ପୁଅ ପାଇଁ ହୋଲି ଖେଲିବା ହେଲା କାଳ…ରଙ୍ଗ ଖେଳୁ ଖେଳୁ ପୁଅର ଚାଲିଗଲା ଜୀବନ…

ହୋଲି ହେଲା କାଳ ! ଖବର ମୁତାବିକ ଖୁସି ମନରେ ସକାଳୁ ସକାଳୁ ପୁଅ ହୋଲି ଖେଳିବା ଏପାଇଁ ବାହାରି ଯାଇଥିଲା । ହାତରେ ରଙ୍ଗ ନେଇ ସାଙ୍ଗସାଥିଙ୍କ ସହ ହୋଲି ଖେଳିବାକୁ ଖୁସିରେ ଘରୁ ବାହାରି ଯାଇଥିଲା । ହେଲେ ସେହି ହୋଲି ଖେଳ ପୁଅ ଜୀବନର ଶେଷ ଖେଳ ହୋଇଯାଇଥିଲା । କାରଣ ପୁଅ ହୋଲି ଖେଳିବାକୁ ଯାଇଥିଲା ସତ ହେଲେ ଆଉ କିନ୍ତୁ ଘରକୁ ଫେରିକି ଆସିନଥିଲା । ପୁଅ ଘରୁ ହୋଲି ଖେଳିବା ପାଇଁ ବାହାରି ଯାଇଥିଲା ।

ବାହାରେ ଯାଇ ନିଜ ସାଙ୍ଗସାଥିଙ୍କ ସହ ମନଖୁସିରେ ହୋଲି ମଧ୍ୟ ଖେଳିଥିଲା । ତାପରେ ହୋଲି ଖେଳି ସାରି ପୋଖରୀକୁ ଗାଧେଇକୁ ପୁଅ ଯାଇଥିଲା । ହେଲେ ସେହି ପୋଖରୀରେ ପୁଅଟି ସହ ଏଭଳି କିଛି ଦୁର୍ଘଟଣା ଘଟିଯାଇଥିଲା । ପୋଖରୀରେ ସେ ଗାଧୋଊଥିବା ବେଳେ ହଟାତ ତା’ ର ପାଦ ଖସି ଯାଇଥିଲା । ତାପରେ ସେହି ପୋଖରୀ ଭିତରେ ପୁଅଟିର ଅକାଳରେ ଜୀବନ ଚାଲିଯାଇଥିଲା । କଟକ ଜିଲ୍ଲାର ସାଲେପୁର ଛାଣିପୁଅ ପଂଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।

ମୃତ ଯୁବକ ଜଣଙ୍କ ହେଉଛନ୍ତି ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ । ବୟସ ହେଉଛି 17 ବର୍ଷ । ଆଶୀଷ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇର ଛାତ୍ର ଥିଲେ । ଆଉ ନିଜ ପୁଅକୁ ଏଭଳି ଅକାଳରେ ହରାଇ ପରିବାର ଲୋକ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । କାରଣ ହୋଲି ଖେଳି ସାରି ପୋଖରୀରେ ଗାଧେଇବା ପୁଅ ପାଇଁ କାଳ ହେଇଯାଇଥିଲା । ଆଶିଷ ନିଜର କିଛି ସାଙ୍ଗସାଥିଙ୍କ ସହ ମିଶି ପୋଖରୀ କୁଳକୁ ଗାଧେଇବାକୁ ଯାଇଥିଲେ ।

ସେଠାରେ ଆଶିଷ ଗାଧେଇବା ସମୟରେ ତାଙ୍କର ହଟାତ ଗୋଡ ଖସି ଯାଇଥିଲା । ଯାହା ଫଳରେ କି ସେ ପାଣି ମଧ୍ୟରେ ବୁଡି ଯାଇଥିଲେ । ଏହା ଦେଖି ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଆଶିଷକୁ ଉଦ୍ଧାର କରିବା ପାଇଁ ଡ଼ାକିଥିଲେ । ଲୋକେ ଆସି ଆଶିଷକୁ ଉଦ୍ଧାର କରିବା ସହ ସାଲେପୁର ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରକୁ ମଧ୍ୟ ତାକୁ ନେଇ ଆସିଥିଲେ । ହେଲ ସେଠାରେ ଆଶିଷକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ପୁଅ ଆଶିଷର ଏଭଳି ମୃତ୍ୟୁକୁ ଆଶିଷଙ୍କ ମାଆ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରର ଅପଡେଟ ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *