Legendary ସିଙ୍ଗର Lata Mangeshkar ଙ୍କୁ କିଏ ଓ କାହିଁକି ଦେଇଥିଲା ସ୍ଲୋ ପେଜନ, ଜାଣନ୍ତୁ Lata ଦିଦିଙ୍କ ବିଷୟରେ କିଛି ଅଜଣା କଥା !

ବର୍ତ୍ତମାନ ପୁରା ଭାରତରେ ଭାରତ ରତ୍ନ ଓ ଭାରତର ସ୍ଵର କୁହାଯାଉଥିବା ଲତା ମଙ୍ଗେସକରଙ୍କ ବିଷୟରେ ଲୋକମାନେ ଆଲୋଚନା କରୁଛନ୍ତି । ଆଜି ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ସମସ୍ତେ ତାଙ୍କର ଗୀତ ଶୁଣୁଛନ୍ତି । ବର୍ତ୍ତମାନ ଯୁବପିଢିକୁ ବି ଲତା ମଙ୍ଗେସକରଙ୍କ ଗୀତ ବହୁତ ପସନ୍ଦ ଆସେ । ଆଜି ଆମେ ଆପଣଙ୍କୁ ଲତା ମଙ୍ଗେସକରଙ୍କ ଜୀବନରେ ଘଟିଥିବା ଏକ ଏମିତି ଘଟଣା ବିଷୟରେ କହିବୁ ଯାହା ବିଷୟରେ ବୋଧ ହୁଏ କେହି ବି ଜାଣି ନ ଥିବେ ।

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ଲତା ମଙ୍ଗେସକରଙ୍କୁ ହତ୍ୟା କରିବା ପାଇଁ ବି ଷଡଯନ୍ତ୍ର କରାଯାଇ ଥିଲା । ଏହି ଷଡଯନ୍ତ୍ର ପଛରେ କିଏ ଥିଲା ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ୧୯୬୩ ମସିହାରେ ଲତା ମଙ୍ଗେସକରଙ୍କୁ ଯେତେବେଳେ ୩୩ ବର୍ଷ ହୋଇଥିଲା, ତେବେ ଦିନେ ସକାଳୁ ଉଠିବା ପରେ ଲତା ମଙ୍ଗେସକର ସାମାନ୍ୟ ନିଜକୁ ଅସୁସ୍ଥ ମନେ କରିଲେ । ସେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଲେ ।

ଦୁଇ ତିନି ଥର ବାନ୍ତି ମଧ୍ୟ ହୋଇଗଲା । ତାଙ୍କର ବାନ୍ତିରେ ସବୁଜ ରଙ୍ଗର କିଛି ପଦାର୍ଥ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଏତେ ଦୁର୍ବଳ ଓ ନିଜକୁ ଅସୁସ୍ଥ ମନେ କରୁଥିଲେ କି ସେ ବିଛଣାରୁ ଉଠି ଚାଲିବା ପାଇଁ ବି ଅସମର୍ଥ ଥିଲେ । ତାଙ୍କର ସମ୍ପୂର୍ଣ ଶରୀରରେ ଯନ୍ତ୍ରଣା ହେଉ ଥିଲା ।

ତାଙ୍କର ଏହିଭଳି ଅବସ୍ଥା ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ପରିବାର ଲୋକମାନେ ଘରକୁ ଡାକ୍ତର ଡାକିଲେ । ଲତାଙ୍କ ଚିକିତ୍ସା ପରେ ଜଣା ପଡିଲା କି ତାଙ୍କୁ ସ୍ଲୋ ପୟେଜନ ଦିଆ ଯାଇ ଥିଲା । କୁହାଯାଏ କି ଏହି ସ୍ଲୋ ପୟେଜନ କାରଣରୁ ଲତା ଏତେ ଦୁର୍ବଳ ହୋଇପଡି ଥିଲେ କି ସେ ୩ – ୪ ମାସ ପର୍ଯ୍ୟନ୍ତ ବିଛଣାରେ ଶୋଇ ଶୋଇ ନିଜର ଦିନ କାଟିଥିଲେ । ଏହି ସମୟରେ ସେ କୌଣସି ଗୀତ ମଧ୍ୟ ଗାଇ ନ ଥିଲେ । ତାଙ୍କର ଅନ୍ତ ନଳୀରେ ପ୍ରବଳ ଯନ୍ତ୍ରଣା ହେଉ ଥିଲା ।

ସତର୍କ ଓ ସାବଧାନ ରହିବା ସହିତ ଲତା କେବଳ ଥଣ୍ଡା ଶୁପ ଖାଇ ରହୁଥିଲେ । ସବୁଠୁ ଦୁଃଖର କଥା ଏହା ଅଟେ କି ତାଙ୍କ ଖାଦ୍ୟରେ ଓ ବିଶ୍ଵାସରେ ବିଷ ଦେଇଥିବା ସେହି ବ୍ୟକ୍ତିର ପରିଚୟ ମିଳି ପାରି ନାହିଁ । ଲତାଙ୍କୁ ବିଷ ଦେଇଥିବା ବ୍ୟକ୍ତି ଆଜି ବି ରହସ୍ୟ ମଧ୍ୟରେ ଅଛି । କୁହାଯାଏ କି ଏହି ଘଟଣା ପାରେ ଲତାଙ୍କ ରୋଷେଇଆ ଫେରାର ହୋଇ ଯାଇ ଥିଲା ଓ ସେ ଆଉ କେବେ ବି ଫେରି ନ ଥିଲେ ।

\ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *