ମୃତ୍ୟୁ ବି ଆଜି କାନ୍ଦିଥିବ, 2 ଦିନ ହେବ ମା’ର ଶବ ପାଖରେ ବସି ରହିଛି କୁନି ଝିଅ, ଆଉ କହୁଛି….ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି । ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ନିଶ୍ଚୟ ଲୁହ ଝରି ଆସିବ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଗତ ଦୁଇ ଦିନ ହେବ ମା ଦୁନିଆ ଛାଡି ଚାଲି ଯାଇଛି ହେଲେ ମଧ୍ୟ କୁନି ଝିଅ ମା ପାଖରେ ବସି ରହିଥିଲା ।

ଏହା ପରେ ପଡୋଶୀ ଘରକୁ ଝିଅ ଯାଇ କହିଲା ମୋ ମା ମୁହଁରୁ ପୋକ ବାହାରୁଛି ତାର କଣ ଦେହ ଖରାପ ହେଇଛି ଯାଇକି ଦେଖ । ଯେତେବେଳେ ପଡୋଶୀ ଆସି ଦେଖିଲେ ସେତେବେଳେ ମା ଆଉ ଦୁନିଆରେ ନଥିଲା । ବନ୍ଧୁଗଣ ଗୋଟେ ଶବ ପାଖରେ ଛୁଆଟି ଗତ ଦୁଇ ଦିନ ହେବ ବସି ରହିଥିଲା ଏହି ଦୃଶ୍ୟଟି ସମସ୍ତଙ୍କୁ ବିବ୍ରତ କରିଥିଲା ।

ଏହି ଦୃଶ୍ୟ ଦେଖି ସମସ୍ତେ ନିରୁପାୟ ଓ ନିର୍ବାକ ହୋଇଯାଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ବଲାଙ୍ଗୀର ଜିଲ୍ଲା ସାଗରପଡା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଆଜି ସାମ୍ନାକୁ ଆସିଛି । ସାଗରପଡାର ଶିବ ମନ୍ଦିର ପାଖରେ ଥିବା ଏକ ଘରୁ ବିଧବା ମହିଳାଙ୍କ ମୃତ ଦେହ ଉଧାର ହୋଇଛି । ଇନ୍ଦିରା ନଗର ପଡାର କୁନିଙ୍କ ସ୍ଵାମୀଙ୍କର ମୃତ୍ୟୁ ପରେ ପ୍ରାୟ ପାଞ୍ଚ ବର୍ଷର ଝିଅ ଆର୍ଯ୍ୟା ସହ ସାଗରପଡା ସୁବେନ୍ଧୁ ହୋତାଙ୍କ ଘରେ କୁନି ରହି ଆସୁଥିଲେ ।

ଆଖ ପାଖ ଅଞ୍ଚଳରେ କାମ ଧନ୍ଦା କରି ଗୁଜୁରାଣ ମେଣ୍ଟାଉ ଥିଲେ । କୁନି ନିଜକୁ ଓ ନିଜ ଝିଅକୁ ଦିନକୁ ଦୁଇ ମୁଠା ଖାଇବାକୁ ଦେଉଥିଲେ । ହେଲେ ଆଜି ସକାଳର ଘଟଣା ସାହି ପଡିଶା ଲୋକଙ୍କୁ ହତଭାଗ କରିଦେଇଥିଲା । ମୃତ ଶବ ଦେଖିବା ପରେ ପଡୋଶୀ ଲୋକ ମାନେ ସ୍ଥାନୀୟ ଟାଉନ ପୋଲିସକୁ ଏହାର ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି ।


ଘର ମାଲିକ ସୁବେନ୍ଧୁ ହୋତା କହିଛନ୍ତି ଯେ, କୁନିଙ୍କର ଦେହ ବାରମ୍ବାର ଅସୁସ୍ଥ ହୁଏ । ତେବେ ବର୍ତ୍ତମାନ ତାଙ୍କ ଝିଅ ଆର୍ଯ୍ୟା ଚାଇଲ୍ଡ ଲାଇନର ସଦସ୍ୟ ମାନଙ୍କ ସହ ଅଛନ୍ତି । ତେବେ ଏହି କୁନି ଝିଅ ସହ ଯାହା ହେଇଗଲା ସ୍ଵପ୍ନରେ ସୁଧା କଳ୍ପନା କରି ହେଉ ନାହିଁ । ତା ହେଲେ ବନ୍ଧୁଗଣ ଏହି ଅଭାବନୀୟ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *