ଷ୍ଟ୍ରେଚ୍‌ମାର୍କ କେମିତି ଦୂର କରି ପାରିବେ ? Dr Kumar Abhishek

ବନ୍ଧୁଗଣ ଏହି ଦୁନିଆର ପ୍ରାୟ ଅଧିକାଂଶ ଲୋକ ଷ୍ଟ୍ରେଚମାର୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଷ୍ଟ୍ରେଚମାର୍କ ଏକ ଏଭଳି ସମସ୍ୟା ଯାହା ପୁରୁଷ ନାରୀ ଉଭୟଙ୍କୁ ହୋଇପାରେ । ବିଶେଷ କରି ଏହି ସମସ୍ୟା ପିଲା ମାନଙ୍କର ବଢିବା ବୟସରେ ଦେଖା ଦେଇଥାଏ ଓ ଦ୍ଵିତୀୟରେ ହେଉଛି ଗର୍ଭବତୀ ମହିଳାଙ୍କର ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ । ଅବଶ୍ୟ ଦୁଇଟିର କାରଣ ଭିନ୍ନ ହେଲେ ଲକ୍ଷଣ ଗୁଡିକ ସମାନ ।

ସାଧାରଣତଃ ଲୋକମାନେ ନିଜର ଷ୍ଟ୍ରେଚମାର୍କକୁ ଦୂର କରିବା ପାଇଁ ବଜାରରୁ ମିଳୁ ଥିବା ଅନେକ ପ୍ରକାରର ମେଡ଼ିସିନ କିଣି ଖାଇ ଥାନ୍ତି । ଏହା ସହିତ ଅନେକ ଲୋକ କେତେକ ଘରୋଇ ଉପଚାର ମଧ୍ୟ କରିଥାନ୍ତି ହେଲେ ସେମାନଙ୍କ ଷ୍ଟ୍ରେଚମାର୍କ ସହଜରେ ଯାଇ ନଥାଏ । ବନ୍ଧୁଗଣ ଯଦି ଆପଣ ମାନେ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କୁ ଷ୍ଟ୍ରେଚମାର୍କ କେମିତି ଦୂର କରିହେବ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଷ୍ଟ୍ରେଚମାର୍କ ଦୂର କରିବାର ଉପାୟ ବିଷୟରେ । ଯେତେବେଳେ ପିଲା ମାନଙ୍କର ବୟସ ବଢେ ସେତେବେଳେ ସେମାନଙ୍କ ହାଇଟ ବଢିଥାଏ ବା ଫିଜିକାଲ ଗ୍ରୋଥ ହୋଇଥାଏ ସେତେବେଳେ ଶରୀରର ଚର୍ମ ଟାଣି ହୋଇ ଷ୍ଟ୍ରେଚମାର୍କରେ ପରିଣତ ହୋଇଥାଏ ।

ବନ୍ଧୁଗଣ ଠିକ ସେହି ଭଳି ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ସେତେବେଳେ ତାର ପେଟ ଧୀରେ ଧୀରେ ଫୁଲିବାରେ ଲାଗିଥାଏ ଯାହାଫଳରେ ଚର୍ମ ଟାଣି ହୋଇ ଷ୍ଟ୍ରେଚମାର୍କରେ ପରିଣତ ହୋଇଥାଏ । ଏହି ଦୁଇଟି ସମସ୍ୟା ହେଲା କସମେଟିକ ସମସ୍ୟା ଯେମିତି ବାଘ ଶରୀରରେ କଳା ଦାଗ ରହିଥାଏ ସେହିଭଳି ଲୋକ ମାନଙ୍କ ଦେହରେ ନାଲି ନାଲି ଦାଗ ପଡିଯାଇଥାଏ ।

ବହୁତ ସମୟରେ ଏହି ଦାଗ ଗୁଡିକ ଆପେ ଆପେ ମିଶି ଯାଇଥାଏ କିନ୍ତୁ ବେଳେବେଳେ ସାଧାରଣ ଗର୍ଭବତୀ ମହିଳା ମାନଙ୍କର ଦାଗ ସହଜରେ ଯାଇ ନଥାଏ । ଗର୍ଭବତୀ ମହିଳା ମାନଙ୍କର ସେହି ନାଲି ଦାଗ ଗୁଡିକ ବହୁତ ବର୍ଷ ପରେ ଧଳା ଦାଗ ହୋଇ ରହିଯାଇଥାଏ । ଏହି ଦାଗକୁ ଦୂର କରିବା ପାଇଁ ଆମ ମାନଙ୍କ ପାଖରେ ଅନେକ କ୍ରିମ ଅଛି ହେଲେ ଏହି ସବୁ କ୍ରିମରେ ଖାସ ଲାଭ ମିଳେ ନାହିଁ ।


ଏହି ସମସ୍ୟାର ପ୍ରଥମ ଚିକିତ୍ସା ହେଉଛି ମାଇକ୍ରୋ ନିଡଲିଙ୍ଗ ଓ ଦ୍ଵିତୀୟ ଚିକିତ୍ସାଟି ହେଉଛି ଏମଏନଆରଏଫ । ଏହି ଦୁଇଟି ଚିକିତ୍ସା ଆଜିକାଲି ଅନେକ କ୍ଲିନିକରେ କରାଯାଉଛି । ଆପଣ ମାନେ ଚାହିଁଲେ ଡାକ୍ତରଙ୍କ ପରାମର୍ଶରେ ଏହି ଚିକିତ୍ସା କରି ନିଜ ଶରୀରରେ ଥିବା ଷ୍ଟ୍ରେଚମାର୍କକୁ ଅତି ସହଜରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *