ତାଣ୍ଡବ ରଚିଲା ବାତ୍ୟା Batsirai, ଦେଖନ୍ତୁ ପ୍ରଳୟର Live ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ର ନିୟମ ରେ ବର୍ତ୍ତମାନ ତ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି । ମାସ ଅନୁଯାୟୀ ଋତୁ ଆସୁନାହିଁ । ଯେପରି କି ଆମେ ଜାଣୁ ଅକ୍ଟୋବର ଶେଷ ଓ ନଭେମ୍ବର ଆରମ୍ଭ ସମୟ ରୁ ଶୀତ ପଡ଼ିଯାଏ । କିନ୍ତୁ ବର୍ତ୍ତମାନ ଡିସେମ୍ବର ରେ ଶୀତ ପଡ଼ୁଚି । ଅସମୟ ରେ ବର୍ଷା ହେଉଛି । ବର୍ଷା ଦିନେ ଆଦୌ ବର୍ଷା ହେଉନାହିଁ । ଏପରି ଘଟୁଛି ବର୍ତମାନ ସମୟ ରେ ।

ବର୍ଷା ହେଉ ବା ବାତ୍ୟା ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ତେବେ ସେହିପରି ଶୁଣିବାକୁ ମିଳିଥିଲା ଯେ ଫେବୃଆରୀ ମାସ ରେ ଆସୁଛି ବାତ୍ୟା । ଭାରତ ମହାସାଗର ରେ ଆଗକୁ ବଢୁଛି ବାତ୍ୟା ବାଟସିରାଇ । ଏହି ବାତ୍ୟା ପ୍ରଳୟ ଆଣିବ ଏହା ସହ ତାଣ୍ଡବ ରଚିବ । ସାଟେଲାଇଟ ଚିତ୍ରରୁ ବାତ୍ୟା ବାଟସିରାଇ ର ଭୟଂକର ରୂପ ସାମ୍ନାକୁ ଆସିଛି ।

ସ୍ଥଳଭାଗ ମୁହାଁ ମାଡ଼ି ଆସୁଚି ଏହି ବାତ୍ୟା ମାଡଗାସ୍କାର ଉପକୂଳ ରେ ହିଟ କରିବ ଏହି ବାତ୍ୟା । ଏହାସହ ଘଣ୍ଟା ପ୍ରତି ୨୦୦ କିମି ବେଗରେ ପବନ ମଧ୍ୟ ବହିବ । ଫଳରେ ବ୍ୟାପକ କ୍ଷୟକ୍ଷତି ର ଆଶଙ୍କା ରହିଥିଲା । ଏହା ସହ ପ୍ରଳୟକରୀ ବାତ୍ୟାର ଗତିପଥରେ ଆସୁଛନ୍ତି ପ୍ରାୟ ୨ କୋଟି ୮୦ ଲକ୍ଷ ଲୋକ । ଏଥି ମଧ୍ୟରୁ ପ୍ରାୟ ୬ ଲକ୍ଷ ଲୋକ ବାତ୍ୟା ଦ୍ଵାରା ପ୍ରତ୍ଯକ୍ଷ ଭାବେ ପ୍ରଭାବିତ ହେବେ । ଏ ପର୍ଯ୍ୟନ୍ତ କେବଳ ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଗତ ଦୁଇ ସପ୍ତାହ ତଳେ ମାଡଗାସ୍କାର ଦୀପକୁ ହିଟ କରିଥିଲା ବାତ୍ୟା ଆନା । ଆଉ ଏବେ ଆସୁଥିବା ଏହି ବାତ୍ୟା ବାଟସିରାଇ ତା’ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ ପ୍ରଳୟଙ୍କରୀ । ତେବେ ସେ ଆଶଙ୍କା ଅନୁସାରେ ପ୍ରଳୟ କରିକି ହିଁ ଯାଇଛି । ତେବେ ଲ୍ୟାଣ୍ଡଫଲ କଲା ବାତ୍ୟା ବାଟସିରାଇ । ଆମେରିକାର ପୂର୍ବ ମାଡାଗାସ୍କର ତଟରେ ମନଞ୍ଜରୀ ନିକଟରେ ଉପକୂଳ ଛୁଇଁଛି ବାତ୍ୟା । ଗତ ୨ସପ୍ତାହ ମଧ୍ୟରେ ଦ୍ୱିତୀୟ ବାତ୍ୟାର ସମୁଖୀନ ହୋଇଛି ମାଡାଗାସ୍କର ।

ଘଣ୍ଟାପ୍ରତି ୧୬୫ କିମିରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ବାତ୍ୟାରେ ମନଞ୍ଜରୀର ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ କଚ୍ଚା ଘର ମାଟିରେ ମିଶିଯାଇଛି । ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ତେବେ ସମୁଦ୍ର କୂଳ ଅଞ୍ଚଳରେ ଉଚ୍ଚ ଜୁଆର ଉଠିବା ସହ ତୀବ୍ର ବେଗରେ ପବନ ହୋଇଥିଲା । ଆଗରୁ ଏଭଳି ସ୍ଥିତି ଉପୁଜିନଥିବା ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ।

୨ ସପ୍ତାହ ତଳେ ହୋଇଥିବା ବାତ୍ୟାରେ ପ୍ରଭାବିତ ହୋଇଥିଲା ମାଡାଗାସ୍କର, ମୋଜାମ୍ବିକ ଓ ମଲାୱି । ଏଥିରେ ୮୮ଜଣ ଲୋକ ପ୍ରାଣହାନି ଘଟିଥିଲା । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *