ନୂଆବର୍ଷ 2022 ରେ ଏହି 13 ଟି ସହରରୁ ଆରମ୍ଭ ହେବ 5G ସେବା, ଦେଖନ୍ତୁ ଏଥିରେ ଆପଣଙ୍କ ସହର ଅଛି କି ?

ବନ୍ଧୁଗଣ ବର୍ତ୍ତମାନ ଇଣ୍ଟର୍ନେଟ ସେବାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଭାରତରେ 5G ଇଣ୍ଟର୍ନେଟ ସର୍ଭିସର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି ।

5G ଇଣ୍ଟର୍ନେଟ ସର୍ଭିସକୁ ସର୍ବ ପ୍ରଥମେ ୧୩ଟି ସହରରେ ଲଞ୍ଚ କରାଯିବ ଓ ଏହା ପରେ ଧୀରେ ଧୀରେ ସମସ୍ତ ସହରରେ 5G ଇଣ୍ଟର୍ନେଟ ସେବାକୁ ଜାରି କରାଯିବ । ଏହା ବିଷୟରେ ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେଶନ ତରଫରୁ ସୂଚନା ମିଳିଛି । ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେଶନର ସୂଚନା ମୁତାବକ 5G ଇଣ୍ଟର୍ନେଟ ସର୍ଭିସର ଆରମ୍ଭ ଭାରତର 13 ସହରରୁ ହେବାକୁ ଯାଉଛି ।

ଏହି 13ଟି ସହରରେ ଟେଲିକମ ଅପରେଟର୍ସ ପୂର୍ବରୁ ହିଁ 5G ଇଣ୍ଟର୍ନେଟ ସର୍ଭିସ ଟ୍ରାଇଆଲ ସେଟ କରିସାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ସହର ଗୁଡିକର ନାମ ବିଷୟରେ ମଧ୍ୟ କହିବାକୁ ଯାଉଛୁ ଯେଉଁଠି ସର୍ବ ପ୍ରଥମେ 5G ଇଣ୍ଟର୍ନେଟ ସର୍ଭିସ ଜାରି କରାଯାଉଛି । ଏହି ସହର ଗୁଡିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନାଇ, ଦିଲ୍ଲୀ, ଗାନ୍ଧୀ ନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମ ନଗର, କଲିକତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁନେ ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ତିର କରାଯାଇ ନାହିଁ ଯେ, କେଉଁ ଟେଲିକମ ଅପରେଟର 5G ଇଣ୍ଟର୍ନେଟ ସର୍ଭିସକୁ ରୋଲ ଆଉଟ କରିବେ । ତେବେ ତିନୋଟି ଲିଡିଙ୍ଗ ଟେଲିକମ ଅପରେଟର ତଥା ଜିଓ, ଏୟାରଟେଲ, ଭୋଡାଫୋନ ଓ ଆଇଡିଆ ପୂର୍ବରୁ ହିଁ ଏହି ସବୁ ସହରରେ ଟ୍ରାଇଆଲ ସେଟ କରିସାରିଛନ୍ତି । ଏହି ଟେଲିକମ ଅପରେଟର 5G ଇଣ୍ଟର୍ନେଟ ସର୍ଭିସ ଟ୍ରାଇଆଲ ଏହି ସବୁ ସହରରେ କରୁଛନ୍ତି ଓ ଏଥିରେ ବହୁତ ଅଧିକ ଇଣ୍ଟର୍ନେଟ ସ୍ପିଡ ଦେଖିବାକୁ ମିଳିଛି ।


ତେବେ 5G ଇଣ୍ଟର୍ନେଟ ସର୍ଭିସ ଆସିବା ପରେ ଗେମିଙ୍ଗ ଇଣ୍ଡଷ୍ଟ୍ରି ଓ ଏଆଇ ଇଣ୍ଡଷ୍ଟ୍ରିରେ ଅନେକ ପରିବର୍ତ୍ତନ ଆସିପାରେ ବୋଲି କୁହା ଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *