‘ଯଦି Tapaswini ଙ୍କୁ ଶ୍ୱଶୁର ଘରଲୋକ ଟର୍ଚର କରୁଥିଲେ, ତେବେ ସେ ସେଠାରେ…’ Tapaswini ଙ୍କ ବିରୁଦ୍ଧରେ କିଛି ଏମିତି କହିଲେ ସୁମିତଙ୍କ ଓକିଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦର ଶୁଣାଣି ହେବ । ତେବେ ମାସାଧିକ କାଳ ତପସ୍ୱିନୀ ସୁମିତଙ୍କ ଘର ଆଗରେ ଧାରଣାରେ ବସିଥିବା ବେଳେ ଆଜିର କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । କୋର୍ଟଙ୍କ ଶୁଣାଣି ସୁମିତଙ୍କ ସପକ୍ଷରେ ଯିବ କି ତପସ୍ୱିନୀଙ୍କ ସପକ୍ଷରେ ଯିବ ସେନେଇ ଦୁଇପକ୍ଷଙ୍କ ମଧ୍ୟରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ।

କୋର୍ଟ ଆଜି କି ରାୟ ଦେବେ, ଆଗକୁ ତପସ୍ୱିନୀ ଆଉ ସୁମିତଙ୍କ ଜୀବନରେ କ’ଣ ଘଟିବ ତାହା ଏକପ୍ରକାର ଦ୍ୱନ୍ଦ୍ୱ ମଧ୍ୟରେ ରହିଛି । ତେବେ ଏନେଇ ଆଜି ତପସ୍ୱିନୀ କହିଛନ୍ତି ଯେ, ମୋର ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିବା ନେଇ ମୁଁ ପୂର୍ବରୁ କହିଆସିଛି । ମୋତେ ନ୍ୟାୟ ମିଳିବା ପରି କିଛି ଶୁଣାଣି ଆଜି ହେବ ବୋଲି ମୋତେ ଅନୁଭବ ହେଉଛି । ଆଜିର ଶୁଣାଣି ମୋର ସପକ୍ଷରେ ଯିବ କି ବିପକ୍ଷରେ ଯିବ ତାହା ତ ମୁଁ କହିପାରିବିନି, ମାତ୍ର ଯାହା ଆଇନଗତ ପ୍ରୋସେସ ରହିଛି ତା’ ମାଧ୍ୟମରେ ମୋତେ ନ୍ୟାୟ ମିଳିବ ବୋଲି ମୁଁ ଆଶା ରଖିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁମିତଙ୍କ ଓକିଲ ଏସଡିଜେଏମଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିଲେ । ସେହିପରି ସୁମିତଙ୍କ ଘରେ ରହିବା ନେଇ ତପସ୍ୱିନୀଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ମଧ୍ୟ ପିଟିସନ ଦାୟର ହୋଇଥିଲା । ଏହି ଦୁଇଟି ପିଟିସନର ଶୁଣାଣି ଆଜି ଜିଲ୍ଲା କୋର୍ଟରେ ହେବ । ଏହି ମାମଲା ଆରମ୍ଭରୁ ଦୁହେଁ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି ।

ଗୋଟିଏ ପଟେ ସୁମିତ ୧୫ ଦିନିଆ ଛୁଟିରେ ରହିଥିବା ବେଳେ ଅପରପକ୍ଷେ ତପସ୍ୱିନୀ ଶ୍ୱଶୁର ଘର ଗେଟ ଭିତରେ ଧାରଣାରତ ରହିଛନ୍ତି । ଗତକାଲି ତପସ୍ୱିନୀ ଏକ ଭିଡିଓ ଶେୟାର କରି କାନ୍ଦି କାନ୍ଦି ନ୍ୟାୟ ପାଇଁ ପ୍ରାର୍ଥନା କରିଥିଲେ । ସେ ଖୁସିରେ ରହିବା ପାଇଁ ଭଲ ପାଇ ବିବାହ କରିଥିଲେ, ମାତ୍ର ତାହା ସେ ପାଇଲେ ନାହିଁ ବୋଲି ଆକୁଳ କଣ୍ଠରେ ତପସ୍ୱିନୀ କହିଥିଲେ ।

ତେବେ ଏହାକୁ ନେଇ ବର୍ତ୍ତମାନ ସୁମିତ ଙ୍କ ଓକିଲ ମିଡ଼ିଆ ଆଗରେ କହିଛନ୍ତି କି ତପସ୍ୱିନୀ ଶାନ୍ତି ଚାହୁଁ ନାହାନ୍ତି ଏବଂ ଯଦି ସେ ସୁମିତ ଙ୍କ ନାମ ରେ ଅଭିଯୋଗ କରିଥିଲେ ତେବେ ସେ କେଉଁ ଭଳି ଭାବରେ କିଛି ସ୍ତ୍ରୀ ଲୋକ ଙ୍କୁ ଧରି ଘର ର କବାଟ ଭାଙ୍ଗିଛନ୍ତି । ଏହା ଛଡା ସେ କହିଛନ୍ତି କି ସୁମିତ କେଉଁ ଆଡେ ଫେରାର ହୋଇ ନଥିଲେ ସେ ନିଜର ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଛୁଟି ଆବେଦନ କରିଛନ୍ତି ଏହା କୌଣସି ଅପରାଧ ନୁହେଁ ।

ତେବେ କୋର୍ଟ ସୁମିତ ଙ୍କୁ ନିର୍ଦେଶ ଦେଇଥିଲେ କି ସେ ନିଜର କାମ କରୁଥିବା ସ୍ଥାନର ପାଖାପାଖି ରେ ହିଁ ଘର ଖୋଜିବାକୁ କହିଛନ୍ତି । ତେବେ ଯେତେବେଳେ ସୁମିତ ଙ୍କୁ ଯେଉଁ ଘର ପସନ୍ଦ ତାହା ତପସ୍ୱିନୀ ଙ୍କୁ ପସନ୍ଦ ହେଉ ନଥିଲା ଏବଂ ତପସ୍ୱିନୀ ଙ୍କୁ ପସନ୍ଦ ଆସିଲେ ସୁମିତ ଙ୍କୁ ଆସେ ନାହିଁ ।

ତେବେ ଯେପର୍ଯ୍ୟନ୍ତ କୌଣସି ଶୁଣାଣି ହୋଇ ନାହିଁ ସେ ପର୍ଯ୍ୟନ୍ତ ତପସ୍ୱିନୀ ଯିଏ ଭିକଟିମ ସେ ସୁମିତ ଙ୍କ ଘରେ ରହିବା ଉଚିତ ନୁହେଁ କାରଣ ସେ ନିର୍ଯ୍ୟାତନା ର କେଶ ଫାଇଲ କରିବା ପୂର୍ବରୁ ସେ ସୁମିତ ଙ୍କ ମାରିଟାଇଲ ଘର ଛାଡ଼ି ପଳେଇ ଥିଲେ । ତେବେ ବର୍ତ୍ତମାନ ୪ ତାରିଖ କୁ ହିଁ ଅପେକ୍ଷା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published.