BJD ଛାଡିଲେ Samir, ପଦ୍ମ ଧରିଲେ Samir Ranjan Das

ବିଜେଡି ଛାଡିଲେ ସମୀର ଦାସ ! ତେବେ ବର୍ତ୍ତମାନର ଗୁରୁତ୍ଵପୂର୍ଣ୍ଣ ସୂଚନା ଅନୁଯାଇ ବିଜେଡି ନେତା ସମୀର ରଞ୍ଜନ ଦାସ ବିଜେଡି ଛାଡିଛନ୍ତି । 2009, 2014, 2019 ରେ ସମୀର ଦାସ ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନରେ ସମୀର ଦାସ ଟିକେଟ ବିଜେଡିରୁ ପାଇନଥିଲେ । ତେବେ ସେ ଟିକେଟ ପାଇନଥିବା ଯୋଗୁ ପୂର୍ବରୁ ବହୁ ଅସନ୍ତୋଷ ଥିବା ବେଶ ଚର୍ଚା ଲାଗି ରହୁଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ସମୀର ରଞ୍ଜନ ଦାସ ।

ତେବେ ସମୀର ମୁଖ୍ୟମନ୍ତ୍ରୀଙ୍କୁ ଦଳ ଛାଡିବା ଲାଗି ଇସ୍ତଫା ପତ୍ର ଦେଇଛନ୍ତି ବୋଲି ସେ ନିଜେ କହିଛନ୍ତି । ତେଣୁ ବର୍ତ୍ତମାନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସୂଚନା ଯାହା ଆସୁଛି । ତାହା ହେଉଛି ବିଜେଡି ଦଳ ଛାଡିଛନ୍ତି ନିମାପଡା ବିଧାୟକ ସମୀର ରଞ୍ଜନ ଦାସ । ତେବେ ଗତ 3 ଥର ବିଜେଡିରେ ବିଧାୟକ ହୋଇଥିଲେ ସମୀର ରଞ୍ଜନ ଦାସ । ତେଣୁ ପୁଣି ଥରେ 2024 ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବ ବୋଲି ସମୀର ଆଶାୟୀ ରହିଥିଲେ । ତେବେ ଏତେ ଅପେକ୍ଷା କରିବା ସତ୍ବେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରିଥିଲା ।

ଦଳ ପକ୍ଷରୁ ସମୀରଙ୍କୁ କୌଣସି ସ୍ଥାନରୁ ଲଢିବା ପାଇଁ ଟିକେଟ ମିଳିପାରିନଥିଲା । ଯେଉଁ କାରଣରୁ ଗତ କିଛି ଦିନ ଧରି ଟିକେଟ ନପାଇବା ଯୋଗୁ ସମୀର ଖୁବ ଅସନ୍ତୋଷ ରହିଥିଲେ । ହେଲେ ସେ ଦଳ ଛାଡିବେ କି ନାହିଁ ତାହା ଉପରେ କିଛି କଥା ସ୍ପଷ୍ଠ ହୋଇପାରିନଥିଲା । ହେଲେ ବର୍ତ୍ତମାନ ଯାହା ସୂଚନା ଆସୁଛି । ଯେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ ବିଜେଡି ଦଳ ଛାଡିଛନ୍ତି । ତେବେ ଦଳ ଛାଡିବା ପରେ ସମୀର ରଞ୍ଜନ ଦାସ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବୋଲି ସୂଚନା ରହିଛି ।

ବିଜେଡି ଛାଡିବା ପରେ ସମୀର ରଞ୍ଜନ ଦାସ ସଙ୍ଗେ ସଙ୍ଗେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବୋଲି ଯାହା ସୂଚନା ମିଳିଛି । ତେବେ ସମୀର ଦାସ ହେଉଛନ୍ତି ଜଣେ ସ୍ବାଭିମାନି ନେତା । ତେଣୁ ତାଙ୍କୁ ଟିକେଟ ନମିଳିବା ପରେ ସେ ଦଳ ଉପରେ ଅସନ୍ତୁଷ୍ଠ ରହିଥିଲେ । ତେବେ ବର୍ତ୍ତମାନ ସେ ବିଜେଡି ଦଳରେ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *