରକାଶ ଦାସଙ୍କର ଏଭଳି ଟ୍ବିଟ ପରେ ଓଡିଶାରେ ଏହାକୁ ନେଇ ଚହଳ ସୃଷ୍ଟି ହୋଇଛି । କାରଣ ସମସ୍ତେ ବର୍ତ୍ତମାନ ଏବେ ଚାହିଁ ରହିଛନ୍ତି । ଯେ କେତେବେଳେ ଭାରତୀୟ ଜନତା ପାର୍ଟି ତାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ।

ତେବେ ନିକଟ କିଛି ଦିନ ତଳେ କାର୍ତ୍ତିକ ପାଣ୍ଡିୟାନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଥିଲେ । ଯେ ଯଦି ବିଜେପିର ସାହସ ଅଛି । ତେବେ ସେ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଦେଖନ୍ତୁ । ତେବେ ଏହାରି ଭିତରେ ପ୍ରଣବ ପ୍ରକାଶ ଦାସ କରିଥିବା ଟ୍ବିଟ କରିଥିବା ବିଜେପି ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି କଥା ନେଇ ଓଡିଶା ସାରା ଚହଳ ସୃଷ୍ଟି ହୋଇଯାଇଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *