”ମୋ ପାଇଁ ମୋ ବାପା ଯୋଦ୍ଧା ନୁହଁନ୍ତି, ସେଥିପାଇଁ ତାଙ୍କୁ ପ୍ରଚାରକୁ ଡାକିବି ନାହିଁ” Siddharth Routray

ମୋ ପାଇଁ ବାପା ନୁହେଁ, ଜନତା ଯୋଦ୍ଧା ! ହଁ ଆଜ୍ଞା କଙ୍ଗ୍ରେଶରୁ ନିମାପଡାର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ତେବେ କଙ୍ଗ୍ରେଶରୁ ଟିକେଟ ପାଇଲା ପରେ ସିଦ୍ଧାର୍ଥ ରାଉତରାୟ ପ୍ରତ୍ଯେକଟି ଥର ନିଜ ପ୍ରତିକ୍ରିୟାରେ ଏଭଳି କିଛି ମନ୍ତବ୍ୟ ରଖି ଆସିଛନ୍ତି । ତେବେ ସିଦ୍ଧାର୍ଥଙ୍କ କହିବା ଅନୁଯାଇ ମୋ ପାଇଁ ମୋ ଜନତା ହେଉଛନ୍ତି ସବୁକିଛି । ତାଙ୍କ ପାଇଁ ମୁଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।

ଲୋକଙ୍କର ସୁଖ ଓ ଦୁଃଖର ସାଥି ହେବା ପାଇଁ ମୁଁ ରାଜନୀତିରେ ନିର୍ବାଚନ ଲଢିବାକୁ ଯାଉଛି । ତେଣୁ ଲୋକଙ୍କର ମୋ ଉପରେ ସେତିକି ଭରଷା ଅଛି ବୋଲି ଦଳ ମୋତେ ନିମାପଡାରୁ ଟିକେଟ ଦେଇଛି । ତେଣୁ ମୁଁ ଏଥିପାଇଁ ନିର୍ବାଚନକୁ ବହୁତ ଗୁରୁତ୍ଵର ସହ ନେଇ ନିର୍ବାଚନ ଲଢିବାକୁ ଚେଷ୍ଟା କରିବି । ମୋ ସାଥିରେ ଲୋକଙ୍କର ସାଥ୍ ରହିଲେ ମୋର ଆଉ କିଛି ଦରକାର ପଡିବ ନାହିଁ । ମୁଁ ମୋ ନିର୍ବାଚନ ପ୍ରଚାର ପାଇଁ ବାପାଙ୍କୁ ଲୋଡିବାକୁ ଚାହୁଁନାହିଁ ।

କାରଣ ବାପା ଏବେ ଆଉ ଗୋଟେ ପୁଅ ପାଇଁ ଆଉ ଗୋଟେ ଦଳରୁ ପ୍ରଚାର କରୁଛନ୍ତି । ତେଣୁ ଏହି ସମୟରେ କଙ୍ଗ୍ରେଶ ଦଳରୁ ତାଙ୍କୁ ମୋ ପାଇଁ ପ୍ରଚାର କରିବା ଡାକିବା ମୁଁ ଉଚିତ ମନେ କରୁନାହିଁ । ନଚେତ କଥାଟା ପୁରା ବିଗିଡି ଯାଇପାରେ । ମୁଁ ବହୁତ କସରତ କରି ଏହି ନିର୍ବାଚନ ପାଇଁ ବିଧାୟକ ଟିକେଟ ପାଇପାରିଛି । ତେଣୁ ମୋ ଉପରେ ଭରଷା କରିଥିବା ଲୋକ ଅର୍ଥାତ ଜନତାଙ୍କର ସାଥ୍ ନେଇ ହିଁ ଏହି ନିର୍ବାଚନରେ ବିଜୟୀ ହେବାର ଆଶା ରଖିଛି । ତେଣୁ ମୋ ଉପରେ ଲୋକଙ୍କର ଆଶ୍ରୀବାଦ ନିହାତି ରହିବା ଦରକାର ।

ଅଞ୍ଚଳ ଅଞ୍ଚଳରେ ଲୋକଙ୍କର ଅନେକ ସମସ୍ଯା ଲାଗି ରହିଛି । ତେଣୁ ମୁଁ ନିର୍ବାଚନ ଜିତିବା ପରେ ପ୍ରତ୍ଯେକଟି  ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ଭଲ ମନ୍ଦ ବୁଝି ତାଙ୍କର ଉନ୍ନତି କରିବାକୁ ଚେଷ୍ଟା କରିବି । ପାନୀୟ ସମସ୍ଯା ଠାରୁ ନେଇକି ଲୋକଙ୍କର ରହିବା ପର୍ଯ୍ୟନ୍ତ ସବୁ କିଛି ସମସ୍ଯାର କିଭଳି ଶୀଘ୍ର ସମାଧାନ ହୋଇପାରିବ ସେ ଦିଗରେ ମୁଁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *