ନୂଆ ବର୍ଷର ନୂଆ ଓ ଦମଦାର ପ୍ଳାନ ! ମାତ୍ର 1000 ଦେଇ ପାଇ ପାରିବେ 2 କୋଟି ଟଙ୍କା ! ଦେଖନ୍ତୁ କିପରି ?

ଆପଣ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ନୂଆ ବର୍ଷ ଉପଲକ୍ଷେ ଆଜି ଆମେ ଆପଣଙ୍କ ପାଇଁ ଏକ ଭଲ ନିବେଶ ଯୋଜନା ନେଇ ଆସିଛୁ । ଯେଉଁଥିରେ ଆପଣ ମାସକୁ କେବଳ ହଜାର ଟଙ୍କା ଦେଇ କୋଟି କୋଟି ଟଙ୍କା ପାଇ ପାରିବେ । ଯଦି ଆପଣ କୋଟି କୋଟି ଟଙ୍କାର ମାଲିକ ହେବାକୁ ଚାହୁଁଛନ୍ତି ତେବେ ଆଜି ହିଁ ଏହି ଯୋଜନାରେ ନିବେଶ କରିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଆପଣଙ୍କର କୋଟିପତି ହେବାର ସ୍ଵପ୍ନ ଦିନେ ସାକାର ହୋଇଯିବ ।

ଆପଣ Mutual fundର SIP ପ୍ଳାନ (Systematic Investment Plan)ରେ ମାତ୍ର ହଜାର ଟଙ୍କା ନିବେଶ କରି କୋଟିପତି ହୋଇ ପାରିବେ । ୨୦୨୨ ନୂଆ ବର୍ଷରେ ଆପଣ ଏହି ପ୍ଳାନରେ ମାତ୍ର ହଜାର ଟଙ୍କା ନିବେଶ କରି ଏହି ପ୍ଳାନର ଲାଭ ଉଠାନ୍ତୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବ୍ୟାଙ୍କରେ ଟଙ୍କା ରଖିଲେ ଭଲ ସୁଧ ମିଳୁ ନାହିଁ । ଯଦି ଆପଣ କୌଣସି ଭଲ ଜାଗାରେ ଟଙ୍କା ନିବେଶ କରୁଛନ୍ତି ତେବେ ଆପଣଙ୍କୁ ଭଲ ରିଟର୍ନ ମିଳିବ ।

ଏଥିପାଇଁ ଆପଣଙ୍କୁ ମାସକୁ ହଜାର ଟଙ୍କା Mutual fundରେ ଜମା କରିବାକୁ ପଡିବ । ଗତ ୧୦ ବର୍ଷ ମଧ୍ୟରେ Mutual fundରେ ଯେଉଁମାନେ ନିବେଶ କରିଥିଲେ Mutual fund ସେମାନଙ୍କୁ ଭଲ ରିଟର୍ନ ଦେଇଛି । କିଛି ଫନ୍ଡ ୨୦ ପ୍ରତିଶତ ପର୍ଯ୍ୟନ୍ତ ବି ରିଟର୍ନ ଦେଉଛନ୍ତି ।

ଯଦି ଆପଣ ପ୍ରତି ମାସରେ ହଜାର ଟଙ୍କା ଜମା କରୁଛନ୍ତି ଓ ବାର୍ଷିକ ୧୨ ପ୍ରତିଶତ ସର୍ବନିମ୍ନ ରିଟର୍ନ ମିଳୁଛି, ତେବେ ୨୦ ବର୍ଷ ପରେ ଆପଣଙ୍କୁ ୯,୯୯୯,୧୪୮ ଟଙ୍କା ଅର୍ଥାତ ୧୦ ଲକ୍ଷ ଟଙ୍କା ମିଳିବ । ଏଥିପାଇଁ ଆପଣ ୨୦ ବର୍ଷ ପର୍ଯ୍ୟନ୍ତ ୨,୪୩,୦୦୦ ଟଙ୍କା ଜମା କରିବାକୁ ପଡିବ । ଯଦି ଆପଣଙ୍କୁ ଏହି ଜମା ରାଶି ଉପରେ ୧୫ ପ୍ରତିଶତ ରିଟର୍ନ ମିଳିବ ତେବେ ଆପଣ ୧୫ ଲକ୍ଷ ଟଙ୍କା ପାଖାପାଖି ପାଇ ପାରିବେ । ସେହିଭଳି ମାସକୁ ହଜାର ଟଙ୍କା ନିବେଶ କରିଲେ ଯଦି ଆପଣଙ୍କୁ ୨୦ ପ୍ରତିଶତ ରିଟର୍ନ ମିଳୁଛି ତେବେ ୨୦ ବର୍ଷ ପରେ ଆପଣଙ୍କୁ ୩୧,୬୧,୪୮୯ ଟଙ୍କା ମିଳିବ ।

ଯଦି ଆପଣ ଯୁବ ଅବସ୍ଥାରେ ନିବେଶ କରିବାକୁ ଇଚ୍ଛା କରିବେ ତେବେ ଆପଣ ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରି ପାରିବେ । ଏହିଭଳି ମାସକୁ ହଜାର ଟଙ୍କା SIPରେ ନିବେଶ କରିଲେ ୩୦ ବର୍ଷ ପରେ ୧୨ ପ୍ରତିଶତ ରିଟର୍ନ ହିସାବରେ ଆପଣଙ୍କୁ ୩୫,୨୯,୯୧୪ ଟଙ୍କା ମିଳିବ । ସେହିଭଳି ୧୫ ପ୍ରତିଶତ ରିଟର୍ନ ମିଳିଲା ତେବେ ୭୦ ଲକ୍ଷ ଟଙ୍କା ମିଳିବ । ସେହିଭଳି ୧୦୦୦ ଟଙ୍କା ନିବେଶରେ ୨୦ ପ୍ରତିଶତ ରିଟର୍ନ ମିଳେ ତେବେ ୩୦ ବର୍ଷ ପରେ ୨,୩୩,୬୦,୮୦୨ ଟଙ୍କା ମିଳିବ ।

ଏହି ଧନରାଶି ପାଇଁ ପାଇଁ ଏହି ୩୦ ବର୍ଷ ମଧ୍ୟରେ ଆପଣଙ୍କୁ କେବଳ ୩,୬୦,୦୦୦ ଟଙ୍କା ଜମା କରିବାକୁ ପଡିବ । Mutual fundରେ ନିବେଶକମାନଙ୍କୁ ଚକ୍ରବୁଦ୍ଧି ସୁଧ ମିଳିଥାଏ । ଏହା ସହିତ ସବୁ ମାସରେ ନିବେଶ କରିବାର ସୁବିଧା ବି ମିଳିଥାଏ । କିନ୍ତୁ ନିବେଶ କରିବା ପୂର୍ବରୁ ଆପଣ ପରାମର୍ଶ ନେଇ ନିବେଶ କରନ୍ତୁ ।

Leave a Reply

Your email address will not be published. Required fields are marked *