ବାୟୁସେନାର MI.17-V5 କ୍ରାଶ ହେବା ପଛର କାରଣ କଣ ସାଇବର ଆଟାକ ? ଦେଖନ୍ତୁ ଏ ନେଇ କଣ କହିଲେ Subramanian Swamy !

ବନ୍ଧୁଗଣ ତାମିଲନାଡୁର ନିଳଗିରି ଜଙ୍ଗଲରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃ-ତ୍ୟୁର ସଂଖ୍ୟା ୧୩ରେ ପହଞ୍ଚିଛି । ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟର ଗତ କାଲି ସକାଳ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରତକ୍ଷ ଦର୍ଶୀଙ୍କ ଅନୁସାରେ MI.17.V5 ହେଲିକପ୍ଟର ଗଛ ସହ ମାଡ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗିଯାଇଥିଲା । ଏପରିକି ଜଣେ ପ୍ରତକ୍ଷ ଦର୍ଶୀଙ୍କ ଦାବି ଯେ ଦୁଇ ରୁ ତିନି ଜଣ ବ୍ୟକ୍ତି ଜଳୁଥିବା ଅବସ୍ଥାରେ ହେଲିକପ୍ଟର ରୁ ତଳକୁ ଡେଇଁ ପଡିଥିଲେ ।

ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ସୁବ୍ରମଣୀୟମ ସ୍ଵାମୀ ହେଲିକପ୍ଟର ଦୁର୍ଘଟଣା ପଛରେ ସାଇବର ଆଟାକ ଷଡଯନ୍ତ୍ର ଥିବାର ଆଶଙ୍କା କରିଛନ୍ତି । ଏକ ଇଣ୍ଟର୍ବ୍ୟୁରେ ସ୍ଵାମୀ ହେଲିକପ୍ଟର ଦୁର୍ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । କାରଣଦୁର୍ଘଟଣା ଗ୍ରସ୍ତ MI.17.V5 ହେଲିକପ୍ଟର ବାୟୁସେନାରେ ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟରରୁ ଅନ୍ଯତମ । ୨୦୧୨ ମସିହା ଫେବୃୟାରି ୧୭ ପରଠାରୁ ଏହା ବାୟୁସେନାରେ ଯୋଗ ଦେଇଆସୁଛି ।

ରୁଷ ଦ୍ଵାରା ନିର୍ମିତ ଏହି ହେଲିକପ୍ଟର ଆଜି ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ହୋଇନାହିଁ । ୨୦୧୯ ଭାରତ ଏୟାର ଷ୍ଟ୍ରାଇକ ପରେ MI.17.V5 ହେଲିକପ୍ଟରଟି କେବଳ ମିସାଇଲ ମାଡରେ ଖସି ପଡିଥିଲା । କେବଳ ଏହି ଘଟଣାକୁ ଛାଡିଦେଲେ ଏହି ହେଲିକପ୍ଟର କେବେବି ଦୁର୍ଘଟଣା ଗ୍ରସ୍ତ ହୋଇନଥିଲା । ସ୍ଵାମୀ କହିଛନ୍ତି, ତାମିଲନାଡୁରେ ହେଲିକପ୍ଟର ଟେକ ଅଫ କରିବା ପରେ ଦୁର୍ଘଟଣା ହେବା ଘଟଣାକୁ ସେ ସହଜରେ ନେଇ ପାରୁ ନାହାନ୍ତି ।

ଏହା ପଛରେ ସାଇବର ଆଟାକ ଷଡଯନ୍ତ୍ର ରହିପାରେ । ତାଙ୍କ କହିବା ଅନୁସାରେ, ବିପିନ ରାୱତ ଏକ ମାତ୍ର ବ୍ୟକ୍ତି ଯିଏ ଚୀନକୁ ଭାରତ ପାଇଁ ସବୁ ଠାରୁ ବଡ ବିପଦ ବୋଲି ଖୋଲାଖୋଲି କହିଛନ୍ତି । ଏମିତିରେ ଚୀନ ବିପିନଙ୍କୁ ନେଇ ସନ୍ତୁଷ୍ଟ ନାହିଁ । ସ୍ଵାମୀଙ୍କ କଥାରେ ଯାହା ଜଣା ପଡୁଛି ଏହି ଦୁର୍ଘଟଣା ପଛରେ ଚୀନ ହେକର ମାନଙ୍କ ହାତ ରହିଛି ।


ଏହା ସହିତ ବିପିନ ରାୱତଙ୍କ ସମୟରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇଲ ହୋଇଥିଲା । ଏହା ସହିତ ଭାରତ ଚୀନକୁ ଲଦାଖରେ କଡା ଟକ୍କର ଦେଇଥିଲା । ତେବେ ଏହି ଦୁର୍ଘଟଣା ପଛରେ ଚୀନର ହାତ ରହିପାରେ ବୋଲି ଆଶଙ୍କା କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *