ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ନିର୍ବାଚନ ମଣ୍ଡଳୀର ଲୋକ କହୁ କହୁ କହିଦେଲେ…

ମୁଖ୍ୟମନ୍ତ୍ରୀ ଅଞ୍ଚଳରେ କ’ ଣ ରହିଛି ମୁଡ୍ ! ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଖୋଦ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ କରି ଆସୁଛନ୍ତି । ତେବେ ଲୋକ ସରକାରଙ୍କ ଯୋଜନାରେ କେତେ ମାତ୍ରାରେ ଉପକୃତ ହୋଇଛନ୍ତି । ଏହାଛଡା ସେହି ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କେଉଁ ସବୁ ସମସ୍ଯାର ସାମ୍ନା ଏବେ ମଧ୍ୟ କରିବାକୁ ପଡୁଛି ତାହା ଏଇ ଗ୍ରାମବାସୀ କଣ କହୁଛନ୍ତି ଚାଲନ୍ତୁ ଜାଣିବା । ତେବେ ହିଂଜିଳି ନିର୍ବାଚନ ମଣ୍ଡଳୀର ଗ୍ରାମବାସୀ ମାନେ ମିଡିଆ ସାମ୍ନାରେ ଦେଇଥିବା କିଛି ପ୍ରତିକ୍ରିୟା ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।

ତେବେ ଗ୍ରାମର କିଛି ଲୋକଙ୍କ କହିବା ଆଧାରରେ ନିର୍ବାଚନ ପାଖେଇ ଆସିଲାଣି । ହେଲେ ବିଜେଡି ଦଳର କେଉଁ ନେତା ମନ୍ତ୍ରୀଙ୍କର ଆମ ଗାଁରେ ଦେଖା ନାହିଁ । କେବଳ ଶଙ୍ଖ ଚିହ୍ନର ଗୋଟେ ବୋର୍ଡଟା ଏଠାରେ ଲଗେଇ ଦେଇଛନ୍ତି। ହେଲେ ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଥିଲେ ମଧ୍ୟ ସେ ଏଠାକୁ ପ୍ରଚାରରେ ଆସିନାହାନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଗୋଟେ ମନ୍ଦିରର ରୂପାନ୍ତରୀକରଣ ହେବ ବୋଲି ବୋର୍ଡ ମାରିଥିଲେ ।

ହେଲେ ଏବେ ଯାଏ ମଧ୍ୟ ମନ୍ଦିରର କାମ ପାଇଁ ସରକାରଙ୍କ ତରଫରୁ ଟଙ୍କାଟିଏ ମଧ୍ୟ ଆସି ନାହିଁ । ପାଣିକୁ ନେଇ ମଧ୍ୟ ଏବେ ପର୍ଯ୍ୟନ୍ତ ଆମ ଗାଁରେ ସମସ୍ଯା ରହିଛି । ଟ୍ୟାପ ଲାଗିଥିଲେ ସୁଦ୍ଧା ପାଣି ଦିନେ ଆସିଲେ ଦିନେ ଆସୁନାହିଁ । ଖୋଦ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଥିଲେ ମଧ୍ୟ ଏଠାକୁ ଅଧିକାଂଶ ସମୟରେ ସେ ଆସନ୍ତି ନାହିଁ । ଦୀର୍ଘ 10 ରୁ 15 ବର୍ଷ ତଳେ ଯାଇ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଥିଲେ । ଗ୍ରାମର କିଛି ଲୋକଙ୍କର ରାସନକାର୍ଡ କଟିଯାଇଥିବା ନେଇ ଅଭିଯୋଗ ଆସିଛି ।

ହେଲେ ତାହାର ମଧ୍ୟ ସମାଧାନ ହୋଇପାରୁନାହିଁ । ତେବେ ଏହିଭଳି କିଛି ଅଭିଯୋଗକୁ ନେଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଆଗାମୀ ସମୟରେ ହିଂଜିଳି ନିର୍ବାଚନ ମଣ୍ଡଳୀର ସବୁ ଲୋକ ମିଶି ଅଞ୍ଚଳର ଉନ୍ନତିକୁ ଦ୍ରୁଷ୍ଟିରେ ରଖି ସଠିକ ନିଷ୍ପତ୍ତି ନେଇ କାହାକୁ ଭୋଟ ଦେଇ ତାଙ୍କ ଅଞ୍ଚଳର ପ୍ରତିନିଧିତ୍ଵ କରିବାର ଦାୟିତ୍ଵ ଦେବେ ତାହା ତ ସମୟ କହିବ । ଏହିଭଳି ସବୁ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *