ଦିନେ ଯାହାଙ୍କୁ ବିରୋଧୀ ଟାର୍ଗେଟ କରୁଥିଲେ, ସେଇ Shreemayi ପୁରା ପଲଟନ ଧରି ନିର୍ବାଚନ ମୈଦାନକୁ ଓଲ୍ହେଇବେ…

ଶ୍ରୀମୟୀଙ୍କୁ ଆଉ ଏକ ବଡ ପଦବୀ ! ଖବର ମୁତାବିକ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଉପରେ ଏବେ ଗୋଟେ ପରେ ଗୋଟେ ବଡ ଗୁରୁ ଦାୟିତ୍ଵ ଦିଆଯାଉଛି । ନିକଟରେ ଦଳ ଶ୍ରୀମୟୀଙ୍କୁ ହେଳା କରୁଛି ବୋଲି ଚର୍ଚା ହେଉଥିଲା । ଦଳ ପକ୍ଷରୁ ଶ୍ରୀମୟୀଙ୍କୁ ଲୋକସଭା ଟିକେଟ ମିଳିବ ବୋଲି ଆଶା ଥିଲା । ହେଲେ ତାଙ୍କୁ ମିଳିବାକୁ ଥିବା ଟିକେଟକୁ ତାଙ୍କୁ ଦିଆନଯାଇ ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ଦିଆଗଲା । ଯାହାପରେ ଦଳ ଏପରି ଭାବେ ଶ୍ରୀମୟୀଙ୍କୁ ହେଳା କରୁଥିବାରୁ ସେ କୁଆଡେ ଦଳ ଛାଡିଦେବେ ବୋଲି ମଧ୍ୟ ଖୁବ ଚର୍ଚା ଲାଗି ରହିଥିଲା ।

ଏହାଛଡା ଯଦି ଶ୍ରୀମୟୀ ଦଳ ପରିବର୍ତ୍ତନ କରନ୍ତି । ତେବେ ତାଙ୍କୁ ନିଜ ଦଳରୁ ଟିକେଟ ଦେବା ପାଇଁ କୁଆଡେ ଅନ୍ୟ ଦଳର ଲୋକ ଚାହିଁ ବସିଛନ୍ତି ବୋଲି ମଧ୍ୟ ଖୁବ ଚର୍ଚା ଲାଗି ରହିଥିଲା । ତେବେ ଯଦିଓ ଏ ନେଇ ଶ୍ରୀମୟୀ ଗଣ ମାଧ୍ୟମ ସାମ୍ନାରେ କେବେବି ମୁହଁ ଖୋଲି କିଛି ପ୍ରତିକ୍ରିୟା ରଖିନଥିଲେ । ହେଲେ ତାଙ୍କୁ ଲୋକସଭା ଟିକେଟ ମିଳିନଥିବାରୁ ତାଙ୍କ ମନରେ ଦଳ ପ୍ରତି ଅସନ୍ତୋଷ ଭାବ ଆସିଥାଇପାରେ ବୋଲି କୁହାଯାଉଥିଲା । ହେଲେ ଏବେ ଶ୍ରୀମୟୀକୁ ଦଳରୁ ଗୋଟେ ପରେ ଗୋଟେ ବଡ ଦାୟିତ୍ଵ ଦିଆଯାଉଛି ।

ଦଳ ତାଙ୍କୁ ଅବହେଳା ନକରି ଗୋଟେ ପରେ ଗୋଟେ ବଡ ଦାୟିତେ ମଧ୍ୟ ଦେଉଛି । ପ୍ରଥମେ ଶ୍ରୀମୟୀଙ୍କୁ ଦଳର ଷ୍ଟାର ପ୍ରଚାରକ ହୋଇ କାର୍ଯ୍ୟ ନିର୍ବାହ କରିବାର ଦାୟିତ୍ଵ ଦିଆଯାଇଥିଲା । ପରେ ପରେ ଦଳରୁ ଶ୍ରୀମୟୀ ମିଶ୍ରଙ୍କୁ ଆଉ ଏବେ ଗୁରୁ ଦାୟିତ୍ଵ ଦିଆଯାଇଛି । ଯାହା ହେଉଛି ବିଜୁ ମହିଳା ଜନତା ଦଳର ସେ ହେବେ କାର୍ଯ୍ୟକାରୀ ସଭାନେତ୍ରୀ । ବିଜେଡି ଦଳର ସଭା ନେତ୍ରୀ ।

ତାଙ୍କ କହିବା ଅନୁସାରେ ଦଳର ମହିଳା ମାନେ ନିଜର ଶକ୍ତି ପଦର୍ଶନ ରାଜନୀତି ମଇଦାନରେ କରିବାକୁ ଯାଉଛନ୍ତି । ବିଜେଡି ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମୟୀ ମିଶ୍ରଙ୍କୁ ଏହି ଦାୟିତ୍ଵ ତୁଲାଇବା ପାଇଁ ଦେଇଛନ୍ତି । ଏହି ଦାୟିତ୍ଵ ପାଇଲା ପରେ ବର୍ତ୍ତମାନ ଠାରୁ ଶ୍ରୀମୟୀ ନିଜ ଦଳର ନେତ୍ରୀ ଓ କର୍ମୀ ମାନଙ୍କୁ ନେଇ ନିର୍ବାଚନ ମଇଦାନରେ ବିରୋଦ୍ଧି ଦଳକୁ ଟକ୍କର ଦେବାକୁ ଆଗକୁ ବାହାରିଛନ୍ତି ଶ୍ରୀମୟୀ ମିଶ୍ର । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ।

Leave a Reply

Your email address will not be published. Required fields are marked *