କଂଗ୍ରେସ ଭବନରୁ ତଡା ଖାଇଲା ପରେ ସେମାନଙ୍କୁ କହିଲେ ଏମିତି… Nisha Maharana

କଙ୍ଗ୍ରେଶ ଭବନରୁ ବିଦା ହେଲା ପରେ ଏମିତି କହିଲେ ନିଶା… ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଘରେ ଘରେ ସାଙ୍ଗସାଥି, ଆତ୍ମୀୟସ୍ଵଜନ ମିଶି ରଙ୍ଗର ପର୍ବକୁ ଏଞ୍ଜୟ କରିଛନ୍ତି । ସେହିଭଳି କଙ୍ଗ୍ରେଶ ଭବନରେ ମଧ୍ୟ ହୋଲି ପର୍ବକୁ ଖୁବ ଧୂମଧାମରେ ପାଳନ କରାଯାଇଛି । ହୋଲିକୁ ସେଲିବ୍ରେଟ କରିବା ପାଇଁ ଯାତ୍ରା ଆଇଟମ ଗାର୍ଲ ନିଶା ମହାରଣା ଗତକାଲି ହୋଲି ଖେଳିବା ପାଇଁ କଙ୍ଗ୍ରେଶ ଭବନକୁ ଯାଇଥିଲେ । ଯେଉଁଠାରେ କଙ୍ଗ୍ରେଶ ପାର୍ଟି କମିଟିର କିଛି ମହିଳା ନିଶାକୁ ଧକ୍କା ଦେଇ ବିଦା କରିଦେଇଥିଲେ ।

କଙ୍ଗ୍ରେଶ ଭବନରୁ ତଡା ଖାଇଲା ପରେ ଗଣ ମାଧ୍ୟମ ସାମ୍ନାରେ ନିଶା ମହାରଣା ଖୋଲାଖୋଲି କିଛି ଏଭଳି କହିଛନ୍ତି । ତେବେ ନିଶା କହିଛନ୍ତି । ଯେ ମୁଁ କଙ୍ଗ୍ରେଶ ଭବନକୁ ଅନ୍ୟ ମାନଙ୍କ ସହ ହୋଲି ଖେଳିବା ପାଇଁ ଆସିନଥିଲି । ମୁଁ ସୁର ଭାଇଙ୍କ ସହ ହୋଲି ଖେଳିବାକୁ ଆସିଥିଲି । ତେଣୁ ମୁଁ ସୁର ଭାଇଙ୍କୁ ହୋଲି ଭଲରେ ଲଗେଇସାରିଥିଲି । ତାପରେ ସେଠାକାର କିଛି ମହିଳା ମୋତେ ସେଠାରୁ ବାହାରିଯିବା ପାଇଁ ଅସଭ୍ୟ ଭାବରେ କହିଲେ ।

ତାଙ୍କ ସହ ତ ମୁଁ ହୋଲି ଖେଳିବାକୁ ଯାଇ ନଥିଲି । ତେଣୁ ସେମାନେ ଯାହା ବି କହିବେ । ସେଥିରେ ମୋର କିଛି ଫରକ ପଡେ ନାହିଁ । ଯାହା ସହ ହୋଲି ଖେଳିବାକୁ ଯାଇଥିଲି । ସେ ତ ମୋତେ ଏଠାରୁ ବାହାରି ଯାଆ ବୋଲି କହିନାହାନ୍ତି । ତ କଙ୍ଗ୍ରେଶ ଭବନରୁ ବାହାରି ଗଲା ପରେ ମୋତେ କାହିଁକି ଖରାପ ଲାଗିବ ?  ତାପରେ ବି ମୁଁ କଙ୍ଗ୍ରେଶ ଭବନକୁ ଅଶ୍ଳୀଳ ପୋଷାକ ପିନ୍ଧିକି ମଧ୍ୟ ଯାଇନଥିଲି ।

କେଉଁ ସ୍ଥାନକୁ କେଉଁ ପ୍ରକାର ହୋଇକି ଯିବାକୁ ପଡେ । ସେ କଥା ମୋତେ ଠିକ ଭାବରେ ଜଣା ଅଛି । ସ୍ଟେଜ ଉପରେ ମୁଁ ମୋ ପେଟପାଟଣା ପାଇଁ ଅଶ୍ଳୀଳ ଡ୍ରେସ ପିନ୍ଧିକି ନାଚୁଛି । ମୁଁ ମୋ ପାଇଁ, ମୋ ପରିବାର ପାଇଁ କିଛି ଗରିବ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ରୋଜଗାର କରିବା ପାଇଁ ସ୍ଟେଜ ଉପରେ ଏମିତି ହେଇକି ନାଚୁଛି । ତା’ ବୋଲି କଣ ମୁଁ ଭଲ ଜାଗାକୁ ଆସିଲେ ସେମିତି ଡ୍ରେସ ପିନ୍ଧିକି ଯିବି । ଏତେ ଭଲ ଭାବେ ଯାଇ ମଧ୍ୟ କଙ୍ଗ୍ରେଶ ଭବନର କିଛି ମହିଳା ମୋତେ ଗାଳି କରି ସେଠାରୁ ବିଦା କରିଦେଲେ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *