କାମଦେଲା Arindam ଙ୍କ ପ୍ଲାନ୍! ବିଜେପିରୁ ମିଳିଲା ବିଧାନସଭା ଟିକେଟ,

ଅରିନ୍ଦମଙ୍କୁ ମିଳିଲା ବିଜେପିରୁ ବିଧାନସଭା ଟିକେଟ ! ହଁ ଆଜ୍ଞା ଓଡିଆ ଅଭିନେତା ତଥା ରାଜନୀତି କର୍ମୀ ଅରିନ୍ଦମ ରଏଙ୍କୁ ମିଳିଛି ବିଜେପି ଦଳରୁ ବିଧାନସଭା ଟିକେଟ । ତେବେ ନିକଟ ଅତୀତରେ ଅରିନ୍ଦମ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ହେଲେ ଅରିନ୍ଦମଙ୍କୁ ଦଳ କେଉଁ ଦାୟିତ୍ଵ ଦେବ ତାହା କିଛି ସ୍ପଷ୍ଠ ହୋଇପାରୁନଥିଲା । ଯାହାକୁ ନେଇ ଦ୍ଵନ୍ଦରେ ଥିଲେ ଅରିନ୍ଦମ । ହେଲେ ଏହି ଅପେକ୍ଷାର ଅନ୍ତ ଘଟିଛି । ଅରିନ୍ଦମଙ୍କୁ ବିଜେପିରୁ ସାଲେପୁର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ମିଳିଛି ।

ଯାହାକୁ ନେଇ ଅରିନ୍ଦମ ବହୁତ ଖୁସି ଥିବାର ଜଣା ପଡୁଛି । ତେବେ ଦଳକୁ ଆସୁ ଆସୁ ଦଳ ଅରିନ୍ଦମକୁ ବିଧାନସଭା ଟିକେଟ ଦେଇଛି । ହେଲେ ଟିକେଟ ପାଇବା ପଛରେ ଅରିନ୍ଦମଙ୍କର କେଉଁ ବଡ ପ୍ଳାନ ରହିଥିଲା ତାହାକୁ ନେଇ ବର୍ତ୍ତମାନ ଚର୍ଚା ଜୋର ଧରିଛି । କାରଣ ଗତ କିଛି ବର୍ଷ ଧରି ଅରିନ୍ଦମ ବିଜେଡି ଦଳରେ ରହି କର୍ମୀ ଭାବେ କାମ କରୁଥିଲେ । ହେଲେ ଏତେ ବର୍ଷ ଦଳରେ କାମ କରିବା ସତ୍ବେ ମଧ୍ୟ ଦଳ ତାଙ୍କୁ ଭରଷା କରି ଟିକେଟ ଦେଉନଥିଲା ।

ଏପରିକି ଅରିନ୍ଦମଙ୍କର ବିଜେଡି ଦଳରେ ପାରିବାରିକ ଭାବେ ଅନେକ ଛାମୁଆ ନେତାଙ୍କ ସହ ସମ୍ପର୍କ ଥିଲା । ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଜେଡିରୁ ଅରିନ୍ଦମଙ୍କୁ ଟିକେଟ ମିଳିନଥିଲା । ଯାହା ପରେ ଦଳ ଉପରେ ଅତିଷ୍ଠ ହୋଇ ଦଳ ପରିବର୍ତ୍ତନ କରିଥିଲେ ଅରିନ୍ଦମ । ହୁଏତ ଆଗକୁ ଆଉ ବିଜେଡିରୁ ଟିକେଟ ନମିଳିବାର ଆଶଙ୍କାକୁ ଦ୍ରୁଷ୍ଟିରେ ରଖି ବିଜେଡି ଦଳ ଛାଡିଥିଲେ ଅରିନ୍ଦମ । ହେଲେ ବିଜେପିରେ ସାମିଲ ହେଉ ହେଉ ବିଜେପି ତାଙ୍କୁ ସାଲେପୁରରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଇଛି । ତେବେ ଅରିନ୍ଦମ ବିଜେଡି ଛାଡି ବିଜେପିରେ ମିଶୁ ମିଶୁ ଦଳ ତାଙ୍କୁ ବିଧାନସଭା ଟିକେଟ ଦେଇଦେଲା ।

ହେଲେ ବିଜେଡି ଛାଡି ବିଜେପିରେ ମିଶିଥିବା ଅଭିନେତା ଅନୁଭବ ମହାନ୍ତିଙ୍କୁ କାହିଁକି ବିଜେପି ଟିକେଟ ଦେଲା ନାହିଁ । ତାହାକୁ ନେଇ ମଧ୍ୟ ଚର୍ଚା ଲାଗି ରହିଛି । ଆଶା ଥିଲା, ଅନୁଭବ ବିଜେଡି ଛାଡି ବିଜେପିରେ ମିଶିବା ପରେ ତାଙ୍କୁ ବିଜେପି ଦଳରୁ ସାଂସଦ ପ୍ରାର୍ଥୀ ଭାବେ କେଉଁଠାରୁ ଟିକେଟ ମିଳିପାରେ । ହେଲେ ସେଭଳି କିଛି ହେଲା ନାହିଁ । ଯାହାକୁ ନେଇ ଅନୁଭବ ମହାନ୍ତି ହୁଏତ ବର୍ତ୍ତମାନ ନିରାଶ ହୋଇଥାଇ ପାରନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *