ପୁଣି ଏକ ନୂଆ ଗୀତକୁ ନେଇ ଭାଇରାଲ ହେଲେ ଭାଇରାଲ ବୟ Trailokya, ଗାଇଲେ ‘ଆଜ୍ଞା ମୁଁ ପ୍ରଥମ ଶ୍ରେଣୀରେ ପଢୁଥିଲି, ପରୀକ୍ଷା ନ ଦେଇ ଦୀତ୍ଵିୟ ହେଇଗଲା’ ଦେଖନ୍ତୁ Video

ବନ୍ଧୁଗଣ, ଆମ ଦେଶ ଭାରତ ବର୍ଷ ରେ ବିଭିନ୍ନ ପ୍ରତିଭା ମାନଙ୍କୁ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ କିଛି କୁନି କୁନି ପିଲା ଅଛନ୍ତି ଯେଉଁମାନେ ନିଜ ମୁଖରେ ଦେଶ ତଥା ନିଜ ରାଜ୍ୟ ବିଷୟରେ ବହୁତ କଥା ତଥା ନୀତି ନିୟମ ସମ୍ବନ୍ଧରେ ସଚେତନା କରାଇଥାନ୍ତି । ଆଜି ଆମ୍ଭେ ସେହିଭଳି ଏକ କୁନି ପିଲା ତ୍ରୈଲୋକ୍ୟଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ତାଙ୍କ କଥା ଜାଣିଲେ, ଚିନ୍ତା କରିବେ ଯେ ଏତେ ଛୋଟ ବୟସରେ ପିଲାଟି ମୁଣ୍ଡରେ ସତରେ କେତେ ବୁଦ୍ଧି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

ଓଡିଶାର ଭାଇରାଲ ବୟ ଭାବରେ ପରିଚିତ ତ୍ରୈଲୋକ୍ୟ ନିଜର ଏକ ଗୀତ “ମୁଁ ଇସ୍କୁଲ ରେ ପଢୁଛି ମୁଁ ପ୍ରଥମ ଶ୍ରେଣୀ ରେ ପଢୁଛି” ନିଜ କଣ୍ଠରେ ଗାଇ ଅଳ୍ପ ସମୟ ମଧ୍ୟରେ ବେସ ଲୋକ ପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ରେ ତାଙ୍କର ଏକ ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କହିଛନ୍ତି ଯେ, “ଜୟ ଜଗନ୍ନାଥ ନମସ୍କାର ।

ମୁଁ ତ୍ରୈଲୋକ୍ୟ ରାୟ, ଆଜ୍ଞା ମୁଁ ପ୍ରଥମ ଶ୍ରେଣୀରେ ପଢୁଥିଲି, ଆଜ୍ଞା ମୋର ପରୀକ୍ଷା ନ ଦେଇ କରି ଦିତୀୟ ହେଇଗଲା । ବର୍ତ୍ତମାନ ମୁଁ ଦିତୀୟ ଶ୍ରେଣୀରେ ପଢୁଛି । ମୁଁ ସ୍କୁଲ ରେ ପଢୁଛି । ସମସ୍ତଙ୍କୁ ମୋର ନୂଆ ବର୍ଷର ଅଭିନନ୍ଦନ । ଜଗନ୍ନାଥ ସମସ୍ତଙ୍କୁ ସୁଖରେ ରଖିଥାନ୍ତୁ ଏବଂ ଶାନ୍ତି ରେ ରଖିଥାନ୍ତୁ । ମାତ୍ର ମୁଁ କଣ ଶୁଣିବାକୁ ପାଇଲି କରୋନା ର ତୃତୀୟ ଲହରୀ OMICRON କୁଆଡେ ମାଡି ଆସୁଛି ।

ବର୍ତ୍ତମାନ ଆମ ଦେଶ ସାରା ବ୍ୟାପୀ ସାରିଲାଣି । ସେଥିପାଇଁ ମୁଁ ହାତ ଯୋଡି ନିବେଦନ କରୁଛି ଯେ, ସରକାର ଙ୍କର କରୋନା ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଡବଲ ଡୋଜ ଟିକ୍କା ନିଅନ୍ତୁ, ଏବଂ ସାମାଜିକ ଦୂରତା ମାନନ୍ତୁ । ଆଜ୍ଞା ଶେଷରେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ତାହା ସମସ୍ତେ ଶୁଣନ୍ତୁ, “ଆମେ ସବୁ ହେଲେ ସଚେତନ ହବ ନାହିଁ ଲକ ଡାଉନ”, “ହାରି ଯିବ OMICRON ନିରାପଦ ହେବ ଆମ ଜୀବନ” ।

ଏହିଭଳି ନିଜ ମୁଖରେ କିଛି ଜନସାଧାରଣଙ୍କ ନିମନ୍ତେ ସଚେତନ ର ବକ୍ତା ଭିଡିଓ ମାଧ୍ୟମରେ କହିଛନ୍ତି ତ୍ରୈଲୋକ୍ୟ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *