ଏକା ସାଙ୍ଗରେ ମାରିଲା ବିଜୁଳୀ, ଘଡଘଡି, ସେଇଠି ଟଳି ପଡିଲେ 37 ଜଣ ଲୋକ…ହଁ ଆଜ୍ଞା ଖବର ମୁତାବିକ ରାତି ଅଧରେ ପ୍ରଚଣ୍ଡ କାଳବୈଶାଖୀ ଘୋଟି ଆସିଥିଲା । କେହି କିଛି ଜାଣିବା ପୂର୍ବରୁ 37 ଜଣଙ୍କର ଜୀବନ ଚାଲି ଯାଇଛି । ଦିନରେ ପ୍ରଚଣ୍ଡ ଖରାତାତୀ ହୋଇଥିଲା । ଲୋକ ପ୍ରବଳ ଖରାରେ ଆଉଟୁପାଉଟୁ ହେଉଥିଲେ । ହେଲେ ରାତିରେ ଏମିତି କିଛି ପାଗ ବଦଳି ଯାଇଥିଲା । ହଟାତ କୁଆଡୁ ମାଡି ଆସିଥିଲା ବର୍ଷା, ପବନ, ବିଜୁଳୀ ଓ ଘଡଘଡି । ଅଚାନକ ରାତି ଅଧରେ ଝଡତୋଫାନ ସାଙ୍ଗକୁ ବର୍ଷା କାଚିବାରେ ଲାଗିଲା ।
କଳାହାଣ୍ଡି ମେଘରେ ପୁରା ଆକାଶର ରୂପରଙ୍ଗ ବଦଳି ଯାଇଥିଲା। ତାପରେ ଘଡଘଡି ବିଜୁଳୀ ସାଙ୍ଗକୁ ବର୍ଷା ପବନ ତାଣ୍ଡବ ରଚିଥିଲା । ଯାହା ଫଳରେ କି 37 ଲୋକଙ୍କର ଜୀବନ ଅକାଳରେ ଚାଲି ଯାଇଛି । ସବୁକିଛି ଭାଙ୍ଗିରୁଜି ଛିନଛତର ହୋଇଯାଇଛି । ଘରେ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଯାଇଛି । ବର୍ଷା ଏମିତି ଭୟାନକ ଭାବେ ହେଇଛି । ଯେ ଲୋକ ମାନେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବର୍ଷା ଯୋଗୁ ମାଟି ଅତଡା ଖସି ଅନେକ ଲୋକ ସେହି ମାଟି ତଳେ ପୋତି ହୋଇଯାଇଛନ୍ତି ।
ତେବେ ଏ ପର୍ଯ୍ୟନ୍ତ ପାଖାପାଖି 37 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏଥିରେ 74 ଜଣ ଲୋକ ନିଖୋଜ ଥିବା କଥା ମଧ୍ୟ ଜଣା ପଡିଛି । ତେବେ ନିଖୋଜ ହୋଇଥିବା ଲୋକଙ୍କୁ ଖୋଜିବା ପାଇଁ ସର୍ଚ ଅପେରେସନ ମଧ୍ୟ ଜାରୀ ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ଅନେକ ଘର, କୋଠାବାଡି ସବୁ ଭୁଷୁଡି ପଡିଛି । ବ୍ରାଜିଲର ଦକ୍ଷିଣପ୍ରାନ୍ତ ଏରିଆରେ ପ୍ରବଳ ବର୍ଷା ସହ ବିଜୁଳୀ ଘଡଘଡି ହୋଇଥିଲା । ଯାହା ଫଳରେ ସେଠାରେ କିଛି ଏଭଳି ସ୍ଥିତି ଉପୁଜି ଥିଲା ।
ଲୋକଙ୍କର ଘରେ ବର୍ଷା ପାଣି ପଶିଯିବା ସହ ମାଟିର ଅତଡା ଖସି ସେଥିରେ ଅନେକ ଲୋକ ଚାପି ହୋଇ ରହିଯାଇଛନ୍ତି । ଯାହା ଫଳରେ 37 ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ ଅପେରସନ ବର୍ତ୍ତମାନ ସମୟରେ ଜାରୀ ରହିଛି । ସେଠାକାର ଲୋକଙ୍କର ଅବସ୍ଥା ବର୍ତ୍ତମାନ ସମୟରେ ବହୁତ ଖରାପ ସ୍ଥିତିରେ ରହିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।