ଛୋଟ ପିଲା କଏନ୍‌ ଗିଳିଦେଇଥିଲେ କ’ଣ କରିବେ ? Dr Diptiman Baliarsingh

ବନ୍ଧୁଗଣ ଛୋଟ ଛୁଆ ମାନେ ଅଜାଣତରେ କଏନ୍ ଗିଳି ଦିଅନ୍ତି ଓ ବେଟେରୀ ଆଦି ଗିଳି ଦେଇଥାନ୍ତି । ଛୋଟ ଛୁଆ ମାନେ କଏନ୍ ଗିଳିବା ପରେ ଆପଣ କଣ କରିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଛୋଟ ଛୁଆ ମାନେ ଯଦି କଏନ୍ ଗିଳି ଥାନ୍ତି ତା ହେଲେ ତାହା ଦୁଇଟି ଜାଗାକୁ ଯାଇଥାଏ ଗୋଟେ ହେଲା ଆପଣଙ୍କ ଶ୍ଵାସନଳୀକି ଯାଇପାରେ ଆଉ ଗୋଟେ ଖାଦ୍ୟନଳୀକୁ ଯାଇପାରେ ।

ଏହା ନିର୍ଭର କରେ ଛୁଆର ବୟସ ଉପରେ । ଯଦି ଗୋଟେ ଯୁବକ କଏନ୍ ଗିଳି ଦେଉଛି ତା ହେଲେ ସେହି କଏନ୍ ତାର ଶ୍ଵାସନଳୀକୁ ଯାଇଥାଏ । ଛୁଆ ମାନେ କଏନ୍ ଗିଳି ତାହା ଶ୍ଵାସନଳୀକୁ ଯିବାର କମ ସମ୍ଭାବନା ଅଛି । ହେଲେ ଯଦି ଛୁଆଟି ଏକେ ବେଟେରୀ ଗିଳି ଦେଉଛି ତା ହେଲେ ତାହା ଶ୍ଵାସନଳୀକୁ ଯାଇପାରେ । କାରଣ ଶ୍ଵାସନଳୀ ଆଉ ଖାଦ୍ୟନଳୀ ଲାଗିକି ଥାଏ ।

ଅନେକ ସମୟରେ ଛୁଆ ମାନେ କଏନ୍ ଗିଳି ଥାନ୍ତି ଆଉ ତାଙ୍କୁ ଘର ଲୋକ ମୁଠାଏ ଭାତ କିମ୍ବା କଦଳୀ ଖାଇବାକୁ ଦିଅନ୍ତି । ଏହାଦ୍ବାରା କଏନ୍ ଟି ତଳେ ଖସି ଯାଇଥାଏ ତଳେ ଖସିଗଲେ ବହୁତ ଭଲ ହୁଏ । ଯଦି ଛୁଆଟି 7-8 ବର୍ଷ ବା ଅଧିକ ବୟସର ଅଛି ତା ହେଲେ ତା ପେଟରେ ଥିବା କଏନ୍ ଟି ମଳଦ୍ଵାର ବାଟେ ବାହାରିଯିବ । ସେଥିପାଇଁ ଆପଣଙ୍କୁ ତିନି ଦିନ ତଥା 72 ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ପଡିବ ଯେ, ଛୁଆ ପେଟରୁ କଏନ୍ ବାହାରିଛି ନା ନାହିଁ ।

କଏନ୍ ଯଦି ବାହାରି ନଥାଏ ତା ହେଲେ ପେଟ ଭିତରେ ଗୋଟେ ଜାଗା ଅଛି ସେଠାରେ ଅଟକି ଯିବାର ସମ୍ଭାବନା ରହିଛି । ଅଟକିଲେ ଆପଣଙ୍କ ଖାଦ୍ୟ ସବୁ ଅଟକିବ ଆଉ ପେନ୍ ହେବା ଆରମ୍ଭ ହେବ । ଯଦି 72 ଘଣ୍ଟାରେ ଆପଣଙ୍କ କଏନ୍ ଟି ବାହାରିନି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । 2 ବର୍ଷ ରୁ 4 ବର୍ଷ ଛୁଆ ମାନଙ୍କର ଖାଦ୍ୟନଳୀରେ ବେଳେବେଳେ କଏନ୍ ଅଟକି ଥାଏ ।

ସେଠାରେ କଏନ୍ ଅଟକିବାର କାରଣ ହେଉଛି ତା ତଳକୁ ତାଙ୍କ ନଳୀଟି ବହୁତ ପତଳା ଥାଏ ଯାହାଫଳରେ କଏନ୍ ଟି ତଳକୁ ଖସି ପାରେ ନାହିଁ । ତେବେ ଏହି ଜାଗାରେ କଏନ୍ ରହିଲେ ତାକୁ ବାହାର କରିହେବ । ହେଲେ ଯଦି ବେଟେରୀ ଛୁଆ ମାନେ ଗିଳି ଏବେ ତା ହେଲେ ବେଟେରୀ କାଢିବା ବହୁତ କଷ୍ଟକର ହୋଇପାରେ । ତେଣୁ ଆପଣ ମାନେ ଘରେ ବେଟେରୀ ରଖନ୍ତୁ ନାହିଁ । ଛୁଆ ମାନଙ୍କୁ ବେଟେରୀ ଠାରୁ ଦୂରେଇ ରଖନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *