Dharmendra Pradhan ଙ୍କୁ Kartik Pandiyan ଙ୍କ ଖୋଲା ଚ୍ୟାଲେଞ୍ଜ…

ଦମ୍ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବିଜେପି ! ହଁ ଆଜ୍ଞା ସୂଚନା ମୁତାବିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କର ଏଭଳି କିଛି ଖୋଲା ଚାଲେଞ୍ଜ କରିଛନ୍ତି । ଯେଉଁଥିରେ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ କାର୍ତ୍ତିକ ପାଣ୍ଡିଆନଙ୍କ କହିବା ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଦଳକୁ ନେଇ ସବୁବେଳେ ସମାଲୋଚନା କରୁଛନ୍ତି । ଏତେ ବର୍ଷ ଧରି ନବୀନ ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ?

ହେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା ଆମ ଓଡିଶାବାସୀ ଜାଣିଛନ୍ତି । ସେଥିପାଇଁ ସେ ଦୀର୍ଘ 25 ବର୍ଷ ଧରି ଶାସନ କ୍ଷମତାରେ ରହିଛନ୍ତି । ହେଲେ ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦମ ଅଛି । ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ଦେଖାନ୍ତୁ । ଯଦି ଗୋଟେ ପଟେ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଗୋଟେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରଖାଯିବ । ତେବେ ଆମ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଠିକ ଭାବେ ଓଡିଶାବାସୀ ଜାଣିଛନ୍ତି ।

ଓଡିଆବାସୀ କାହାକୁ ଆଶ୍ରୀବାଦ କରିବେ ସେ ଏହି କଥା ମଧ୍ୟ ଭଲ ଭାବେ ଜାଣିଛନ୍ତି । ତେବେ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ଖୋଲାଖୋଲି ଚାଲେଞ୍ଜ କରି କହିଛନ୍ତି । ଯେ ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଳରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ଛିଡା ହେବେ । ତେବେ ଓଡିଶାରୁ ତାଙ୍କୁ 10 ପ୍ରତିଶତ ମଧ୍ୟ ସିଟ ମିଳିବ ନାହିଁ । କାରଣ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ 25 ବର୍ଷ ଧରି କ’ ଣ ସବୁ ବିକାଶ କରିଛନ୍ତି । ସେହି ବିକାଶର ଅର୍ଥ ଯେତେ ଭାଷାରେ ବୁଝେଇଲେ ମଧ୍ୟ ଆପଣ ବୁଝୁ ନାହାନ୍ତି ।

ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଥିବା ଯେତେ ସବୁ ଉନ୍ନତି କାର୍ଯ୍ୟ କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝି ପାରୁନାହାନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇକି ଦେଖାନ୍ତୁ । ନିଜ ଦଳରେ ନିଜର ଅସ୍ତିତ୍ଵକୁ ମଜଭୁତ କରନ୍ତୁ । ଓଡିଶାବାସୀ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଆଶ୍ରୀବାଦ କରିବେ ତାହା ସବୁ ଜଣା ପଡିଯିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *