‘ହେ…ଡ୍ରାମା କରୁଛନ୍ତି ପରିବାର, ଶ୍ଵଶୁର ବୋହୁ 2 ଜଣ…’ Tapaswini ଓ ଶ୍ଵଶୁର ଘର ପାରିବାରିକ କଳହକୁ ନେଇ Sura ଭାଇ ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ବିବାଦ ଦିନକୁ ଦିନ ଲମ୍ବିବାରେ ଲାଗିଛି । ଗତକାଲି ଲାଗୁଥିବା ଏହି ବିବାଦର ଅନ୍ତ ହୋଇଯିବ । ସୁମିତଙ୍କ ବାପା ପ୍ରମୋଦ ସାହୁ ପୁଣି ଥରେ ଏକ ମାମଲାରେ ନୂଆ ମୋଢ ନେଇ ଆସିଛନ୍ତି । ସେ ଗତକାଲି ଘର ଛାଡି ଚାଲି ଯାଇଛନ୍ତି । ଯାହାକି ସମସ୍ତଙ୍କୁ ଦ୍ଵନ୍ଦରେ ପକାଇ ଦେଇଛି । କହିବାକୁ ଗଲେ କିଛି ଦିନ ତଳେ କୋର୍ଟ ଅର୍ଡର ଦେଇ ଥିଲେ କି ତପସ୍ଵିନୀ ତାଙ୍କର ଶ୍ଵଶୁର ଘରେ ରହିବେ । ତପସ୍ଵିନୀ ଓ ତପସ୍ଵିନୀଙ୍କ ପରିବାର ଖୁସି ହୋଇ ଯାଇ ଥିଲେ ।

କୋର୍ଟର ଅର୍ଡର ଆସିବା ସତ୍ବେ ବି ପ୍ରମୋଦ ସାହୁ ବିଭିନ୍ନ ପ୍ରକାରର କାରଣ ଦର୍ଶାଇ ତପସ୍ଵିନୀଙ୍କୁ ଘର ଭିତରେ ପ୍ରବେଶ କରିବାକୁ ଦେଇ ନ ଥିଲେ । ଶେଷରେ ବହୁତ ବାଦ ବିବାଦ ପରେ ତପସ୍ଵିନୀ ଶ୍ଵଶୁର ଘରେ ପ୍ରବେଶ କରିଥିଲେ । ଯେମିତି ହିଁ ଗତକାଲି ରାତିରେ ତପସ୍ଵିନୀ ନଡିଆ ବାଡେଇ ଘର ଭିତରକୁ ପ୍ରବେଶ କରିଲେ ସେମିତି ହିଁ ଶୁଣିବାକୁ ମିଳୁଛି କି ତପସ୍ଵିନୀଙ୍କ ଶ୍ଵଶୁର ପ୍ରମୋଦ ସାହୁ ଘର ଛାଡି ଚାଲି ଯାଇଛନ୍ତି ।

ସେ ଏହା ବିଷୟରେ ନିଜର ଏକ ଭିଡିଓ ପୋସ୍ଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି କି ମୋ ଅନିଚ୍ଛା ସତ୍ବେ ବି ତପସ୍ଵିନୀ ମୋ ଘର ଭିତରକୁ ପ୍ରବେଶ କରିଛନ୍ତି । ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି । ସେଥିପାଇଁ ମୁଁ ଘର ଛାଡି ଦେଇଛି । କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ମୋ ଘରକୁ ଫେରିଯିବି ।

ଏହା ଏହି ମାମଲାରେ ଯେତେବେଳେ ସୁର ରାଉତରାୟଙ୍କ ମନ୍ତବ୍ୟ ନିଆଗଲା ତେବେ ସେ କହିଲେ କି ସେ ପରିବାର ଗୋଟିଏ ଡ୍ରାମା କରୁଛନ୍ତି । ଶ୍ଵଶୁର ତମେ ଶ୍ଵଶୁର ଭଳିଆ ରୁହ । ଆମ ଓଡିଆ ଘରେ ଯେମିତି ପରମ୍ପରା ଅଛି ବୋହୂ ଶ୍ଵଶୁରକୁ ସମ୍ମାନ ଦବ । ଶ୍ଵଶୁର ବୋହୂକୁ ସମ୍ମାନ ଦବ । କୋର୍ଟ ଗୋଟିଏ ନିର୍ଦ୍ଦେଶ ଦେଲା, ତମେ କାହିଁକି ଘର ଛାଡି ଚାଲି ଯାଉଛ ।

ଏହା ପରେ ତପସ୍ଵିନୀଙ୍କୁ କହିଲେ କି ତମେ କାହିଁକି ନଡିଆ ବାଡେଇ ଘରକୁ ପ୍ରବେଶ କରୁଛ । ତମେ କଣ ଏଠି ଘର ପ୍ରତିଷ୍ଠା କରୁଛ । ସିଧା ଘରକୁ ଯିବ । ବୋହୂ ହୋଇ ରହିବ । ଶ୍ଵଶୁର ତମେ ବୋହୂକୁ ବୋହୂ ଭଳି ରଖ । ତମେ କଣ ଗୋଟିଏ ଡ୍ରାମା କରି ଚାଲି ଯାଉଛ । ଏହି ଡ୍ରାମା ହେବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *