ଖୁବ ଶୀଘ୍ର ବଜାରରେ 75 ଟଙ୍କିଆ କଏନ୍, ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବ ରେ ହେବ ଲଞ୍ଚ

ଆସନ୍ତା ମେ’ 28 ତାରିଖରେ ଉଦଘାଟନ ହେବାକୁ ଯାଉଛି ଭାରତର ନୂଆ ସଂସଦ ଭବନ । ଏହାର ଉଦଘାଟନୀ କିଏ କରିବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକି ଥିବାବେଳେ ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ । ତେବେ ସଂସଦ ଭବନର ଉଦଘାଟନୀ ଉତ୍ସବରେ ପ୍ରଥମ ଥର ଲଞ୍ଚ ହେବାକୁ ଯାଉଛି 75 ଟଙ୍କିଆ କଏନ୍ । ଏନେଇ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ

। ଏହି କଏନ୍ ର ଡାଇମିଟର 44 ମିଟର ଥିବାବେଳେ ଏହାର ଓଜନ ରହିଛି 35 ଗ୍ରାମ । 50 ପ୍ରତିଶତ ରୂପା, 40 ପ୍ରତିଶତ କପର୍ ଏବଂ 5 ପ୍ରତିଶତ ଲେଖାଏଁ ନିକେଲ ଓ ଜିଙ୍କରେ ଏହି କଏନ୍ ତିଆରି ହେବ । କଏନ୍ ର ସାମ୍ନାପଟେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଲେଖା ରହିବ ଏବଂ ଏହାର ତଳେ ଟଙ୍କାର ମୂଲ୍ୟ ।

କଏନ୍ ର ଡାହାଣ ଏବଂ ବାମ ପଟେ ଦେବନାଗରୀ ଏବଂ ଇଂରାଜୀରେ ଭାରତ ଲେଖା ରହିବ । ସେହିଭଳି କଏନ୍ ର ପଛପଟେ ନୂଆ ସଂସଦ ଭବନର ଚିତ୍ର ସହ ତଳେ ସଂସଦ ପରିସର ଲେଖା ରହିବ । ତେବେ ଏହି ନୂଆ କଏନ୍ କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *