“ଦୁର୍ଘଟଣା ପରେ ମୋ ସ୍ୱାମୀ ମୋତେ ଜାଣିପାରୁନଥିଲେ, କହୁଥିଲେ ମୋ ସ୍ତ୍ରୀ ସୁନ୍ଦର ଏ ତାକୁ ମାରି ଦେଇଛି” Sarojini Rath

ଦୁର୍ଘଟଣା ପରେ ସ୍ବାମୀଙ୍କୁ ଆଣ୍ଠେଇ ଆଣ୍ଠେଇ ମେଡିକାଲ ନେଇଥିଲି… ହଁ ଆଜ୍ଞା ସୋସିଆଲ ମିଡିଆରେ ବହୁତ ଜଣାଶୁଣା ମୋଟିଭେସନାଲ ସ୍ପିକର ହେଉଛନ୍ତି ସରୋଜିନୀ ରଥ । ଜିଏକି ନିଜର ଅନୁଭୂତି ଓ ଚିନ୍ତନ ଶକ୍ତିରୁ ଅନେକ ଭଲ ଭଲ ମୋଟିଭେସନାଲ କଥା ସୋସିଆଲ ମିଡିଆ ଦ୍ଵାରା ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି । ତେବେ ତାଙ୍କ ଜୀବନରେ ଅତୀତରେ କ’ଣ ଘଟିଯାଇଥିଲା । ଏଥିସହ ବର୍ତ୍ତମାନ ତାଙ୍କର ଜୀବନ କେମିତି ଚାଲିଛି । ନିଜ ଜୀବନର କିଛି ଅନୁଭୂତି ଗଣ ମାଧ୍ୟମରେ ଶେୟାର କରିଛନ୍ତି ମୋଟିଭେସନାଲ ସ୍ପିକର ସରୋଜିନୀ ।

ତେବେ ତାଙ୍କ କହିବା ଅନୁଯାଇ ଯେତେବେଳେ ବର୍ଷା ହୋଇଥାଏ । ସେତେବେଳେ ବର୍ଷାକୁ ଛତା ଅଟକାଇ ଦେଇନଥାଏ । ବଂର ଛତାଟି ଆମକୁ ବର୍ଷାରୁ ରକ୍ଷା ଦେଇଥାଏ । ଏହି କଥାର ଅର୍ଥ ହେଉଛି । ଯେ ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ସମସ୍ଯା ଆସିବା ତ କେବେବି ବନ୍ଦ ହେବ ନାହିଁ । ହେଲେ ଯଦି ଆମର ଭଗବାନଙ୍କ ଉପରେ ବିଶ୍ବାସ ରହିଥିବ । ଆମେ ସାହସର ସହ ନିଜ ମନୋବଳକୁ ଦୃଢ କରି ସମସ୍ଯା ସହ ଲଢିବାକୁ ଚେଷ୍ଟା କରିବା । ତେବେ ନିଶ୍ଚୟ ସମସ୍ଯାର ସମାଧାନ ମଧ୍ୟ ଆମେ ବାହାର କରିପାରିବୁ ।

2019 ମସିହାରେ ମୋ ସ୍ଵାମୀଙ୍କର ଆଉ ମୋର ବହୁତ ବଡ ଗାଡି ଦୁର୍ଘଟଣା ହୋଇଥିଲା । ତାପରେ ମୋର ହେଭି ବ୍ଲିଡିଙ୍ଗ ହେଉଥିଲା । ସେତିକି ବେଳେ ଆଣ୍ଠେଇ ଆଣ୍ଠେଇ ଯେତେବେଳେ ମୁଁ ଆଗକୁ ଗଲି । ସେତେବେଳେ ଦେଖିଲି । ଯେ ମୋ ସ୍ଵାମୀ ବହୁତ ସିରିଏସ ଅବସ୍ଥାରେ ରାସ୍ତାରେ ପଡି ରହିଛନ୍ତି । ତାପରେ ମୁଁ ସେମିତି ଆଣ୍ଠେଇ ଆଣ୍ଠେଇ ଲୋକଙ୍କୁ ଲିଫ୍ଟ ମାଗିକି ହସ୍ପିଟାଲ ଯିବା ପାଇଁ ଚେଷ୍ଟା କରିଥିଲି । ତାପରେ ହସ୍ପିଟାଲରେ ପହଞ୍ଚିବା ପରେ କିଛି ପୋଲିସ ଆମ ମାନଙ୍କ ପାଖରେ ଥିବାର ମୁଁ ଦେଖିବାକୁ ପାଇଥିଲି ।

କିଛି ଦିନ ପରେ ମୁଁ ଟିକେ ସୁସ୍ଥ ହୋଇଥିଲେ ମଧ୍ୟ ଦୀର୍ଘ 2 ବର୍ଷ ଭଳି ମୋ ସ୍ଵାମୀ ମୋତେ ଚିହ୍ନିପାରୁନଥିଲେ । ମୋ ସ୍ଵାମୀ ମୋତେ ଦେଖି କହୁଥିଲେ, ମୋ ସ୍ତ୍ରୀ ସୁନ୍ଦର । ଏ ଅସୁନ୍ଦର ସ୍ତ୍ରୀ କିଏ ? ମୋ ସ୍ତ୍ରୀ କୁ ମାରିକି ଆମ ପାଖକୁ ପଳେଈ ଆସିଛି । ସେହି ସବୁ ସମୟ ମୋ ଜୀବନର ବହୁତ କଷ୍ଟଦାୟକ ସମୟ ଥିଲା । ହେଲେ ମୁଁ ହାର ମାନିନଥିଲି । ମୁଁ ବହୁତ ସମୟରେ ଭଲ ଭଲ ବହି ପଢିବାକୁ ପସନ୍ଦ କରେ ।

ଯେତେ ବି ଜୀବନରେ କଷ୍ଟ ଆସୁ । ହେଲେ ସେଥିରେ ହାର ନମାନି ଜୀବନରେ ଆଗକୁ ବଢିବା ପାଇଁ  ସବୁବେଳେ ଚେଷ୍ଟା କରେ । ପ୍ରଭୁଙ୍କ କୃପାରୁ ଏବେ ମୋର ଜୀବନରେ ସବୁକିଛି ଠିକ ଚାଲିଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *