“Dipali Das ” ନା “Sofia Firdosh ” କିଏ ବେଶୀ ଧନୀ ! କିଏ କେତେ କୋଟିର ମାଲିକ !

କେତେ କୋଟି ଟଙ୍କାର ମାଲିକ ଏହି 2 ନାରୀନେତ୍ରୀ ! ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିତବଚନ ହେବାକୁ ଥିବା ବେଳର ଝାରସୁଗୁଡାରୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଦୀପାଳି ଦାସ ଓ କଟକ ବାରବାଟୀରୁ କଙ୍ଗ୍ରେଶ ବିଧାୟୀକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଧୋଶ ଛିଡା ହୋଇଛନ୍ତି । ତେବେ ଏହାରି ଭିତରେ ନିର୍ବାଚନ ପୂର୍ବରୁ ଉଭୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସତ୍ୟପାଠ ଆଧାରରେ ସେମାନଙ୍କ ପାଖରେ କଣ ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ତାହା ସବୁ ଜଣା ପଡିଛି ।

ଦୀପାଳି ଦାସଙ୍କର ସମ୍ପତ୍ତି ହେଉଛି ପାଖାପକ୍ଷୀ 15 କୋଟି ଟଙ୍କାରୁ ମଧ୍ୟ ଉର୍ଦ୍ଧ ଟଙ୍କା ତାଙ୍କ ପାଖରେ ରହିଛି । ତାଙ୍କ ପାଖରେ ବର୍ତ୍ତମାନ ସ୍ଥାବର ସମ୍ପତ୍ତି ରହିଛି 14 କୋଟି 47 ଲକ୍ଷ। ଅସ୍ଥାବର ସମ୍ପତ୍ତିର ମୂଲ୍ୟ 63 ଲକ୍ଷ 69 ହଜାର । ଦୀପାଳି ଦାସଙ୍କ ପାଖରେ 20 ଗ୍ରାମର ଗହଣା ମଧ୍ୟ ରହିଛି । ଯାହାର ମୂଲ୍ୟ ହେଉଛି 1 ଲକ୍ଷ 46 ହଜାର ଟଙ୍କା । ତାଙ୍କର ବର୍ତ୍ତମାନ ହାତରେ ନଗଦ ଟଙ୍କା ରହିଛି 52 ହଜାର । ଦୀପାଳି ଦାସଙ୍କ ନାମରେ କୌଣସି ଗାଡି ନାହିଁ । ସେ କୌଣସି ପ୍ରକାର ଋଣ ମଧ୍ୟ କରିନାହାନ୍ତି ।

ଅପର ପକ୍ଷରେ କଟକ ବାରବାଟୀ ବିଧାୟିକା ପ୍ରାର୍ଥୀଙ୍କ ବିଷୟରେ କହିବାକୁ ଯିବା । ତେବେ ସୋଫିଆ ଫିର୍ଦ୍ଧୋଶଙ୍କର ସମ୍ପତ୍ତି ରହିଛି ସାଢେ  3 କୋଟି ଟଙ୍କାରୁ ଅଧିକ ଟଙ୍କା ରହିଛି । ପାଖରେ ରହିଛି 8 ଲକ୍ଷ 57 ହଜାର ଟଙ୍କା । ଅସ୍ଥାବର ସମ୍ପତ୍ତି ହେଉଛି 1 କୋଟି 53 ଲକ୍ଷ ଟଙ୍କା । ସୋଫିଆର 450 ଗ୍ରାମର ସୁନା ଓ 900 ଗ୍ରାମର ରୂପା ଗହଣା ରହିଛି । ଯାହାର ମୂଲ୍ୟ ହେଉଛି 29 ଲକ୍ଷ ଟଙ୍କା । ସୋଫିଆଙ୍କ ନିଜ ନାମରେ ଏକ ଅଡି କାର ମଧ୍ୟ ରହିଛି । ଯାହାର ମୂଲ୍ୟ ହେଉଛି 12 ଲକ୍ଷ 50 ହଜାର ।

ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି 2 କୋଟି 11 ଲକ୍ଷ ଟଙ୍କା । ତେବେ ଆଗକୁ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ନାଚନ ପର୍ବ ପାଖେଇ ଆସୁଅଛି । ଏହାରି ମଧ୍ୟରେ ନିର୍ବାଚନ ପାଇଁ ଟିକେଟ ପାଇଥିବା ପ୍ରାର୍ଥୀ ମାନେ ନିଜ ନିଜର ନାମାଙ୍କନ ପତ୍ର ନିକଟରେ ଭରିଛନ୍ତି । ଯାହା ଫଳରେ ତାଙ୍କର ସମ୍ପତ୍ତିଗତ ବିଷୟରେ ଏହିଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *