ସ୍ବାମୀଙ୍କୁ ଡିଭୋର୍ସ ଦେଇ ନିଜ ବାପଘରେ ଜୀବନର ଅସଲ ମଜା ନେଉଛନ୍ତି Bollywood ର ଏହି 5 ହିରୋଇନ

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତି ର ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମନୁଷ୍ୟ ର ଜୀବନ ଏକ ଟଙ୍କା ର ଦୁଇ ପାର୍ଶ୍ଵ ଭଳି ଅଟେ। ମନୁଷ୍ୟ କୁ ନିଜ ଜୀବନ ରେ ବିଭିନ୍ନ ପ୍ରକାର ସଂଘର୍ଷ ମଧ୍ୟ କରିବାକୁ ପଡିଥାଏ। ସେହିପରି ବଲିଉଡ ର କେତେକ ଅଭିନେତ୍ରୀ ମାନେ ମଧ୍ୟ ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ଏହି ଅଭିନେତ୍ରୀ ମାନେ ଜଣେ ସାଧାରଣ ମହିଳା ପରି ନିଜର ଘର ସଂସାର ବସାଇଥିଲେ।

କିନ୍ତୁ କୌଣସି କାରଣରୁ ଏମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ ଏମାନେ ନିଜ ପାର୍ଟନର ଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ।ଏବଂ ଛାଡପତ୍ର ପରେ ସେ ବର୍ତ୍ତମାନ ନିଜ ବାପ ଘରେ ବହୁତ ଖୁସି ରେ ରହୁଛନ୍ତି। ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନେ କିଏ?

୧- ପ୍ରଥମ ରେ ହେଉଛନ୍ତି କରିସ୍ମା କପୂର।ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତ୍ରୀ ଭାବରେ ‘କରିସ୍ମା କପୁର’ ପରିଚିତ। ଏହି ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି। ଏହି ଅଭିନେତ୍ରୀ କପୁର ବଂଶ ର ସଦସ୍ୟ ଅଟନ୍ତି। ଏହି ଅଭିନେତ୍ରୀ ସଫଳତା ର ଶୀର୍ଷ ସ୍ଥାନରେ ଥିବା ସମୟରେ ବିଜନେସ ମ୍ୟାନ ‘ସଂଜୟ କପୁର’ ଙ୍କୁ ବିବାହ କରିଥିଲେ।କିନ୍ତୁ କୌଣସି କାରଣରୁ ୨୦୧୬ ମସିହାରେ ଏହି ଯୋଡ଼ି ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ଅଲଗା ହୋଇଯାଇଥିଲେ।

ଅଭିନେତ୍ରୀ କରିସ୍ମା କପୁର ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ହୋଇ ଯାଇଥିଲେ। କିନ୍ତୁ ଏହାପରେ ମଧ୍ୟ ସେ ନିଜର ଦୃଢ଼ତା କୁ ଭଙ୍ଗ ହେବାକୁ ଦେଇନଥିଲେ ଏବଂ ନିଜ ଦୁଇ ଛୁଆ ଙ୍କ ଉପରେ ଧ୍ୟାନ ଦେଇଥିଲେ। ବର୍ତ୍ତମାନ ସେ ନିଜ ବାପା ରନ୍ଧିର କପୂର ଙ୍କ ପାଖରେ ରହୁଛନ୍ତି ଏବଂ ବହୁତ ଖୁସି ରେ ମଧ୍ୟ ଅଛନ୍ତି।


୨- ଦ୍ଵିତୀୟ ରେ ହେଉଛନ୍ତି ସୁଜେନ ରୋଷନ। ତେବେ ସୁଜେନ ବିବାହ କରିଥିଲେ ବଲିଉଡ ର ହ୍ୟାଣ୍ଡସମ ଏବଂ ଡ୍ୟାସିଂ ଅଭିନେତା ହୃତିକ ରୋଶନ ଙ୍କୁ। ତେବେ ଦୁହେଁ ବହୁତ ଖୁସି ରେ ଥିଲେ ଏବଂ ଦୁହିଁଙ୍କ ଯାଆଁଳା ପୁଅ ମଧ୍ୟ ଅଛି ତେବେ ଯେତେବେଳେ ହୃତିକ ଏବଂ କଂଗନା ଙ୍କ ପ୍ରେମ ସମ୍ପର୍କ ଖବର ଚାରିଆଡେ ବ୍ୟାପିଗଲା ସେତେବେଳେ ସୁଜେନ ହୃତିକ ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ତାଙ୍କର ଦୁଇ ପୁଅ ହୃତିକ ଙ୍କ ପାଖରେ ରୁହନ୍ତି ଏବଂ ସୁଜେନ ନିଜ ବାପା ସଞ୍ଜୟ ଖାନ ଙ୍କ ସହ ରହୁଛନ୍ତି। ତେବେ ବର୍ତ୍ତମାନ ସୁଧା ମଧ୍ୟ ଦୁଇ ଜଣ ବହୁତ ଭଲ ସାଙ୍ଗ ହୋଇ ରହୁଛନ୍ତି।


୩- ତୃତୀୟ ରେ ହେଉଛନ୍ତି ପୂଜା ବେଦୀ। ତେବେ ଅଭିନେତ୍ରୀ ପୂଜା ବେଦୀ ୧୯୯୦ ଫରାନ ଫର୍ନିଚର ଵାଲା ଙ୍କ ସହ ବିବାହ କରିଥିଲେ ତେବେ କିନ୍ତୁ ୨୦୧୩ ରେ ଦୁହିଁଙ୍କ ଛାଡ଼ପତ୍ର ହୋଇ ଯାଇଥିଲା ଏବଂ ଏହା ପରେ ପୂଜା ନିଜ ବାପା କବିର ବେଦୀ ଙ୍କ ସହ ରହୁଥିଲେ ତେବେ ବର୍ତ୍ତମାନ ଖବର ଆସୁଛି କି ପୂଜା ନିଜ ସ୍କୁଲ ସାଙ୍ଗ ମାନିକ୍ ଙ୍କ ସହ ନିର୍ବନ୍ଧ କରି ଦେଇଛନ୍ତି।


୪- ଚତୁର୍ଥ ରେ ହେଉଛନ୍ତି ହ୍ରତିକ ଙ୍କ ଭଉଣୀ ସୁନେନା ରୋଷନ। ତେବେ ସୁନେନା ଆଶିଷ ସୋନି ଙ୍କ ସହ ପ୍ରଥମ ବିବାହ କରିଥିଲେ କିନ୍ତୁ ୨୦୦୦ ମସିହାରେ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା ଏହା ପରେ ସେ ୨୦୦୯ ରେ ମୋହନ ନାଗର ଙ୍କ ସହ ବିବାହ କରିଥିଲେ ତେବେ ଏହା ମଧ୍ୟ ବେଶୀ ଦିନ ରହିଲା ନାହିଁ ଏହାପରେ ସୁନେନା ନିକପାଧ୍ୟାୟ ଙ୍କ ସହ ହୋଇଥିଲା କିନ୍ତୁ ଏହା ମଧ୍ୟ ଭାଙ୍ଗି ଯାଇଥିଲା ଏହା ପରେ ସେ ବର୍ତ୍ତମାନ ନିଜ ବାପା ରାକେଶ ରୋଶନ ଙ୍କ ସହ ରହୁଛନ୍ତି।


୫- ପଞ୍ଚମ ରେ ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ ଙ୍କ ଝିଅ ସୌନ୍ଦର୍ଯ୍ୟ। ତେବେ ୨୦୧୭ ରେ ସୌନ୍ଦର୍ଯ୍ୟ ଏବଂ ଅଶ୍ୱିନୀ ଙ୍କ ଛାଡ଼ପତ୍ର ହୋଇ ଯାଇଥିଲା ଏହା ପରେ ସେ ରଜନୀକାନ୍ତ ଙ୍କ ପାଖରେ ରହୁଥିଲେ ତେବେ କିନ୍ତୁ ସୌନ୍ଦର୍ଯ୍ୟ ବର୍ତ୍ତମାନ ଆଉଥରେ ବିବାହ କରି ସାରିଛନ୍ତି।

Leave a Reply

Your email address will not be published. Required fields are marked *