କିପରି ଜନ୍ମ ହୁଏ ସୁନ୍ଦର ଶିଶୁ ? ଏଥିପାଇଁ ଆପଣ କଣ କରିବେ ? (Dr. Soumya Nanda)

ନମସ୍କାର ବନ୍ଧୁଗଣ ତେବେ ଜଣେ ମହିଳା ଜୀବନର ସବୁଠାରୁ ବଡ଼ ମୁହୂର୍ତ୍ତ ଥାଏ ଯେତେବେଳେ ସେ ମାଆ ହୁଏ ଯେତେବେଳେ ସେ ଗୋଟିଏ ଜୀଵନ କୁ ଜନ୍ମ ଦିଏ। ତେବେ ଏହା ସହ ବହୁତ ଉତଂକଣ୍ତିତ ମଧ୍ୟ ଥାଏ କି ତା ପେଟରେ ଶିଶୁ ଟି କିପରି ବଢୁଛି କିପରି ରହିଛି।ତେବେ ଶିଶୁ ଗର୍ଭ ରେ ରହିବାର ଠିକ ସମୟ ହେଉଛି ଯେତେବେଳେ ଆପଣଙ୍କ ଋତୁସ୍ରାବ ସମୟ ପୁର୍ବ ରୁ ଯଦି ଆପଣ ସଂଭୋଗ କରିବେ ତେବେ ଗର୍ଭ ରେ ଶିଶୁ ରହିବାର ଅଧିକ ସମ୍ଭାବନା ରହିଥାଏ। ତେବେ ଆପଣ ମାଆ ଅଛନ୍ତି କି ନାହିଁ ଜାଣିବା

ପାଇଁ ଯଦି ଋତୁସ୍ରାବ ହେବାର ୨୮ ଦିନ ପରେ ମଧ୍ୟ ହୁଏ ନାହିଁ ତେବେ ଆପଣ ନିଜ ପ୍ରେଗନେନ୍ସି ର ଟେଷ୍ଟ କରନ୍ତୁ କାରଣ ଏହା ମାଆ ହେବାର ଲକ୍ଷଣ ହୋଇଥାଏ।ତେବେ ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ମା’ ଏବଂ ତାର ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ବହୁତ ବଢିଯାଏ । ଏଥିପାଇଁ ଭାରତ ସରକାର ଆଇନଗତ ବିବାହ ପାଇଁ ଝିଅଟିର ବୟସ ଅତି କମ୍ ରେ ୧୮ ବର୍ଷ ରହିବା ଦରକାର ବୋଲି ସ୍ଥିର କରିଛନ୍ତି ।

ମା’ ଓ ଶିଶୁଙ୍କୁ ପାଇଁ ୨ଟି ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ଅତି କମ୍ ରେ ୨ ବର୍ଷ ରଖିଯିବା ଉଚିତ୍ ।ଚାରି ଥର ମା’ ହେବା ପରେ ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମା’ର ସ୍ୱାସ୍ଥ୍ୟ ପାଇଁ ବିପଦ ବଢିଯାଏ ।କେତେବେଳେ ଶିଶୁ ଜନ୍ମ କରିବା ଉଚିତ୍, କେତୋଟି ଶିଶୁ ଜନ୍ମ କରିବା ଦରକାର, ଦୁଇ ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ କେଟ ରହିବା ଦରକାର ଓ କେବେ ଶିଶୁ ଜନ୍ମ ବନ୍ଦ କରିବା ଦରକାର ତାହା ପରିବାର ନିଯୋଜନ ସେବାର ସାହାଯ୍ୟ ନେଇ ଲୋକମାନେ ନିର୍ଣ୍ଣୟ କରିବା ଦରକାର ।

ଗର୍ଭଧାରଣ ନ କରିବା ପାଇଁ ମଧ୍ୟ ଅନେକ ସୁରକ୍ଷିତ ଉପାୟମାନ ଅଛି।ପରିବାର ନିୟୋଜନ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କର ବାୟିତ୍ଵ ଅଟେ ଏବଂ ପତ୍ୟେକ ବ୍ୟକ୍ତି ଏହା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟକ୍ଷେତ୍ରର ହେଉଥିବା ଲାଭ ବିଷୟରେ ଜାଣିବା ଉଚିତ୍ ।ତେବେ ଏଷ୍ଟ୍ରୋଜେନ ହରମୋନ ଯାହା ଆମ ଶରୀରରେ ରହିଥାଏ କିନ୍ତୁ ବହୁତ ଅଧିକ ବଢି ଗଲେ କେତେ ପ୍ରକାର ରୋଗ କାରଣ ହୋଇଥାଏ ଆଉ ଗର୍ଭ ଧାରଣ କରିବାରେ ମଧ୍ୟ ବହୁତ ଅସୁବିଧା କରିଥାଏ।

ଏହାର ପ୍ରମୁଖ କାରଣ ହେଉଛି ଚିନ୍ତା,ବାହାର ଖାଦ୍ୟ ଏବଂ ଅସୁସ୍ଥ ଜୀଵନ ଶୈଳୀ। ତେଣୁ ଏହାକୁ ବଦଳାଇବାକୁ ହେବ।ତେବେ ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ପ୍ରଥମେ ତ ମାଆ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେବା ଆବଶ୍ୟକ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ଯେପରି ପନି ପରିବା, ଛେନା,କ୍ଷୀର, ଡାଲି,ଶାଗ,ମାଛ ଆଦି ପ୍ରୋଟିନ ସହ କ୍ୟାଲସିୟମ ଓ ଆଇରନ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ।

ଏହା ସହ ସକାଳେ ଦୁଇ ଘଣ୍ଟା ବିଶ୍ରାମ ନେବା ସହ ରାତିରେ ଆଠ ଘଂଟା ବିଶ୍ରାମ ନିହାତି ଆଵଶ୍ୟକ ଅଟେ। ଏହା ଦ୍ୱାରା ଆପଣଙ୍କ ଶିଶୁ ଗ୍ରୋଥ କରିଥାଏ। ଏହା ସହ ଗର୍ଭାବସ୍ଥା ରେ ଅଧିକ ମେଡ଼ିସିନ ଖାଇବା ମଧ୍ୟ ଉଚିତ ନୁହେଁ। ଡାକ୍ତର ଙ୍କ ପରାମର୍ଶ ରେ ଖାଇବା ଆବଶ୍ୟକ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *