Shreemayi Mishra ଙ୍କୁ ନେଇ ଜୋରଦାର ଚର୍ଚ୍ଚା… BJD ଛାଡି BJP ରୁ ହୋଇପାରନ୍ତି ବିଧାୟିକା ପ୍ରାର୍ଥୀ !

ଦଳ ଛାଡି ପାରନ୍ତି ଶ୍ରୀମୟୀ ! ହଁ ଆଜ୍ଞା ଗତ କିଛି ଦିନ ତଳେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କହି ପ୍ରଥମେ ଦଳ ସବୁ ନିର୍ବାଚନ ମଣ୍ଡଳୀ ବୁଲାଉଥିଲା । 2 ରୁ 3 ମାସ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବୁଲି ଲୋକଙ୍କ ପାଖକୁ ଯାଇ ତାଙ୍କୁ ଭେତୁଥିଲେ ଶ୍ରୀମୟୀ ମିଶ୍ର । ଦଳୀୟ ବିଧାୟକ ମାନେ ମଧ୍ୟ ତାଙ୍କୁ ଲୋକଙ୍କ ପାଖକୁ ନେଇ ସାଂସଦ ପ୍ରାର୍ଥୀ ବୋଲି ଉପସ୍ଥାପିତ କରୁଥିଲେ । ହେଲେ ହଟାତ ସବୁ କିଛି ବଦଳି ଯାଇଥିଲା ।

ବିଜେଡି ଦଳରେ ଆସି ସାମିଲ ହୋଇଥିଲେ ମନ୍ମଥ ରାଉତରାୟ । ଦଳ ପୁଣି ମନ୍ମଥ ରାଉତରାୟଙ୍କ ଉପରେ ଭରଷା କରି ତାଙ୍କୁ ଭୁବନେଶ୍ବରର ଲୋକସଭା ପ୍ରାର୍ଥୀ ଟିକେଟ ଦେଇଦେଲା । ଯେଉଁ କଥାକୁ ନେଇ ଶ୍ରୀମୟୀଙ୍କର ଦଳ ପ୍ରତି ଅସନ୍ତୁଷ୍ଠ ଭାବ ରହିଛି ବୋଲି ଚର୍ଚା ଲାଗିରହିଥିଲା । ଏହାପରେ ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ବିଧାୟିକା ପ୍ରାର୍ଥୀ କରିବ ବୋଲି ଚର୍ଚା ହେଉଥିଲା । ହେଲେ ଏହି ଚର୍ଚା ମଧ୍ୟ କିଛି ଫଳପ୍ରଦ ହୋଇପାରିନଥିଲା ।

ଶେଷରେ ବିଜେଡି ନିର୍ବାଚନ ଇସ୍ତାହାର କମିଟିର ସଦସ୍ୟ ଭାବେ ଶ୍ରୀମୟୀଙ୍କୁ ସ୍ଥାନ ଦେଇ ସନ୍ତୁଷ୍ଠ କରିବାକୁ ପ୍ରୟାସ କରିଥିଲା । ପରେ ପରେ ଶ୍ରୀମୟୀଙ୍କୁ ମହିଳା ଦଳ କାର୍ଯ୍ୟକାରିଣୀ ସଭାନେତ୍ରୀ ଭାବେ ମଧ୍ୟ ଦଳ ଦାୟିତ୍ଵ ଦେଇଥିଲା । ତେବେ ଏ ସବୁ ସତ୍ବେ ମଧ୍ୟ ଶ୍ରୀମୟୀ କୁଆଡେ ଏସବୁ ରେ ସନ୍ତୁଷ୍ଠ ନାହାନ୍ତି ବୋଲି ଅନୁମାନ କରାଯାଉଛି । ଶ୍ରୀମୟୀଙ୍କୁ ଦଳ କୌଣସି ସ୍ଥାନରୁ ପ୍ରାର୍ଥୀ କରୁନଥିବା ନେଇ ଦଳ ଉପରେ ଶ୍ରୀମୟୀ କ୍ଷୁବ୍ଧ ଥିବା କଥା ଚର୍ଚା ହେଉଛି ।

ତେବେ ଏହି ସବୁ କାରଣ ଯୋଗୁ ଶ୍ରୀମୟୀ ବିଜେଡି ଛାଡିବାକୁ ଯାଉଛନ୍ତି ବୋଲି କୁହାଯାଉଛି । ତେବେ ଶ୍ରୀମୟୀ ହୁଏତ ବିଜେଡି ଛାଡି ବିଜେପିରେ ଖୁବ ଶୀଘ୍ର ଯୋଗ ଦେଇପାରନ୍ତି । ତେବେ ଯଦି ଶ୍ରୀମୟୀ ବିଜେଡି ଛାଡି ବିଜେପିରେ ସାମିଲ ହୁଅନ୍ତି । ତେବେ ବିଜେପି ଦଳ କୁଆଡେ ଶ୍ରୀମୟୀଙ୍କ ପାଇଁ ଏକ ଆସନ ରଖିଛି ବୋଲି ମଧ୍ୟ ଏଭଳି କିଛି କଥା ଚର୍ଚା ହେବାରେ ଲାଗିଛି । କାରଣ ଶ୍ରୀମୟୀ ମିଶ୍ର ବିଜେପିରୁ ବେଗୁନିଆ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ଚର୍ଚା ହେଉଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *