Divya Bharti ମା’ ଖୋଲିଲେ ଦିବ୍ୟାଙ୍କ ରାଜ, କହିଲେ, ‘ନିଜ ହାତ କାଟିଥିଲେ, ନିଜକୁ ସିଗରେଟରେ ଜଳେଇଲେ, ମୃତ୍ୟୁ ଦିନ ବି କରିଥିଲେ ମଦ୍ୟପାନ’

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୀ ସିନେମା ରେ ଏକ ନାମ ୯୦ ଦଶକ ରେ ବହୁତ ଚର୍ଚ୍ଚା ରେ ଥିଲା । ଏହି ନାମ କେବଳ ଇଣ୍ଡଷ୍ଟ୍ରୀ ରେ ହିଁ ନୁହେଁ ବରଂ ସମଗ୍ର ଦର୍ଶକ ମାନଙ୍କ ହୃଦୟ ରେ ଛାପ ପକାଇ ଥିଲା । ତେବେ ସେହି ନାମ ଟି ହେଉଛି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭାରତୀ ଙ୍କ । ଏହି ଅଭିନେତ୍ରୀ ଙ୍କ ଫିଲ୍ମୀ କ୍ୟାରିଅର ବହୁତ ଛୋଟ ଥିଲା । କିନ୍ତୁ ଏହି ଛୋଟ କ୍ୟାରିଅର ରେ ହିଁ ସେ ସଫଳତା ର ଶିର୍ଷ ସ୍ଥାନରେ ପହଂଚି ଥିଲେ ।

୧୯ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ୨୦ ଟି ଫିଲ୍ମ ରେ କାମ କରି ସାରିଥିଲେ । ଅଭିନେତ୍ରୀ ଦିବ୍ୟା ଭାରତୀ ଙ୍କ ଜନ୍ମ ୧୯୭୪ ୨୫ ଫେବୃଆରୀ ରେ ମୁମ୍ବାଇ ରେ ହୋଇଥିଲା । ବହୁତ ହି କମ ବୟସରେ ଏହି ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଖୁବ କମ ସମୟ ମଧ୍ୟରେ ଏହି ଅଭିନେତ୍ରୀ ଡ଼ାଇରେକ୍ଟର ଙ୍କ ପ୍ରିୟ ମଧ୍ୟ ହୋଇ ଯାଇଥିଲେ ।

ଦିବ୍ୟା ଭାରତୀ ଯେତେ ଶୀଘ୍ର ଫିଲ୍ମ ରେ ଅଭିନୟ କରିଥିଲେ ଯେତେ ଶୀଘ୍ର ବିବାହ କରିଥିଲେ ସେତେ ଶୀଘ୍ର ସେ ଦୁନିଆ ରୁ ମଧ୍ୟ ବିଦାୟ ନେଇଥିଲେ । ୫ ଏପ୍ରିଲ ୧୯୯୩ ମସିହାରେ ଏହି ଚୁଲବୁଲି ଅଭିନେତ୍ରୀ ଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତାଙ୍କ ମୃତ୍ୟୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହି ଯାଇଛି । ତେବେ କେହି କୁହନ୍ତି ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ତ କେହି କୁହନ୍ତି ଏହା ଆତ୍ମହତୟା ଅଥବା ଷଡ଼ଅଯନ୍ତ୍ର ।


କେତେକ ମିଡିଆ ରିପୋର୍ଟ ଏହା ମଧ୍ୟ ଅଭିଯୋଗ କରିଥିଲେ ଦିବ୍ୟା ଭାରତୀ ଙ୍କ ମୃତ୍ୟୁ ତାଙ୍କ ଆପାର୍ଟମେଂଟ ର ବିଲ୍ଡିଂ ରୁ ପଡ଼ିବା କାରଣରୁ ହୋଇଛି । ଏଥିପାଇଁ ସନ୍ଦେହ ଦୃଷ୍ଟି ରେ ଆସିଥିଲେ ତାଙ୍କ ପତି ସାଜିଦ ନଡ଼ିଆଦୱାଲ । ଅଭିନେତ୍ରୀ ଦିବ୍ୟା ଭାରତୀ ଏବଂ ସାଜିଦ ୧୯୯୨ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ । ତେବେ ଦିବ୍ୟା ଙ୍କ ମୃତ୍ୟୁ କୁ ନେଇ ତାଙ୍କ ମାଆ କିଛି ରହସ୍ୟ ଖୋଲିଥିଲେ ।

ସେ ଜଣେ ସାକ୍ଷାତକାର ଙ୍କୁ କହିଥିଲେ ଏହି ଘଟଣା ଦିନ ଦିବ୍ୟା ଅରମ୍ ପିଇଥିଲେ । କିନ୍ତୁ ସେ ଡ୍ରଗଅସ ନିଅନ୍ତି ନାହିଁ । କିନ୍ତୁ ଏହା ସତ୍ୟ ଯେ ସେ ସବୁବେଳେ ରାଗରେ ନିଜକୁ କ୍ଷତି ପହଂଚାଇ ଥାଆନ୍ତି । ଦିବ୍ୟା ଭାରତୀ ଙ୍କ ମାଆ ମିତା ଭାରତୀ ଏହା ମଧ୍ୟ କହିଥିଲେ ଯେ ମୃତ୍ୟୁ ର କିଛି ଦିନ ପୂର୍ବରୁ ଦିବ୍ୟା ନିଜକୁ କ୍ଷତି ପହଞ୍ଚାଉଥିଲେ । ଏମିତି କି ସେ ନିଜର ହାତ ମଧ୍ୟ କାଟିଇଦେଇ ଥିଲେ ଏବଂ ସିଗାଆରେଟ ରେ ନିଜ ହାତକୁ ଜଳାଆଇ ମଧ୍ୟ ଦେଇଥିଲେ ।


ତାଙ୍କ ମାଆ ମିତା କହିଥିଲେ ଯେ ନିଜ ଝିଅ ଙ୍କ ମୃତ୍ୟୁ ରେ ସେ ବହୁତ ବର୍ଷ ଏକୁଟିଆ ଏବଂ ଚିନ୍ତା ରେ କଟାଇଛନ୍ତି । ତେବେ ଅନ୍ୟ ପକ୍ଷ ରେ ସାଜିଦ ମଧ୍ୟ କହିଛନ୍ତି ଯେ ସେ ସର୍ବଦା ନିଜ ପର୍ସ ରେ ଦିବ୍ୟା ଙ୍କ ଫୋଟୋ ରଖନ୍ତି ଏବଂ ବର୍ତ୍ତମାନ ମଧ୍ୟ ତାଙ୍କ ଘରେ ଦିବ୍ୟା ଙ୍କ ସେହିଭଳି ସମ୍ମାନ ରହିଛି । ତାଙ୍କ ଛୁଆ ମଧ୍ୟ ଦିବ୍ୟା ଙ୍କୁ ବଡ଼ ମାଆ ର ସ୍ଥାନ ଦେଇଛନ୍ତି ଏବଂ ତାଙ୍କୁ ସେହି ନାଁ ରେ ହିଁ ଡାକନ୍ତି ।

Leave a Reply

Your email address will not be published. Required fields are marked *