2 ନେତାଙ୍କ ଭିତରେ ମେଣ୍ଟ ପ୍ରସଙ୍ଗ ଉଠିଥିଲା, ହେଲେ…. VK Pandiyan

ରାଜ୍ୟ ରାଜନୀତିରେ ନିର୍ବାଚନକୁ ନେଇ ମାହୋଲ ପୁରା ସରଗରମ ରହିଛି । ତେବେ ଏହାରି ଭିତରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିୟାନ ଗଣ ମାଧ୍ୟମର ଏକ ସାକ୍ଷାତକାରରେ ନିର୍ବାଚନକୁ ନେଇ ନିଜର ଏଭଳି କିଛି ମନ୍ତବ୍ୟ ରଖିଛନ୍ତି । ତେବେ କାର୍ତ୍ତିକ ପାଣ୍ଡିୟାନଙ୍କ କହିବା ଆଧାରରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଗତ 24 ବର୍ଷ ଧରି ଓଡିଶାରେ ଶାସନ କରୁଛନ୍ତି । ଆମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକ ମାନଙ୍କର ସେତିକି ଭଲ ପାଇବା ଓ ଆଶ୍ରୀବାଦ ରହିଛି ବୋଲି ସେ ସବୁବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ରହି ଆସିଛନ୍ତି ।

ତେବେ ଏଥର 2024 ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳୀ ଓ କଣ୍ଟାବାଞ୍ଜି 2 ଟି ଜାଗାରୁ ନିର୍ବାଚନ ଲଢୁଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ଯେଉଁ ଜାଗାରୁ ଠିଆ ହେବାର ନିଷ୍ପତ୍ତି ନେଇଥାନ୍ତି । ସେହି ଏରିଆକୁ ବହୁତ ଶୀଘ୍ର ଉନ୍ନତି କରିବାର ଯୋଜନା ସବୁ କରିକି ରହିଥାନ୍ତି । ମୁଁ ରାଜନୀତିକୁ ଆସିଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ଆଜି ପର୍ଯ୍ୟନ୍ତ ସବୁ କିଛି କରି ଆସିଛି ଆଉ ଆଗକୁ ମଧ୍ୟ କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶରେ ମୁଁ ବିଜେଡିର ଷ୍ଟାର ପ୍ରଚାରକ ଭାବେ କାମ କରୁଛି ।

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଧେଶ ଦେବେ ମୋର ଦଳରେ ସେହି ଭୂମିକା ରହିବ । କାରଣ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇଁ ହିଁ ରାଜନୀତିକୁ ଆସିଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ସହ ମୋର ଏକ ଇମୋସନାଲ କନେକ୍ଟ ରହିଛି । ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହି ତାଙ୍କ ନିର୍ଦ୍ଧେଶରେ ଯାହା ବି ସବୁ ଯୋଜନା କରାଯାଇଛି । ସେହି ଯୋଜନାକୁ ଆମେ ବହୁତ ଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି କାମ କରିବି ।

2024 ଭୋଟ ପୂର୍ବରୁ 2 ନେତାଙ୍କ ଭିତରେ ମେଣ୍ଟ ନେଇ ଚର୍ଚା ହୋଇଥିଲା । ଲୋକ ମାନଙ୍କ ବିକାଶକୁ  ଦ୍ରୁଷ୍ଟିରେ ରଖି ଏଭଳି କିଛି ନିଷ୍ପତ୍ତି ନିଆଯାଇଥିଲା । ହେଲେ କିଛି କୁଜି ନେତା ମାନେ ଏହି କଥାକୁ ଠିକରେ ବୁଝି ପାରିଲେ ନାହିଁ କି ଆଗକୁ ମଧ୍ୟ ବୁଝି ପାରିବେ ନାହିଁ । ତେବେ 2024 ନିର୍ବାଚନରେ ବିଜୁ ଜନତା ଦଳ ରେକର୍ଡ ମାର୍ଜିନରେ ବିପୁଳ ସଂଖ୍ୟାର ଭୋଟରେ ଜିତିବାକୁ ଯାଉଛି ବୋଲି ମୁଁ ଦୃଢୋକ୍ତିର ସହ କହିପାରିବି । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *