ଦୁଃଖରେ କାନ୍ଦିଲେ ସୁର, ପୁଅକୁ ଆଶୀର୍ବାଦ ଦେଲେ ସେ ଜିତୁ ! Suresh Raut ray

ମୋ ମନକୁ ଆଘାତ ଦେଇଛି ମନ୍ମଥ ! ତେବେ ସୂଚନା ମୁତାବିକ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡି ପାର୍ଟିରୁ ପ୍ରାର୍ଥୀହୋଇ ଛିଡା ହେବାର ଇଛା ରଖିଛନ୍ତି । ତେବେ ଏ ନେଇ ସୁର ରାଉତରାୟ ଗଣ ମାଧ୍ୟମ ସାମ୍ନାରେ ନିଜର ସାନ ପୁଅକୁ ନେଇ ଏଭଳି କିଛି ବିଶେଷ ପ୍ରତିକ୍ରିୟା ରଖିଛନ୍ତି । ତେବେ ତାଙ୍କ କହିବା ଆଧାରରେ ମୁଁ ଜଣେ ସ୍ଵାଭିମାନ ଲୋକ ।

ମୁଁ ପ୍ରଥମରୁ କଙ୍ଗ୍ରେଶ ଦଳକୁ ଭଲ ପାଇ ସେଠାରେ ରହି ଆସିଛି ଏବଂ ମୋର ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ମୁଁ ସେହି ଦଳକୁ ସପୋର୍ଟ କରିବି । ହେଲେ ମୋ ପୁଅ ବିଜେଡିରେ ସାମିଲ ହେଲା । ଏହି କଥା ମୋତେ ବହୁତ ଆଘାତ ଦେଇଛି । ମୁଁ ତାକୁ କଙ୍ଗ୍ରେଶ ଦଳରୁ ଛିଡା ହେବା ପାଇଁ କହିଥିଲି । ହେଲେ ସେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହେବାର ସ୍ଵପ୍ନ ରଖିଥିଲା । ତେଣୁ ସେ ସେଥିରେ ଆଜି ସାମିଲ ହୋଇଯାଇଛି ।

ମୋର 2 ପୁଅ ଦେଶବିଦେଶ ବୁଲିଛନ୍ତି । ତାଙ୍କ ପାଖରେ ଯେଉଁ ସବୁ ଏକ୍ସପେରିଏନ୍ସ ଅଛି । ସେ ସେହି ସବୁ ଦ୍ଵାରା ଓଡିଶାର ଲୋକଙ୍କ ଓଡିଶାର ଜନସାଧାରଣଙ୍କ ସେବା ପାଇଁ ବହୁତ ଭଲ ଭଲ କାମ କରିବେ । ହେଲେ ମୋର ଇଛା ଥିଲା । ଯେ ମୋର ପୁଅ ମାନେ କଙ୍ଗ୍ରେଶରେ ରହି ଲୋକଙ୍କର ସେବା କରନ୍ତୁ । ହେଲେ ମୋର ସାନ ପୁଅ ମନ୍ମଥ ବିଜେଡିରେ ସାମିଲ ହେବା ପାଇଁ ମନଯୋଗ ଦେଲା । ତେଣୁ ତା’ ଇଛା ତା’ ର ଯାହା ଖୁସି ସେ ସେଇଆ କରୁ ।

ହେଲେ ଯେଉଁ ପାର୍ଟି ପକ୍ଷରୁ ବି ଛିଡା ହେଉ କିନ୍ତୁ ଲୋକଙ୍କର ସେବା ସାହାଜ୍ଯ କରୁ ବୋଲି ମୋର ଆଶା ରହିଛି । ହେଲେ ମୋ ପୁଅ ମନ୍ମଥ ବିଜେଡିରେ ସାମିଲ ହେଇଛି ବୋଲି ମୋ ମନରେ ଆଘାତ ଲାଗିଛି । ତଥାପି ମୋ ପୁଅ ପାଇଁ ମୋର ହୃଦୟରୁ ଆଶ୍ରୀବାଦ ରହିଛି । ସେ ଯେଉଁ ଦଳରେ ରହୁ ସେଠି ଜିତୁ । ତା’ ଜୀବନରେ ସେ ବହୁତ ଉନ୍ନତି କରି ଚାଲୁ ଏଭଳି କହିବା ସମୟରେ ସୁର ରାଉତରାୟ ଭାବବିହ୍ଵଳ ହୋଇଯାଇଥିଲେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *