‘ଜୁନ 10 ତାରିଖ ତ ନୁହେଁ, ଆଗାମୀ 10 ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ BJP

ମୋର କ’ଣ ମନେ ଅଛି କି ନାହିଁ ସବୁ ଓଡିଶାବାସୀ ଜାଣିଛନ୍ତି…ସୂଚନା ମୁତାବିକ କାର୍ତ୍ତିକ ପାଣ୍ଡିୟାନଙ୍କ ପରେ ପରେ ଏବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ ଅଋ ଏଭଳି କିଛି କଥା କହିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେ ଆସନ୍ତା ଜୁନ 10 ରେ ନୁହେଁ, ବଂର ଆଗାମୀ 10 ବର୍ଷ ଭିତରେ ମଧ୍ୟ ବିଜେପି ଓଡିଶାରେ ସରକାର ଗଠନ କରିପାରିବ ନାହିଁ । ମହାପ୍ରଭୁ ଜଗନ୍ନାଥ ଓ ଓଡିଶାବାସୀଙ୍କ ଭଲ ପାଇବା ଯୋଗୁ ଏଥର ଓଡିଶାରେ ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ କରିବାକୁ ଯାଉଛି ।

ମୋର କଣ ସବୁ ମନେ ଅଛି କି ନାହିଁ ତାହା ବେଶ ଭଲ ଭାବେ ଓଡିଶାବାସୀ ଜାଣିଛନ୍ତି । ହେଲେ ଆପଣ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ଭଲ ଭାବେ ମନେ ରଖିଛନ୍ତି ! ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା ପରେ ମଧ୍ୟ ଓଡିଶାକୁ ଆପଣ ଭୁଲିଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକଙ୍କ କହିବା ଆଧାରରେ ମୁଁ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଆପଣଙ୍କ ପାଖକୁ 2 ଥର ପଠେଇ ଥିଲି ।

ହେଲେ ଆପଣ ତାହାକୁ 2 ଥର ରିଜେକ୍ଟ କରିଦେଇଛନ୍ତି । ଆପଣ ଭାରତ ରତ୍ନ ବାଣ୍ଟିଲା ବେଳେ ଓଡିଶାର ବୀର ପୁତ୍ର ବିଜୁ ପଟ୍ଟନାୟକଙ୍କୁ ମଧ୍ୟ କଣ ଭୁଲିଗଲେ ବୋଲି ଏଭଳି ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ନବୀନ । ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଚାଷୀଙ୍କ ଏମଏସପିକୁ ଦୁଇ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆପଣ ତାହାକୁ ବି କଣ ଭୁଲିଗଲେ । ଓଡିଶାର ସମ୍ପଦ କୋଇଲାକୁ ଆପଣ ନେଉଛନ୍ତି ।

ହେଲେ ରୋୟାଲିଟି ବଢାଇବା ପାଇଁ ଭୁଲିଗଲେ କି ଆପଣ ଏଭଳି ଗୋଟେ ପରେ ଗୋଟେ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚାରି ତାଙ୍କୁ ବହୁତ କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ 10 ବର୍ଷ ଭିତରେ ବି ବିଜେପି ଓଡିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ । କାରଣ ବିଜୁ ଜନତା ଦଳ ଉପରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶ୍ରୀବାଦ ଓ ଓଡିଶାବାସୀଙ୍କର ବହୁତ ସାରା ଭଲ ପାଇବା ରହିଛି । ତେଣୁ ଷଷ୍ଠ ଥର ପାଇଁ ଓଡିଶାରେ ବିଜେଡି ସରକାର ଆସିବ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *