ଦେଖନ୍ତୁ Video: କିଛି ଏମିତି ହୋଇଥିଲା ବାୟୁସେନାର ହେଲିକ୍ୟାପ୍ଟର MI.17-V5 ର ଦୁର୍ଘଟଣା, ଏହା ପଛରେ କଣ ଥିଲା କାରଣ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ତାମିଲନାଢୁ କୁନୁର ଏୟାରପେସ ରୁ ପିପୀନ ରାୱତ, ତାଙ୍କର ପତ୍ନୀ ମଧୁଲିକା ରାୱତ, ଏବଂ ୧୨ ଅଧିକାରୀ ଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା MI 17V5 ହେଲିକାପ୍ଟର । ୱେଲିଙ୍ଗଟନ ସ୍ଥିତ ଡିଫେନସ ସର୍ଭିସ ଷ୍ଟାଫ କଲେଜ ର କ୍ୟାଡେଟ ମାନଙ୍କୁ ଉଧବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ହେଲିପ୍ୟାଟ ର ୧୦ କି.ମି ପୂର୍ବ ରୁ ଘଟିଲା ବଡ ଅଘଟଣ । ବଧୁବାର ମଧ୍ୟାନରେ ସ୍ଥାନ କୁନ୍ନୁର, ତାମିଲନାଢୁ ନିକଟରେ, ନିଳଗିରି ଅଞ୍ଚଳର ଘନ ଜଙ୍ଗଲ ଉପରେ ହେଲିକାପ୍ଟର ଉଡୁଥିବା ବେଳେ, ମଝି ଆକାଶରେ ଘଟିଥିଲା ଦୁର୍ଘଟଣା ।

ପ୍ରଚଣ୍ଡ ବିସ୍ଫୋରଣ ସହିତ ଜଳିଯାଇଥିଲା ସିଡିଏସ ବିପୀନ ରାୱାତ କୁ  ନେଇ ଯାଉଥିବା MI 17V5 ହେଲିକାପ୍ଟର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଜଳିଯାଇଥିଲା ହେଲିକାପ୍ଟର । ଘଟଣା ସ୍ଥଳରେ ହେଲିକାପ୍ଟର ଙ୍କ ପାଉଁଶ ଏବଂ ମୃ-ତ-କ ଙ୍କ ପୋ-ଡା ଶରୀର ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ କାହାକୁ ଚିହ୍ନିବା ଭଳି ସ୍ଥିତି ନଥିଲା । ପ୍ରାୟ ୮୦ ରୁ ୯୦ ଭାଗ ଶରୀର ପୋଡିଯାଇଥିବା ସୂଚନା ମିଳିଛି ।

ସେମାନଙ୍କ ମଧ୍ୟରୁ କେତେ ମୃ-ତ କେତେ ଜୀବିତ ଥିବା ଯେତିକି ମୁସ୍କିଲ ଥିଲା, ମୃ-ତ-କ ମାନଙ୍କୁ ଚିହ୍ନଟ କରିବା ସେତିକି କଷ୍ଟକର ଥିଲା । ୧୪ ଜଣ ଙ୍କ ମଧ୍ୟରୁ ୧୩ ଜଣଙ୍କ ପାର୍ଥିବ ଶରୀର ଚିହ୍ନଟ ହୋଇଥିବା ସୂଚନା ମିଳିଅଛି । କିନ୍ତୁ ପରିଚୟ ପାଇଁ ମୃ-ତ-ଦେ-ହ ର DNA ଟେଷ୍ଟ କରାଯିବ । ତେବେ କାହିଁକି ଏଭଳି ଦୁର୍ଘଟଣା ଘଟିଲା ଏ ନେଇ ଆରମ୍ଭ ହୋଇଛି ଖୋଲତାଡ ।

ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଇଛି ବାୟୁସେନା । ଆସନ୍ତୁ ନଜର ପକାଇବା ଏହି ବିରାଟ ଦୁର୍ଘଟଣା ର ସମ୍ଭାବ୍ୟ କାରଣ ଉପରେ,- ପାଗ ଖରାପ ଯୋଗୁଁ ଦୁର୍ଘଟଣା ଘଟିଥିବା ଆଶଙ୍କା, ଘନ କୁହୁଡି ଯୋଗୁଁ ଅଘଟଣ ସନ୍ଦେହ, ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦୁର୍ଘଟଣା ର କାରଣ ହୋଇପାରେ । ଦୁର୍ଘଟଣା ଖବର ପ୍ରସାରିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇ ସାରିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନ ମନ୍ତ୍ରୀ କୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିବା ବେଳେ, ସିଡିଏସ ବିପୀନ ରାୱତ ଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇଛନ୍ତି । ସ୍ଥଳସେନା ମୁଖ୍ୟ ମଧ୍ୟ ତାଙ୍କ ଘରକୁ ଯାଇଛନ୍ତି । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *