ଗାଡି ଛାଡିକି ପାଦରେ ଚାଲି ଚାଲି ଗଲେ ମାନ୍ୟବର ପ୍ରଧାନମନ୍ତ୍ରୀ, ଏପରି ଦୃଶ୍ୟ ବିପକ୍ଷ ଦଳକୁ କରିଲା ଆଶ୍ଚର୍ଯ୍ୟ !

ନୂଆ ଦିଲ୍ଲୀ ଠାରେ ନୂଆ ସଂସଦ ଭବନର ଆଜି ଲୋକାର୍ପଣ ହେବା ପାଇଁ ଯାଉଅଛି । ନବନିର୍ମିତ ସଂସଦଭବନଟି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହେବା ପାଇଁ ଯାଉଅଛି । ତେବେ ଖବର ଅନୁଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ନୂଆ ସଂସଦର ଲୋକାର୍ପଣ କରିବା ପାଇଁ ସଂସଦ ଅଭିମୁଖେ ବାହାରିଥିଲେ । ହେଲେ ସଂସଦଭବନର ନିକଟରେ ପ୍ରଧାନମନ୍ତ୍ରୀଙ୍କ ଏପରି କିଛି କାର୍ଯ୍ୟ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆଶ୍ଚର୍ଜ୍ୟାନ୍ଵିତ କରିଦେଇଥିଲା ।

ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଅଭିମୁଖେ ଯାଉଥିବା ସମୟରେ ସଂସଦକୁ ଆଉ ଅଳ୍ପ କିଛି ବାଟ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ସେହିଠାରୁ ହିଁ ଗାଡିରୁ ଓହ୍ଲାଇପଡିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ ଗାଡିରୁ ବାହାରି ପାଦରେ ଚାଲି ଚାଲି ନୂଆ ସଂସଦଭବନକୁ ଯାଇଥିଲେ । ଏପରି ଦୃଶ୍ୟ ସେଠାରେ ଉପସ୍ଥିତ ରହିଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଧାନମନ୍ତ୍ରୀ ପାରମ୍ପରିକ ଧୋତି ଓ କୁର୍ତ୍ତା ବେଶରେ ନଜର ଆସିଥିଲେ । ଯାହାକି ଅନ୍ୟ ଦିନ ତୁଳନାରେ ପ୍ରଧାନମନ୍ତ୍ରୀଙ୍କ ଆଜିର ରୂପ କିଛି ଅଲଗା ରହିଥିଲା । ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନରେ ଯେତେବେଳେ ଆସି ପହଞ୍ଚିଥିଲେ।

ସେତେବେଳେ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ବ୍ରାହ୍ମଣ ହୋମଯଜ୍ଞ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହିତ ନିଷ୍ଠାର ସହ ପୂଜାପାଠରେ ସାମିଲ ହୋଇଥିଲେ । ଅନେକ ସମୟ ଧରି ନୂଆ ସଂସଦ ଭବନରେ ହୋମଯଜ୍ଞ ଚାଲୁ ରହିଥିଲା । ପୂଜା ସରିବା ପରେ ପ୍ରଧାନମନ୍ତ୍ରୀ  ନୂଆ ସଂସଦ ଭବନରେ ଲାଗିବା ପାଇଁ ଥିବା ସେଙ୍ଗୋଲ ଅଭିମୁଖେ ଯାଇଥିଲେ । ପ୍ରଧାନମନ୍ତ୍ରୀ ସେଠାରେ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ ସେଙ୍ଗୋଲକୁ ନେଇ ନୂଆ ସଂସଦ ଭବନରେ ସ୍ଥାପନ କରିଲେ । ତେବେ ବିପକ୍ଷ ଦଳର ବହୁ ବାଦବିବାଦ ସତ୍ବେ ମଧ୍ୟ ଶାନ୍ତିପୂର୍ଣ୍ଣ ସହକାରେ ନୂଆ ସଂସଦଭବନର ଲୋକାର୍ପଣ କାର୍ଯ୍ୟ ସମାପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *