ଅଚାନକ ଉଡନ୍ତା ବିମାନର ୱିଣ୍ଡୋ ଖୋଲିଦେଲେ ଯୁବକ ! ସହଯାତ୍ରୀଙ୍କ ଉଡିଗଲା ହୋସ୍ ! ଆଉ ତା’ପରେ ଯାହା ହେଲା ନା…

ବିମାନ ଉଡାଣ ଭରିବା ପୂର୍ବରୁ ଏୟାର ହୋଷ୍ଟେସ ଆପାତକାଳୀନ ପରିସ୍ଥିତିରେ କଣ କରିବେ ତାହା ଭଲ ଭାବେ ବୁଝାଇ ଦେଇଥାନ୍ତି । ମୁଖ୍ୟଦ୍ଵାର ଯାତ୍ରୀଙ୍କ ଠାରୁ ଦୂରରେ ଥିଲେ ମଧ୍ୟ Emergency Exit ପାଖରେ ଥାଏ, ଯାହା ଯାତ୍ରୀ ନିଜେ ଖୋଲିପାରିବେ । ହେଲେ ବିମାନ ଉଡୁଥିବା ବେଳେ ଏହି ଆପାତକାଳୀନ ଦ୍ଵାର ଖୋଲିବା ବିମାନ ପ୍ରତି ବିପଦ ହୋଇଥାଏ ।

କିନ୍ତୁ ଜଣେ ବିମାନ ଯାତ୍ରୀ ଏଭଳି କିଛି କରିଛନ୍ତି ଯାହା ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିମାନ ଉଡୁଥିବା ବେଳେ ଯାତ୍ରୀଜଣକ ଆପାତକାଳୀନ ଦ୍ଵାର ଖୋଲି ଦେଇଥିଲେ । BBC ରିପୋର୍ଟ ଅନୁସାରେ, ସାଉଥ କୋରିଆର ଏସିଆନା ଏୟାରଲାଇନର ଏକ ଫ୍ଲାଇଟ ଜେଜୁ ଆଇଲ୍ୟାଣ୍ଡରୁ ଡିଗୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଭିମୁଖେ ଯାଉଥିଲା ।

ବିମାନଟି ଲ୍ୟାଣ୍ଡ କରିବା ବେଳେ ଅଚାନକ ଜଣେ ଯୁବକ ବିମାନର ଏମାରଜେନ୍ସି ୱିଣ୍ଡୋ ଖୋଲି ଦେଇଥିଲେ । ଯାହା ଦେଖି ସମସ୍ତ ଯାତ୍ରୀ ଛାନିଆ ହୋଇ ଯାଇଥିଲେ । ଏପରିକି କିଛି ଯାତ୍ରୀ ବେହୋସ ହୋଇ ଯାଇଥିଲେ ଏବଂ ଅନେକଙ୍କୁ ନିଃଶ୍ଵାସ ନେବାରେ ଅସୁବିଧା ହୋଇଥିଲା ।

ତେବେ ପ୍ଳେନଟି ଅଳ୍ପ ଉଚ୍ଚତାରେ ଥିବାରୁ କାହାର କୌଣସି କ୍ଷତି ହୋଇ ନଥିବା ଜଣାପଡିଛି । ପ୍ଳେନ ଲ୍ୟାଣ୍ଡ କରିବା ମାତ୍ରେ ଉକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ । ହେଲେ ସେ ଏଭଳି କରିବାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published. Required fields are marked *