“ମୁଁ ନିଶାକୁ ଖରାପ ଭାଷା କହି ଧକ୍କା ମାରି ବିଦା କରିଛି, ତାକୁ ଓପନ ଚ୍ୟାଲେଞ୍ଜ କରୁଛି ବାଡେଇବି “Nisha Maharana

ମୁଁ ନିଶାକୁ ଧକ୍କା ମାରି ବିଦା କରିଛି । ହଁ ଆଜ୍ଞା ଗତକାଲି ହୋଲିର ରଙ୍ଗରେ ସମସ୍ତେ ରଙ୍ଗୀନ ହୋଇଯାଇଛନ୍ତି । ହେଲେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯାତ୍ରା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ କଙ୍ଗ୍ରେଶ ଭବନରୁ ଧକ୍କା ମାରି ବିଦା କରିଦିଆଯାଇଛି। ତେବେ ନିଶା ମହାରଣାଙ୍କୁ ବିଦା କରିଥିବା ଭଦ୍ର ମହିଳା ଜଣଙ୍କ ଗଣ ମାଧ୍ୟମ ସାମ୍ନାରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ଗତ ବର୍ଷ ନିଶା ମହାରଣା ଆମ କଙ୍ଗ୍ରେଶ ଭବନକୁ ହୋଲି ଖେଳିବା ପାଇଁ ଆସିଥିଲା ।

ଏଠାରେ ଆମେ ନିଶାକୁ ଏଠାକୁ ଆସିବା ପାଇଁ ପ୍ରତିବାଦ କରିଥିଲୁ । ତାଙ୍କ ନାଁରେ ଖଣ୍ଡଗିରୀ ଥାନାରେ ଅଭିଯୋଗ ଦେଇଥିଲୁ । ତାଙ୍କର ଏଭଳି ଅଶ୍ଳୀଳତା କାରଣରୁ ତାଙ୍କୁ ଯାତ୍ରା ପେଣ୍ଡାଲରୁ ବନ୍ଦ କରିବା ପାଇଁ ମଧ୍ୟ ଆମ ସଂଗଠନ ତରଫରୁ ଦାବୀ କରିଥିଲୁ । କାରଣ ଫୋନ ଖୋଲିଲା ମାତ୍ରେ ନିଶା ମହାରଣା ଯେଉଁ ପ୍ରକାର ଅଭଦ୍ର ଓ ଅସଭ୍ୟ ଭଳି ହେଉଛି । ସ୍ଟେଜରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଛି । ଏଭଳି ଲୋକଙ୍କୁ ଆମ କଙ୍ଗ୍ରେଶ ଭବନ ଭଳି ପବିତ୍ର ସ୍ଥାନରେ ତା’ ପାଇଁ ସ୍ଥାନ ନାହିଁ ।

ଏତେ ପ୍ରକାର ନିଶା ମହାରଣା ଉପରେ ଆକ୍ସନ ନେଇ ମଧ୍ୟ ସେ ନିଜର ଅଶ୍ଳୀଳ ଡ୍ୟାନ୍ସ ବନ୍ଦ କରିନାହିଁ । କଙ୍ଗ୍ରେଶ ଭବନ ହେଉଛି ଏକ ପାର୍ଟି ଅଫିସ । ତେଣୁ କଙ୍ଗ୍ରେଶ ଭବନକୁ ସେ ହାଇଲାଇଟ୍ ହେବା ପାଇଁ ଆସୁଛି । ମିଡିଆ ସାମ୍ନାରେ ହାଇଲାଇଟ ହେବାର ଉଦ୍ଧେଶ୍ୟ ନେଇ ନିଶା ମହାରଣା ଏଠାକୁ ଆସୁଛି । ତେଣୁ ଏ ବର୍ଷ ଯେତେବେଳେ ନିଶା ମହାରଣା କଙ୍ଗ୍ରେଶ ଭବନକୁ ଆସିଥିଲା ।

ଆମ କମିଟିର ସବୁ ମହିଳା ମାନେ ତାଙ୍କୁ ତଡି ଦେଲୁ । ଆର ବର୍ଷ ଆମେ ତାକୁ ଧକ୍କା ମାରିକି ବିଦା କରିବା ସହ ତା’ ନାଁରେ ଥାନାରେ ଏଫୟାର ଦେଇଥିଲୁ । ତଥାପି ସେ ଏ ବର୍ଷ ଏଠିକି ଆସି ହୋଲି ସେଲିବ୍ରେଟ କରିବ ବୋଲି ଭାବିଥିଲା । ତେଣୁ ଆମେ ସବୁ ମହିଳା ମିଶି ତାକୁ ଧକ୍କା ଦେଇ ବିଦା କରିଦେଲୁ । ମୁଁ ତାକୁ ଓପନ ଚାଲେଞ୍ଜ କରିଛି । ସେ ଏଠିକି ଆସିଲେ ମୁଁ ତାକୁ ବାଡେଇବି । ଖବରର ଅପଡେଟ ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *