ଗର୍ଭନିରୋଧକ କେଉଁଟି ବାଛିବେ ? Dr Priyadarshini Tripathy

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନର ଲୋକ ବିବାହ ପରେ ଶୀଘ୍ର ପିଲା ଚାହୁଁ ନାହାନ୍ତି ସେମାନେ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରିବାକୁ ଚାହାନ୍ତି ଏବଂ ତା ପରେ ସେମାନେ ପିଲା ର ପ୍ଲାନ କରନ୍ତି । ଏହାଛଡା ଯେଉଁମାନେ ଭୁଲ ବଶତଃ ଗର୍ଭବତୀ ହୋଇ ଯାଆନ୍ତି ସେମାନେ ମଧ୍ୟ ଗର୍ଭ ନିରୋଧକ ର ସେବନ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତି କାରକ ।

ତେବେ ଏହାଛଡା ଗର୍ଭ ନିରୋଧକ ସେହି ମାନେ ବ୍ୟବହାର କରି ପାରିବେ ଯେଉଁମାନେ ସେ ଝିଅ ହେଉ କିମ୍ବା ପୁଅ ଯିଏ ବଡ଼ ହୋଇ ଯାଇଥିବ ମେଚୁରୀଟି ଆସି ଯାଇଥିବ ସେହି ମାନେ ହିଁ ଏହାର ବ୍ୟବହାର କରି ପାରିବେ । ତେବେ କିନ୍ତୁ ବ୍ୟବହାର କରିବା ପୂର୍ବରୁ ଆପଣ ମାନେ ନିଜ ଡାକ୍ତର ଙ୍କ ସହ ପରାମର୍ଶ ନେଇଯିବା ଉଚିତ ଏବଂ ନିଜର କାରଣ ମଧ୍ୟ କହିବା ନିହାତି ଆବଶ୍ୟକ । କେଉଁ କାରଣ ଯୋଗୁଁ ଆପଣ ଗର୍ଭ ନିରୋଧକ ବ୍ୟବହାର କରିବାକୁ ଚାହୁଁଛନ୍ତି ।

ତେବେ ଏହି ଗର୍ଭ ନିରୋଧକ ର ଅନେକ ପ୍ରକାର ରହିଛି ଯେପରି ଆପଣ ମେଡ଼ିସିନ ବ୍ୟବହାର ମଧ୍ୟ କରି ପାରିବେ କିମ୍ବା ଆପଣ ଇଂଜେକସନ ଦ୍ୱାରା ମଧ୍ୟ ହୋଇ ପାରିବ ଏହା ଛଡା ଭଜାଇନାଲ ରିଙ୍ଗ୍ସ ଓ ଇଣ୍ଟ୍ରାଟରିନ ଡିଭାଇସ ର ବ୍ୟବହାର କରାଯାଉଛି । ଏହାର ଅଲଗା ଅଲଗା ଉପାୟ ରହିଥାଏ । ତେବେ ଏହା ଆପଣଙ୍କ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇ କରି ହିଁ ବ୍ୟବହାର କରନ୍ତୁ ।

ତେବେ ଅଧିକ ଦିନ ଧରି ଯଦି ଆପଣ ଏହି ଗର୍ଭ ନିରୋଧକ ବଟିକାର ସେବନ କରୁଛନ୍ତି ତେବେ ଏହା ଆପଣଙ୍କୁ ସାରା ଜୀବନ ପାଇଁ ଗର୍ଭ ଧାରଣରୁ ବଞ୍ଚିତ କରିପାରେ । ତେଣୁ ଯାହା କରିବେ ଭାବି ଚିନ୍ତି କରନ୍ତୁ ବା ନିଜ ଡାକ୍ତର ଙ୍କ ପରାମର୍ଶ ନେଇ କରନ୍ତୁ । ତେବେ ଗର୍ଭ ନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ ।

ଏହା ଛଡା ଯଦି ଆପଣ ଡାକ୍ତର ଙ୍କ ବିନା ପରାମର୍ଶରେ ଏହି ବାଟିକାର ଅତ୍ୟଧିକ ସେବନ କରନ୍ତି ତେବେ ଅପାନ ଙ୍କର ଓଜନ ବଢିବାର ସମସ୍ୟା ଦେଖାଦେଇ ପାରେ ।   ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ । ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ।

ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇଭିନଥାଏ । ତେଣୁ ଆଜିଠାରୁ ହିଁ ଏହି ବଟିକାର ସେବନ କରିବା ଛାଡନ୍ତୁ ଓ ଏକ ସୁସ୍ଥ ଜୀବନ ବିତାନ୍ତୁ । ତେବେ ଗର୍ଭ ନିରୋଧକ ର ସବୁଠାରୁ ସଠିକ ଉପାୟ ହେଉଛି କଣ୍ଡୋମ । ତେବେ କଣ୍ଡୋମ ସବୁଠାରୁ ସହଜ ଏବଂ ସୁରକ୍ଷିତ ଉପାୟ ଏହା ଦ୍ୱାରା କୌଣସି କ୍ଷତି ମଧ୍ୟ ହୁଏ ନାହିଁ । ତେବେ ଏହା ହିଁ ସହଜ ଉପାୟ ଗର୍ଭନିରୋଧକ ପାଇଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *