କେନ୍ଦ୍ରାପଣ୍ଡାବାସୀଙ୍କ ପାଇଁ BJP National VP Baijayant Panda ଙ୍କ ବାର୍ତ୍ତା….

କେନ୍ଦ୍ରାପଡାବାସୀଙ୍କ ପାଇଁ ବୈଜୟନ୍ତ ପଣ୍ଡାଙ୍କ ବାର୍ତ୍ତା ! ହଁ ଆଜ୍ଞା ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଚାରରେ ଥିବା ବେଳେ ତାଙ୍କ ବାମ ଆଖିକୁ ପହଞ୍ଚିଥିଲା । ଯେଉଁ କାରଣରୁ ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲରେ ତାଙ୍କର ଆଖିର ଚିକିତ୍ସା କରାଯାଇ ସଙ୍ଗେ ସଙ୍ଗେ ଅପେରେସନ ହେବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତେବେ ଆଖିର ଅପରେସନ ପରେ ବୈଜୟନ୍ତ ପଣ୍ଡା ନିଜେ ସୋସିଆଲ ମିଡିଆରେ କେନ୍ଦ୍ରାପଡାବାସୀଙ୍କୁ କିଛି ଏଭଳି ବାର୍ତ୍ତା ଜଣାଇଛନ୍ତି ।

ତେବେ ତାଙ୍କର ବାର୍ତ୍ତାରେ ସେ ଲୋକଙ୍କୁ ଜଣାଇଛନ୍ତି । ଯେ ନିର୍ବାଚନ ପ୍ରଚାର ସମୟରେ ସେ ଥିବା ସମୟରେ ହଟାତ ତାଙ୍କ ବାମ ଆଖିକୁ ଆଘାତ ପହଞ୍ଚିଥିଲା । ଯେଉଁ କାରଣରୁ ଆଖିର ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ହସ୍ପିଟାଲକୁ ସଙ୍ଗେ ସଙ୍ଗେ ଆସିବାକୁ ପଡିଥିଲା । ସେଠାରେ ତାଙ୍କ ଆଖିର ତୁରନ୍ତ ଅପରେସନ କରାଯାଇନଥିଲେ । ଦ୍ରୁଷ୍ଟିଶକ୍ତି ସବୁଦିନ ଚାଲିଯିବାର ଆଶଙ୍କା ରହିଥିଲା । ଯେଉଁଥି ପାଇଁ ତାଙ୍କର ନିକଟରେ ଆଖିର ଅପରେସନ ମଧ୍ୟ କରାଯାଇଛି ।

ତେବେ ଡାକ୍ତର ମାନଙ୍କ ପରାମର୍ଶ ଅନୁଯାଇ ଆଉ କିଛି ଦିନ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟ ସ୍ଥଗିତ ରଖାଯିବ । ତାପରେ ମଧ୍ୟ ତାଙ୍କ ପ୍ରଚାର କରିବା ସମୟରେ କିଛି କଟକଣା ଲାଗୁ କରାଯିବ । ଏହାପୂର୍ବରୁ ଅନେକ କାର୍ଯ୍ୟକର୍ତ୍ତା ବୈଠକ ଓ ସଭା ମାଧ୍ୟମରେ ସେ ହଜାର ହଜାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ଭେଟି ସାରିଛନ୍ତି । ଏଥିସହ 4 ଟି ବିଶାଳ ରାଲି ଦ୍ଵାରା କେନ୍ଦ୍ରପଡାର ଅନେକ ଏରିଆ ମଧ୍ୟ ସେ ପ୍ରଚାର ନିମନ୍ତେ ବୁଲିଛନ୍ତି । ଆହୁରି ବହୁତ ଯାଗା ମଧ୍ୟ ତାଙ୍କର ଯିବାର ବାକି ରହିଛି ।

ତେଣୁ ସେ ପ୍ରଭୁ ବଳଦେଭଜୀଉଙ୍କୁ ପ୍ରାଥନା କରୁଛନ୍ତି । ଖୁବ ଶୀଘ୍ର ତାଙ୍କ ଆଖି ଭଲ ହୋଇଯାଉ । ଯାହା ଫଳରେ ସେ ଶୀଘ୍ର ସୁସ୍ଥ ହୋଇ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ । ତେବେ ଆମେ ମଧ୍ୟ ପ୍ରଭୁ ବଳଦେଭଜୀଉଙ୍କୁ ପ୍ରାର୍ଥନା କରୁଛି । ବହୁତ ଶୀଘ୍ର ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଆଖି ଠିକ ହୋଇ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଆନ୍ତୁ । ଏଥିସହ ପୂର୍ବ ଭଳି ସେ ନିଜ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ ହୋଇବା ସହ ଲୋକଙ୍କୁ ଭେଟନ୍ତୁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *