ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ଭିତରେ ଫରକ ବୁଝେଇଲେ… ବିଜେଡି ଷ୍ଟାର ପ୍ରଚାରକ Kartik Pandiyan

ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ଭିତରେ ଫରକ ବୁଝେଇ ଦେଲେ କାର୍ତ୍ତିକ ପାଣ୍ଡିୟାନ…ବରଗଡରେ ଅନୁଷ୍ଠିତ ହୋଇଥିବା ବିଜେଡି ସଭାରେ କାର୍ତ୍ତିକ ପାଣ୍ଡିୟାନ ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଫରକ ବୁଝେଇ ଏଭଳି କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବରଗଡବାସୀଙ୍କ ନିକଟରେ ଜଣାଇଛନ୍ତି । ତେବେ କାର୍ତ୍ତିକ ପାଣ୍ଡିୟାନଙ୍କ କହିବା ଆଧାରରେ ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିବା ବେଳେ ବରଗଡରେ ମଧ୍ୟ ସଭା କରିଥିଲେ ।

ସେହି ସଭାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଅନେକ କିଛି ଲୋକଙ୍କୁ ଭାଷାଣ ଦେଇଛନ୍ତି । ଭୋଟକୁ ଦ୍ରୁଷ୍ଟିରେ ରଖି ବହୁତ କିଛି ପ୍ରତିଶ୍ରୁତି ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ତେବେ ସେ ଏବେ ଯେଉଁ ପ୍ରତିଶ୍ରୁତି ଆପଣ ମାନଙ୍କୁ ଦେଉଛନ୍ତି । ସେହି ସବୁ କାମ ସେ 10 ବର୍ଷ ଶାସନ କାଳ ଭିତରେ ରହି କ’ଣ କରିପାରିନଥାନ୍ତେ । ତାଙ୍କ ହାତରେ କେନ୍ଦ୍ରୀୟ ପାୱାର ରହିଛି । ସେ ଚାହିଁଲେ ଲୋକଙ୍କର ଉନ୍ନତି ପାଇଁ ଅନେକ କିଛି କାମ ଓଡିଶାରେ କରିପାରିବେ ।

ହେଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ସବୁ କାମ ଗତ 10 ବର୍ଷ ଭିତରେ କରୁନାହାନ୍ତି । ସେହି ସବୁ ମିଛ ପ୍ରତିଶ୍ତୁତି ନିର୍ବାଚନ ସମୟରେ ଦେବାକୁ ଆସୁଛନ୍ତି । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସମ୍ବଲପୁରର ଭାଷାକୁ ଉଚ୍ଚ ସ୍ଥାନ ଦେବା ପାଇଁ 5 ଥର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବଲପୁର ଭାଷାକୁ ସମ୍ମାନ ଏବେ ପର୍ଯ୍ୟନ୍ତ ମଧ୍ୟ ଜଣାଇ ନାହାନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରତିଶ୍ରୁତି ଗତ ଥର ଦେଇଥିଲେ । ତାହାକୁ ସେ ଏବେ ପର୍ଯ୍ୟନ୍ତ ମଧ୍ୟ ପୁରା କରିନାହାନ୍ତି ।

ହେଲେ ନିର୍ବାଚନ ଆସିବା ମାତ୍ରେ ଗୋଟେ ପରେ ଗୋଟେ ଯୋଜନା ବିଷୟରେ ଖାଲି ପ୍ରଚାର କରିଦେଉଛନ୍ତି । ଦିନରେ ଲଣ୍ଠଣ ଦେଖାଇବା ହେଉଛି ଡବଲ ଇଞ୍ଜିନ ହେଲେ ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ । ଭତ୍ତା 300 ଟଙ୍କା ଦେବା ଡବଲ ଇଞ୍ଜିନ ହେଲେ ଭତ୍ତା 1000 ଟଙ୍କା ଦେବା ନବୀନ ଇଞ୍ଜିନ । ତେଣୁ ଲୋକମାନେ ଏଠାରେ ଜାଣି ରଖିବା ଉଚିତ । କିଏ ରାଜନୀତି କରିବା ପାଇଁ ରାଜନୀତିକୁ ଆସିଛନ୍ତି ।

ହେଲେ କିଏ ଲୋକଙ୍କର ସେବା କରିବା ପାଇଁ ରାଜନୀତିରେ ଅଛନ୍ତି । ତେଣୁ ଆପଣ ମାନେ ମେ’ 25 ତାରିଖରେ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀକୁ ବିଜୟ କରାନ୍ତୁ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *