ଦେଖନ୍ତୁ Video: ‘ମୋ ସ୍ଵାମୀ ମୋ ନମ୍ବର ବ୍ଲକ ମାରିଛନ୍ତି, ମୁଁ ଏହି ପିଣ୍ଡାରେ…’ ନିଜ ଅଧିକାର ପାଇବା ପାଇଁ Dimple ଙ୍କ ରାସ୍ତାରେ ଏବେ ଡଲି, ସ୍ବାମୀଙ୍କ ନାଁରେ କହିଲେ କିଛି ଏମିତି…

ବନ୍ଧୁଗଣ, କିଛି ଦିନ ର ଚର୍ଚ୍ଚିତ ତପସ୍ଵିନୀ ଏବଂ ସୁମିତ ଙ୍କ ଘଟଣା ସମ୍ବନ୍ଧରେ ଆପଣ ଜାଣିଥିବେ । ବର୍ତ୍ତମାନ ଆଉ ଏକ ଘଟଣା ସାମ୍ନା କୁ ଆସିଛି । ଆସନ୍ତୁ ଜାଣିବା ସେହି ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ମହିଳା ଙ୍କ ନାମ ଡଲି ସାହୁ । ସେ କହିଛନ୍ତି ଯେ,- ମୋ ସ୍ଵାମୀ ଙ୍କ ନାମ ଅକ୍ଷୟ କୁମାର ସାହୁ । ମୋ ଅସୁବିଧା ଏହା ଯେ ମୋ ସ୍ଵାମୀ ମୋତେ ରଖିବାକୁ ଚାହୁଁନାହାଁନ୍ତି । କିନ୍ତୁ ମୁଁ ତାଙ୍କ ଘରେ ହିଁ ରହିବି । ଯେ ହେତୁ ମୋର ବିବାହ ତାଙ୍କ ସହିତ ହେଇଛି ଏଣୁ ମୋର ଏହି ଘରେ ହିଁ ଅଧିକାର ଅଛି ।

ଯେ ହେତୁ ମୋ ଶାଶୁଘର ଲୋକ ଚାହୁଁ ନାହାଁନ୍ତି, ମୁଁ ଏଠି ରୁହେ ବୋଲି, ମୋ ସ୍ଵାମୀଙ୍କୁ ଶିଖେଇ ମତେଇ ପୁରା, ତାଙ୍କ ମାଇଣ୍ଡ କୁ ୱାସ କରିଛନ୍ତି । ମାତ୍ର ଯେତେବେଳେ ମୁଁ ଆସିଛି ଧକ୍କା ମାରି ମତେ ଘରୁ ବାହାର କରାଯାଇଛି । ବର୍ତ୍ତମାନ ତପସ୍ଵିନୀ ଙ୍କ ପରେ ଡଲି ସାହୁ, ନ୍ୟାୟ ପାଇଁ ସ୍ଵାମୀ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ ଡଲି ସାହୁ । ଡଲି ଘର ପିଣ୍ଡା ବାହାରେ ବସି ହାତରେ କିଛି ଲେଖା ଧରି, ସେ ବସି ରହିଛନ୍ତି ।

ଗୋଟିଏ ତାଙ୍କର ଗୋଟିଏ ଜିଦ ଯେ ସ୍ଵାମୀ ଗ୍ରହଣ କରିବେ, ମତେ ପୁଣି ଏଇ ଘରକୁ ପାଛୋଟି ନେବେ । ନା ଛାଡପତ୍ର ହୋଇଛି ଆଉ ନା ସ୍ତ୍ରୀ ନିଜ ଇଛାରେ ଘରଛାଡି ଯାଇଛନ୍ତି । ମାତ୍ର ବହୁ ଦିନ ହେବ ଶାଶୁଘର ଲୋକେ ତାଙ୍କୁ ବର୍ତ୍ତମାନ ନିଜଠାରୁ ଦୂରେଇ ରଖିଛନ୍ତି । ଅନେକ ବାହାନା ସହିତ ଧମକାଇ ଡଲି ଙ୍କୁ ନିଜ ସ୍ଵାମୀ ଙ୍କ ଠାରୁ ଦୂରେଇ ରଖିଛନ୍ତି । କିନ୍ତୁ ଡଲି ବର୍ତ୍ତମାନ ଶାଶୁ ଘରେ ପହଞ୍ଚିଯାଇଛନ୍ତି ।

ଶାଶୁ ଘର ପିଣ୍ଡା ଉପରେ ବସି ରହିଛନ୍ତି । ତାଙ୍କ ମନରେ ଗୋଟିଏ କଥା ତାଙ୍କୁ ଗ୍ରହଣ କରାଯାଉ । ଏହି ଦୃଶ୍ୟ ଟି ତାଳଚେର ଅଞ୍ଚଳର ଅଟେ । ନ୍ୟାୟ ନିମନ୍ତେ ସ୍ଵାମୀ ଙ୍କ ଘର ନିକଟରେ ବର୍ତ୍ତମାନ ବସିଛନ୍ତି ସ୍ତ୍ରୀ ଡଲି ସାହୁ । ସୂଚନା ଅନୁଯାୟୀ ଆଜିକୁ ୩ ବର୍ଷ ହେବ ବୈଦିକ ରୀତିନୀତି ରେ ବିବାହ କରିଥିଲେ ଡଲି । ତାଙ୍କର ବାପଘର ଅନୁଗୁଳ ହେସର ପଡା ରେ ।

ମାତ୍ର କୌଣସି କାରଣ ବଶତ ତାଙ୍କୁ ଦୀର୍ଘ ଦିନ ହେବ ଘରୁ କାଢି ଦିଆଯାଇଅଛି । ଏହାପରେ ଶାଶୁଘର ଲୋକେ ବୋହୁ କୁ ବୋହୁ ର ମର୍ଯ୍ୟାଦା ଦେଇ ଆଉ ଘରେ ପୁରାଇ ନାହାନ୍ତି । ଆଉ ଏବେ ନ୍ୟାୟ ନିମନ୍ତେ ଶାଶୁଘର ନିକଟରେ ବସି ରହିଛନ୍ତି ଡଲି । ଅପେକ୍ଷାର ସହିତ ନିଜ ସ୍ଵାମୀ କୁ ଅନାଇ ବସିଛନ୍ତି । ମାତ୍ର ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଆଗକୁ କ’ଣ ହେଉଛି ? ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *