Big Breaking: ରାଜ୍ୟ ସରକାରଙ୍କ ବଡ ଘୋଷଣା ! ଏହି ତାରିଖରୁ ବନ୍ଦ ହେବ College ଓ University

ବର୍ତ୍ତମାନ କଲେଜ ଓ ୟୁନିଭର୍ସିଟିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ଜାନୁଆରୀ ୧୦ ତାରିଖରୁ ରାଜ୍ୟର ସବୁ କଲେଜ ଓ ୟୁନିଭର୍ସିଟି ବନ୍ଦ ହୋଇଯିବ । ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା କାରଣରୁ ଏହି କଟକଣା ଜାରି କରିଛନ୍ତି । କିନ୍ତୁ ମେଡିକାଲ କଲେଜ ଓ ନର୍ସିଂ କଲଜେ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଯିବ । କହିବାକୁ ଗଲେ ଏସଆରସି ତରଫରୁ ଏକ ନିର୍ଦ୍ଦେଶ ଜାରି କରି କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ ବୋଲି କୁହାଯାଇଛି ।

କହିଦେଉଛୁ କି କିଛି ଦିନ ପୂର୍ବେ ନୂତନ ବର୍ଷରେ ସ୍କୁଲ ଖୋଲିବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇ ଥିଲେ । କିନ୍ତୁ କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ପୁଣି ଥରେ ରାଜ୍ୟ ସରକାର ନିଜର ନିଷ୍ପତିକୁ ବଦଳାଇ ସ୍କୁଲ ନ ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ । କିନ୍ତୁ କିଛି ମାସ ହେବ ଖୋଲିଥିବା କଲେଜ ଓ ୟୁନିଭର୍ସିଟି ଗୁଡିକୁ ପୁଣି ଥରେ ବନ୍ଦ କରିବା ପାଇଁ ରାଜ୍ୟ ସରକାର ସୂଚନା ଜାରି କରିଛନ୍ତି ।

କହିବାକୁ ଗଲେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ବହୁତ କଟକଣା ଲାଗୁ କରିଛନ୍ତି । କହିଦେଉଛୁ କି କିଛି ଦିନ ପୂର୍ବେ ରାଜ୍ୟ ସରକାର ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ ବନ୍ଦ କରିଥିଲେ । ବର୍ତ୍ତମାନ ଏସଆରସି ପୁଣି ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି କି ରାଜ୍ୟର ସମସ୍ତ କଲେଜ ୟୁନିଭର୍ସିଟି ଏବଂ ବୈଷୟକ ଶିକ୍ଷା ଅନୁଷ୍ଠାନ ୧୦ ତାରିଖରୁ ବନ୍ଦ ରହିବ ।

କିନ୍ତୁ ମେଡିକାଲ କଲଜେ ଓ ନର୍ସିଂ କଲେଜ ଖୋଲା ରହିବ । କିନ୍ତୁ ବନ୍ଦ ହେବା ସତ୍ବେ ବି ସ୍କୁଲ ଠାରୁ ଆରମ୍ଭ କରି କଲଜେ ଓ ୟୁନିଭର୍ସିଟିର ସବୁ କ୍ଳାସ ଅନ୍ଲାଇନରେ ଜାରି ରହିବ । କହିବାକୁ ଗଲେ ଦେଶରେ ବର୍ତ୍ତମାନ ଦ୍ରୁତ ଗତିରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ନିଜର କାୟା ବିସ୍ତାର କରିବାରେ ଲାଗିଛି ।

ଦେଖୁ ଦେଖୁ ବହୁତ ଅଳ୍ପ ଦିନ ମଧ୍ୟରେ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ବଢି ଯାଇଛି । କରୋନାରେ ବି ଲୋକମାନେ ପୀଡିତ ହେଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ସୁରକ୍ଷା ଦ୍ରୁଷ୍ଟିରେ ରାଜ୍ୟରେ ଯେମିତି ସମସ୍ତଙ୍କ ରୋଜଗାର ଉପରେ ବାଧା ନ ଆସିବ ତାକୁ ନଜରରେ ରଖି କିଛି କଟକଣା ଲାଗୁ କରିଛନ୍ତି । ଯାହାକି ନିହାତି ଆବଶ୍ୟକ ଅଟେ । ଏହି କ୍ରମରେ ବର୍ତ୍ତମାନ ସ୍କୁଲ ଓ କଲେଜ ଗୁଡିକ ବି ବନ୍ଦ ହୋଇଯିବ ।

Leave a Reply

Your email address will not be published. Required fields are marked *