ଗ୍ରାମ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ BJD ପ୍ରାର୍ଥୀନୀ Rani Arundhati

ଅଡୁଆରେ ରାଣୀ ଅରୁନ୍ଧତୀ ! ହଁ ଆଜ୍ଞା 2024 ରାଜନୀତିକୁ ନେଇ ଗାଁ ଠାରୁ ସହର ସବୁଆଡେ ରାଜନୀତି ମହୋଲରେ ସରଗରମ ଦେଖାଦେଇଛି । ଗାଁ ଗାଁ, ଘର ଘର ବୁଲି ଟିକେଟ ପାଇଥିବା ପ୍ରାର୍ଥୀ ମାନେ ଭୋଟ ପାଇଁ ପ୍ରଚାର କରୁଛନ୍ତି । ତେବେ ନିର୍ବାଚନ ପ୍ରଚାର ପାଇଁ ରିଆମାଳ ବ୍ଲକର ଖଇରପାଲି ଗାଁକୁ ଭୋଟ ମାଗିବାକୁ ଯାଇଥିବା ବିଜେଡି ବିଧୟିକା ପ୍ରାର୍ଥିନୀ ଅରୁନ୍ଧତୀ ଦେବୀଙ୍କର ଏଭଳି ସମସ୍ଯା ସାମ୍ନାକୁ ଆସିଛି ।

ଭୋଟ ପାଇଁ ପାଇଁ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ବେଳେ ଗାଁ ଲୋକଙ୍କ ପ୍ରଶ୍ନ ବାଣରେ ଅରୁନ୍ଧତୀ ଦେବୀ ଘାଇଲା ହୋଇଛନ୍ତି । ଯେତେବେଳେ ଗ୍ରାମର ଲୋକଙ୍କୁ ଏକଜୁଟ କରାଇ ଅରୁନ୍ଧତୀ ଦେବୀ ଭୋଟ ଦେବା ପାଇଁ କହିଥିଲେ । ସେତେବେଳେ ଗ୍ରାମର ଲୋକେ 25 ବର୍ଷର ସରକାର ଗ୍ରାମ ପାଇଁ କଣ କଣ ସବୁ ଉନ୍ନତି କରିଛି ବୋଲି ପ୍ରଶ୍ନ ଅରୁନ୍ଧତୀ ଦେବୀଙ୍କୁ ପଚାରିଥିଲେ ? ଗାଁ ର ତ କୌଣସି ସମସ୍ଯାର ସମାଧାନ ବିଜେଡି ସରକାର କରିନାହିଁ ।

ତେବେ କଣ ପାଇଁ ଆମେ ଆପଣଙ୍କୁ ଭୋଟ ଦେବୁ ଏପରି କିଛି ପ୍ରସଙ୍ଗ ଉଠାଇ ଅରୁନ୍ଧତୀ ଦେବୀଙ୍କୁ ଗ୍ରାମର ଲୋକ ଧର୍ମ ସଙ୍କଟରେ ପକାଇ ଦେଇଥିଲେ । ଭୋଟ ସମୟରେ ନେତା ମନ୍ତ୍ରୀ ମାନେ କେବଳ ଲୋକଙ୍କ ପାଖକୁ ଭୋଟ ମାଗିବା ପାଇଁ ଆସିଥାନ୍ତି । ହେଲେ ଭୋଟ ସରିଯିବା ପରେ ନେତା ମନ୍ତ୍ରୀ ମାନେ ଆଉ ଗାଁ ମାଟି ମାଡନ୍ତି ନାହିଁ । ତେବେ ଏଭଳି ଗୋଟେ ପରେ ଗ୍ରାମର ଲୋକଙ୍କ ପ୍ରଶ୍ନ ଶୁଣି ଅରୁନ୍ଧତୀ ଦେବୀଙ୍କ ମୁହଁ ପୁରା ଚୁପ୍ ହୋଇଯାଇଥିଲା ।

ସେ ଏଥିପାଇଁ ନିଜ କୌଣସି ପ୍ରତିକ୍ରିୟା ଦେବାକୁ ଚାହିଁନଥିଲେ । ହେଲେ ଗ୍ରାମର କିଛି ପିଲାଙ୍କର ଅରୁନ୍ଧତୀ ଦେବୀଙ୍କ ମୁହଁ ଉପରେ ହସିବା ଦେଖି ସେ ଏଭଳି କିଛି ଗ୍ରାମର ପିଲା ମାନଙ୍କୁ କହିଥିଲେ । ମୁଁ ଚାହୁଁଛି ଗ୍ରାମର ଲୋକଙ୍କର ଭଲ ଉନ୍ନତି ହେଉ । ଗ୍ରାମର ବିକାଶ ଧାରା ଆଗକୁ ଯାଉ । ହେଲେ ମୁଁ ଜଣେ ସ୍ତ୍ରୀ, ତେଣୁ ମୋତେ ଦେଖି ହସିବା ଆପଣ ମାନଙ୍କର ଉଚିତ ହେଉ ନାହିଁ । ତେଣୁ ପ୍ରଥମେ ଆପଣ ମାନେ ମହିଳା ମାନଙ୍କର ସମ୍ମାନ କରିବା ଶିଖନ୍ତୁ । ତେବେ ଯାଇ ଆପଣଙ୍କର ଉନ୍ନତି ହୋଇପାରିବ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *