ଦୁର୍ନୀତିର ଅନ୍ୟ ନାଁ Aparajita Sarangi, କାହିଁକି ଏମିତି କହିଲେ…Sonali Sahoo

ଅପାରଗ ଅପରାଜିତା ! ତେବେ ଏଭଳି କିଛି କଟୁ ମନ୍ତବ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ସରଙ୍ଗିଙ୍କ ବିଷୟରେ କହିଛନ୍ତି କଙ୍ଗ୍ରେଶ ନେତ୍ରୀ ଷୋନାଲୀ ସାହୁ । ତେବେ କଙ୍ଗ୍ରେଶ ନେତ୍ରୀ ଷୋନାଲୀ ସାହୁ ଗଣ ମାଧ୍ୟମ ସାମ୍ନାରେ ଅପରାଜିତା ସରଙ୍ଗିଙ୍କୁ ନେଇ କହିଛନ୍ତି । ଯେ ଦୁର୍ନୀତି ଓ ଭ୍ରଷ୍ଟାଚରର ଅନ୍ୟ ନାମ ହେଉଛି ଅପରାଜିତା । ସେ ଭୁବନେଶ୍ବରର ଜଣେ ଅପାରଗ ସାଂସଦ । ତାଙ୍କ ନାମ ଅପରାଜିତା ନହୋଇ ଅପାରଗ ହୋଇଥିଲେ ଭଲ ହୋଇଥାନ୍ତା ।

କାରଣ ଏଭଳି ଜଣେ ସାଂସଦ ହୁଏତ ଆଗରୁ କେବେ ଖୋର୍ଦ୍ଧା ଜିଲ୍ଲା ଦେଖିନଥିବ । ସେ ନିଜ ଅଞ୍ଚଳ ପାଇଁ ସାଂସଦ ଭାବେ ଗୋଟିଏ ମଧ୍ୟ କାମ କରିନାହାନ୍ତି । ଭାରତୀୟ ଜନତା ପାର୍ଟି ଏକ ଏପରି ପାର୍ଟି । ଯେ ସେହି ଦଳରେ ଯେଉଁ ଲୋକ ମଧ୍ୟ ସାମିଲ ହୋଇବେ । ସେଠାରେ ତାଙ୍କର ସବୁ ଦୁର୍ନୀତି ଲୁଚିକି ସେ ଲୋକ ଜଣଙ୍କ ପୁରା ସ୍ବଚ୍ଛ ବ୍ୟକ୍ତିତ୍ବ ହୋଇଯିବେ । ଅପରାଜିତା ସରଙ୍ଗି ଶିକ୍ଷା କ୍ଷେତ୍ରରେ ସଚିବ ଥିଲା ବେଳ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଅନେକ ଗୁଡିଏ ଦୁର୍ନୀତି କାର୍ଯ୍ୟରେ ସେ ଲୀପ୍ତ ରହିଛନ୍ତି ।

ରାଜନୀତି ମାଧ୍ୟମରେ ଲୋକଙ୍କର ସେବା କରିବା ଅପରାଜିତାଙ୍କର ମୂଳ ଆଭିମୁଖ୍ୟ ନୁହେଁ । ଅପରାଜିତାଙ୍କର ରାଜନୀତିରେ ପ୍ରବେଶ କରିବା ହେଉଛି ଗିରଫଦାବୀରୁ ବଞ୍ଚିବା । ଯେଉଁ ଲୋକ ଭାବୁଛନ୍ତି । ଯେ ଅପରାଜିତା ଲୋକଙ୍କର ସେବା କରିବା ମନୋଭାବ ନେଇ ରାଜନୀତିରେ ସାମିଲ ହୋଇଛନ୍ତି ସେଇଟା ଲୋକଙ୍କର ବହୁତ ବଡ ଭୁଲ ଧାରଣା ଅଟେ । ଏମିତିକି ସେ ଯେଉଁ ସବୁ ଯୋଜନା କରିଛନ୍ତି । କେବଳ ନାମକୁ ମାତ୍ର ଯୋଜନା ।

ହେଲେ ସେଥିରୁ ଗୋଟେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ କି ସେହି ଯୋଜନା କରିବାର କିଛି ଲାଭ ନାହିଁ । କାରଣ ସେଥିରୁ ସବୁ ଲୋକ ମାନେ କିଛି ବି ଉପକୃତ ହୋଇନାହିଁ । ନିଜ ଅଞ୍ଚଳରେ ବହୁ ଗୁଡିଏ ସମସ୍ଯା ରହିଛି । ହେଲେ ସେହି ସବୁ ସମସ୍ଯା ସମ୍ପର୍କରେ ସେ କେତେ ଥର ପାର୍ଲାମେଣ୍ଟରେ ସେ କଥା ସବୁ ଉଠାଇଛନ୍ତି । ଅପରାଜିତା ଯଦି ତାଙ୍କ ଅଞ୍ଚଳ ପାଇଁ କିଛି ବିକାଶ କରିଥାନ୍ତେ । ତେବେ ତାହା ଲୋକଙ୍କୁ ଜଳଜଳ ହୋଇ ଦେଖାଯାଇଥାନ୍ତା । ହେଲେ ସାଂସଦ ଅପରାଜିତା ଗତ 5 ବର୍ଷ ମଧ୍ୟରେ ଲୋକଙ୍କ ପାଇଁ କିଛି ମଧ୍ୟ କରିନାହାନ୍ତି। ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *