ଠୋ ଠୋ କରି ଏକାସାଙ୍ଗରେ ମାରିଲା ବିଜୁଳି ଘଡିଘଡି , ସେଇଠି ପଡି ମା’-ପୁଅଙ୍କ….

ମାରିଲା ଘଡଘଡି ଫାଟିଗଲା ଛାତି ! ଖବର ମୁତାବିକ ପ୍ରବଳରୁ ଅତି ପ୍ରବଳ ପବନ ଅତି ବେଗରେ ମାଡି ଆସିଥିଲା । ଦିନ ଥାଉ ଥାଉ ଆକାଶ ପୁରା ରାତି ଭଳି ଅନ୍ଧକାରମୟ ହୋଇଯାଇଥିଲା । ତାପରେ ଚାରିଆଡେ କିଟମିଟ ଅନ୍ଧାର ହୋଇଯାଇଥିଲା । ଯାହାକୁ ଦେଖି ମାଆ ଓ ପୁଅ ଉଭୟ ଭୟଭୀତ ହୋଇଯାଇଥିଲେ । ତାପରେ ଉଭୟ ଜୀବନକୁ ବଞ୍ଚାଇବାକୁ ଯାଇ ଘରକୁ ପଳାଇଆସିବାକୁ ଉଦ୍ୟମ କରିଥିଲେ । ହାତ ଧରାଧରି ହୋଇ ମାଆ ଓ ପୁଅ ଘର ଆଡକୁ ଆସିବାକୁ ଚେଷ୍ଟା କରୁଥିଲେ ।

ହେଲେ ଘରକୁ ଆସିବା ବାଟରେ ତାଙ୍କ ସହ ଏଭଳି କିଛି ଘଟିଯାଇଥିଲା । ଘରକୁ ଫେରୁଥିବା ବେଳେ ମାଆ ଓ ପୁଅଙ୍କ ଉପରେ ଛାଡି ପଡିଥିଲା ବିଜୁଳି । ସେହି ସ୍ଥାନରେ ହଟାତ ଛଟପଟ ହୋଇ ତଳେ ପଡିଗଲେ ମାଆ ଓ ପୁଅ । ପୁଅ ମାଆ କୁ ଓ ମାଆ ପୁଅକୁ ଉଭୟ ପରସ୍ପରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ବଞ୍ଚିବା ପାଇଁ ମାଆ ଓ ପୁଅ ଉଭୟ ସଂଘର୍ଷ କରିଥିଲେ । ହେଲେ ପ୍ରଚଣ୍ଡ ବିଜୁଳୀ ଓ ଘଡଘଡିରେ ମାଆ ଓ ପୁଅଙ୍କ ଜୀବନ ଚାଲିଯାଇଥିଲା ।

ତେବେ ଜୀବନରେ ମୃତ୍ୟୁ ଯେ କେତେବେଳେ ଆସିନ ତାହା ତ କେହି ମଧ୍ୟ କହିପାରିବେ ନାହିଁ । ମାଆ ଓ ପୁଅଙ୍କ ମରିବା ଖବର ଘର ଲୋକ ଏବଂ ଗ୍ରାମ ଲୋକ ଜାଣିବା ପରେ କାନ୍ଦବୋବାଳିରେ ପରିବେଶ ଫାଟି ପଡୁଛି । ବର୍ଷା ସହ ପବନ ଓ ତା’ ସାଙ୍ଗକୁ ବିଜୁଳୀ ଓ ଘଡଘଡି ଏଭଳି ସ୍ଥିତିରେ ମା’ ଓ ପୁଅଙ୍କ ଜୀବନ ଚାଲିଯାଇଛି । ଗୋଟିରେ ଘରୁ ଏକା ସାଙ୍ଗରେ 2 ଟି ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଛି । ଏହି କାଳବୈଶାଖୀ ଓ ବଜ୍ରାଘାତ ସେହି ପରିବାରକୁ ଏଭଳି ଯନ୍ତ୍ରଣାଦାୟକ ଆଘାତ ଦେଇଗଲା ।

ଯେ କେବେବି ପରିବାର ଲୋକ ସେହି ଆଘାତର ଯନ୍ତ୍ରଣାକୁ ଭୁଲି ପାରିବେ ନାହିଁ । କେନ୍ଦ୍ରପଡା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଜନ୍ହିମୂଳ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତେବେ ବଜ୍ରାଘାତରେ ଜୀବନ ହରାଇଥିବା ମୃତକଙ୍କ ନାମ ହେଉଛି ଶଶିଲେଖା ବାରିକ ଓ ତାଙ୍କ ପୁଅ ରବୀନ୍ଦ୍ର ବାରିକ । ମୁଗ ଉପାଡିବାକୁ ଯାଇଥିବା ବେଳେ ପ୍ରଚଣ୍ଡ ବର୍ଷା ବିଜୁଳୀ ହେବା ଯୋଗୁ ବଜ୍ରାଘାତରେ ମାଆ ଓ ପୁଅଙ୍କ ଜୀବନ ଚାଲି ଯାଇଛି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *