” ଛଅ ମାସ ଭିତରେ ମୁଁ ଦେଢ ଲକ୍ଷ ଟଙ୍କାର ପିଇକି ସରେଇ ଦେଇଛି, ଏବେ ବି ମୁଁ ତାଙ୍କୁ ଭଲ ପାଏ ” ଓଡିଆ ସିରିୟାଲ Actor Danny

ନମସ୍କାର ବନ୍ଧୁଗଣ । ” 6 ମାସ ଭିତରେ ମୁଁ ଦେଢ ଲକ୍ଷ ଟଙ୍କାର ପିଇକି ସାରି ଦେଇଥିଲି ,ଦିନ 3 ଟାରୁ ରାତି 3 ପର୍ଯ୍ୟନ୍ତ ପିଉଥିଲି ” ।  ଆପଣଙ୍କ ପ୍ରିୟ ସିରିୟାଲ କଳାକାର ଡ୍ୟାନି ତାଙ୍କ ବ୍ୟକ୍ତିଗତ ଜୀବନ ର ରହସ୍ୟକୁ ମିଡିଆ ସାମ୍ନାରେ ଖୋଲିକି କହିଛନ୍ତି । ସିରିୟାଲ ଦୁନିଆରେ ପାଦ ଦେବା ପୂର୍ବରୁ ତାଙ୍କ ଜୀବନରେ ଜଣେ ଝିଅ ଥିଲେ ଯାହାକୁ ସେ ବହୁତ ଭଲ ପାଉଥିଲେ । ତାଙ୍କ କହିବା ଅନୁସାରେ ମୁଁ ବହୁତ ଭଲ ପାଉଥିଲି କିନ୍ତୁ ସେ ମୋତେ ଧୋକା ଦେଇଥିଲେ ।

ଯାହା ପରେ ମୁଁ ଛଅ ମାସ ଡିପ୍ରେସନ ରେ ଥିଲି ଦିନ 3 ଟାରୁ ରାତି 3 ଟା  ପର୍ଯ୍ୟନ୍ତ ପିଉଥିଲି । 6 ମାସରେ ଦେଢ ଲକ୍ଷ ଟଙ୍କା ମଦରେ ଉଠାଇଦେଇଥିଲି । ତା ପରେ ମୁଁ ସେଇ ଜାଲରୁ ଧୀରେ ଧୀରେ ବାହାରକୁ ଆସି ନିଜକୁ ପରିବର୍ତ୍ତନ କଲି । ମୁଁ ମୋର ପ୍ରଥମ ସିରିୟାଲ ସିନ୍ଦୁର ର ଅଧିକାର କରି ଦ୍ଵିତୀୟ ସିରିୟାଲ କରୁଥିବା ବେଳେ ସେ ମୋ ଜୀବନକୁ ପୂର୍ଣବାର ଆସିବାକୁ ଚାହିଁଥିଲେ ମୁଁ ମଧ୍ୟ ତାଙ୍କୁ ଆସିବାକୁ ଦେଇଥିଲି ।

ମାତ୍ର ଭଗବାନ ମଧ୍ୟ ପୂର୍ବରୁ ଜଣାଇଥିଲେ ଯେ ଏପରି ପୂର୍ଣବାର କଷ୍ଟ ପାଇବୁ । ତେଣୁ ମୁଁ ମାନସିକ ଭାବରେ ପ୍ରସ୍ତୁତ ଥିଲି । ମେ 29 ତାରିଖ ଦିନ ଝଡ଼ ବର୍ଷା ହେଉଥିବା ସମୟ ମୁଁ ତାଙ୍କ ଘରକୁ ଯାଇଥିଲି ଏବଂ ଦେଖିଲି ସେ ଅନ୍ୟ ଜଣଙ୍କ ସହ ବସି ଯାଉଥିଲେ । ମୁଁ ଦେଖିକି କିଛି କହିଲିନି ପରେ ଯେବେ ଫୋନ କରି ପଚାରିଲି ସେ କହିଲେ ମୁଁ ରୁଟି କରୁଛି ପରେ କଥା ହେବି ।

ଏଣୁ ମୁଁ ସେହିଦିନ ରୁ ତାଙ୍କୁ କହି ସେହି ସମ୍ପର୍କରୁ ବାହାରି ଆସିଥିଲି  କିନ୍ତୁ ତାଙ୍କୁ ପାଇବା ପାଇ ବହୁ କିଛି ଚେଷ୍ଟା କରିଥିଲି । ମାତ୍ର କିଛି ବି ସଫଳ ହେଲାଣି ।  ଆଜି ବି ମୁଁ ତାଙ୍କୁ ଭଲ ପାଏ ତେଣୁ ମୁଁ ଆଉ କେଉଁ ଝିଅକୁ ବି ବାହାହେବିନି କିନ୍ତୁ ଗୋଟାଏ ଛୁଆଁକୁ ଆଶ୍ରମରୁ ଆଣି ମୋ ଛୁଆ ପରି ପାଳିବାର ଯୋଜନା ରହିଛି । ଏଥିପାଇ ଘରଲୋକଙ୍କୁ ରାଜି କରିବାର ଅଛି ।

ଯଦି ଜୀବନ ଭଲ ଝିଅ ଆସେ ତେବେ ଭଗବାନ ଶିବ ହିଁ ସତୀ କୁ ଭୁଲି ମାତା ପାର୍ବତୀକୁ ବିବାହ କରିଥିଲେ । ତେବେ ମୁଁ ତୋ ମଣିଷ ଏଭଳି କେତେକ ବିଷୟ କହିଛନ୍ତି କଳାକାର ଡ୍ୟାନି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *