ସ୍ମାର୍ଟଫୋନ୍ ନିଶା ଛୋଟ ପିଲାଙ୍କ ପାଇଁ ବିପଦ, ଦେଖନ୍ତୁ କିପରି କରିବେ ପ୍ରତିକାର- Dr Nirmal Kumar Mohakud

ବନ୍ଧୁଗଣ ଆଗରୁ ପିଲା ମାନେ ଖେଳିବା ଓ ବୁଲିବା ପାଇଁ ଅଧିକ ଇଛା କରୁଥିଲେ ହେଲେ ବର୍ତ୍ତମାନର ସମୟରେ ପିଲା ମାନେ ବହୁତ କମ ବର୍ଷରୁ ମୋବାଇଲ ବ୍ୟବହାର କରି ଅଭ୍ଯାସରେ ପଡିଯାଉଛନ୍ତି । ଏବେ ଦୁନିଆ ବଦଳି ଯାଇଛି ଦୁନିଆ ଯେତେ ଡିଜିଟାଲ ହୋଇଛି ସେତିକି ଆମର ହାନି ମଧ୍ୟ ହେଉଛି । ଛୋଟ ଛୋଟ ପିଲା ମାନେ ଅତି କମ ବର୍ଷରେ ମୋବାଇଲ ଧରିବା ଅଭ୍ୟାସକୁ ଛାଡି ପାରୁ ନାହାନ୍ତି ଯାହାଫଳରେ ଘରେ ବିଶୃଙ୍ଖଳା ହେଉଛି ଓ ପିଲା ମାନେ ପାଠ ପଢାରେ ମନ ଦେଉ ନାହାନ୍ତି ।

ମୋବାଇଲ ଆମକୁ ବିଭିନ୍ନ କମ୍ୟୁନିକେସନ ପାଇଁ ସାହାର୍ଯ୍ୟ କରୁଛି ଅବଶ୍ୟ ହେଲେ ଅନ୍ୟ ପକ୍ଷରେ ଏହା ଆମ ପିଲା ମାନଙ୍କ ଜୀବନକୁ ମଧ୍ୟ ବରବାଦ କରିଦେଉଛି । ବନ୍ଧୁଗଣ ଏଥିପାଇଁ କେବଳ ବାପା ମା ଦାୟୀ । ମୋବାଇଲ ଦେବାର କିଛି କାରଣ ରହିଛି ତାହା ସକାରାତ୍ମକ ଓ ନକରାତ୍ମକ ମଧ୍ୟ । ଆଜି କରୋନା ପାଇଁ ପିଲା ମାନେ ସ୍କୁଲ କଲେଜ ଯାଇ ପାରୁ ନାହାନ୍ତି ତେଣୁ ବାପା ମା ନିଜ ପିଲାଙ୍କୁ ମୋବାଇଲ ଦେଉଛନ୍ତି ହେଲେ ପିଲା ମାନେ ମୋବାଇଲରେ ଗେମ ଖେଳି ଏଞ୍ଜୋଏ କରୁଛନ୍ତି ।

ଏମିତି ସବୁ ପିଲା ନାହାନ୍ତି ଅନେକ ପିଲା ମୋବାଇଲରେ ପାଠ ମଧ୍ୟ ପଢୁଛନ୍ତି । ହେଲେ ଛୋଟ ଛୋଟ ଛୁଆ ମାନଙ୍କୁ ମୋବାଇଲ କାହିଁକି ଦେଉଛନ୍ତି ବାପା ମା । ବର୍ତ୍ତମାନର ସମୟରେ ବାପା ମା ନିଜ କାମରେ ବ୍ୟସ୍ତ ରହୁଛନ୍ତି ତେଣୁ ପିଲା ମାନଙ୍କୁ ସ୍ତିର କରିବା ପାଇଁ ସେମାନେ ଛୁଆଙ୍କ ହାତରେ ମୋବାଇଲ ଦେଉଛନ୍ତି ।


ଅନ୍ୟ ପକ୍ଷରେ ବାପା ମା ନିଜ ଛୁଆକୁ ଖୁଆଇବା ବେଳେ ମଧ୍ୟ ତାଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି ସେପଟେ ଛୁଆ କାର୍ଟୁନ ଦେଖୁଛି ଏପଟେ ମା ନିଜ ଛୁଆକୁ ଖୁଆଇ ଦେଉଛି । ହେଲେ ବନ୍ଧୁଗଣ ଏହି ସବୁ ଭୁଲ ପାଇଁ ଛୁଆ ମାନେ ମୋବାଇଲ ଅଭ୍ୟାସରେ ଫସି ରହୁଛନ୍ତି । ଏବେ ଅନେକ ପ୍ରକାରର ଗେମ ମୋବାଇଲରେ ଖେଳା ଯାଉଛି ଓ ବହୁତ କମ ବର୍ଷରେ ଛୁଆ ମାନେ ଗେମ ନିଶାରେ ବୁଡି ଯାଉଛନ୍ତି ।

ଯେଉଁ ସମୟରେ ଛୁଆ ମାନେ ବାହାରେ ଖେଳିବା ବୁଲିବା କଥା ସେହି ବୟସରେ ପିଲା ମାନେ ଗୋଟେ ମୋବାଇଲ ଭିତରେ ରାତି ଦିନ ପଶି ରହୁଛନ୍ତି । ବନ୍ଧୁଗଣ ଏହା ଦ୍ଵାରା ପିଲା ମାନଙ୍କ ମସ୍ତିସ୍କ ସଙ୍କୁଚିତ ହୋଇ ରହିଯିବ ଓ ପିଲାର ମାନସିକ ବିକାଶ ଘଟିବ ନାହିଁ ।

ଏହା ଛଡା ଅଧିକ ମୋବାଇଲ ଦେଖିବା ଦ୍ଵାରା ପିଲା ମାନଙ୍କ ଆଖି ଖରାପ ହେଉଛି । ବର୍ତ୍ତମାନର ସମୟରେ ଅଧିକାଂଶ ପିଲା ସ୍କୁଲକୁ ଚଷମା ପିନ୍ଧିକି ଆସୁଛନ୍ତି । ବନ୍ଧୁଗଣ ସମସ୍ତ ମା ବାପାଙ୍କୁ ନିଜ ଛୁଆର ମାନସିକ ବିକାଶ, ଶାରୀରିକ ବିକାଶ ଓ ବୌଧିକ ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ । ତେଣୁ ବନ୍ଧୁଗଣ ଆପଣ ମାନେ ବି ସଜାଗ ରୁହନ୍ତୁ ଓ ନିଜ ଛୁଆ ମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖନ୍ତୁ, ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *