ନମସ୍କାର ବନ୍ଧୁଗଣ ତେବେ କାହିଁକି ଆତ୍ମହତ୍ୟା କଲେ ରାଇମୋହନ ପରିଡ଼ା ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଲେ ତାଙ୍କ ଜୀବନର ଏକ ଆଉ ଏକ ଦିଗ ଏବେ ସାମ୍ନାକୁ ଆସଛି । ପ୍ରେମ ବିବାହ କରିଥିଲେ ଲୋକପ୍ରିୟ ଖଳନାୟକ ରାଇମୋହନ । ୧୯୯୨ ମସିହାରେ ହୋଇଥିଲା ରାଇମୋହନ ପରିଡାଙ୍କ ବିବାହ । ଭୁବନେଶ୍ୱର ସ୍ଥିତ ଆମୋଫୋଇ ସଂସ୍ଥା ସହାୟତାରେ ରାଇମୋହନ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ ।
ତେବେ ଗତକାଲି ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହେ ଉଦ୍ଧାର ହୋଇଥିଲା । ଯିଏ ପ୍ରେମ କରି ବିବାହ କରିଥିଲେ, ସଂସାର ଉପରୁ ତାଙ୍କର ପୁଣି କେମିତି ମୋହ ମାୟା ଛିଣ୍ଡିଗଲା । ଆଉ ସେ ଆତ୍ମହତ୍ୟାର ବାଟ ବାଛିନେଲା । ତେବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, କାହିଁକି ହଠାତ୍ ଏଭଳି ଚରମ ପଦକ୍ଷେପ ନେଲେ ରାଇମୋହନ ?
ପାରିବାରିକ କଳହ, ଆର୍ଥିକ ବୋଝ ନା ଅନ୍ୟ କିଛି କାରଣ ? ଗତକାଲି ରାତି ପର୍ଯ୍ୟନ୍ତ ଯେଉଁ ମଣିଷ ସମ୍ପୂର୍ଣ୍ଣ ଠିକ୍ ଥିଲା, ହେଲେ ଗତକାଲି କାହିଁକି ବାଛିଲେ ଆତ୍ମହତ୍ୟାର ପଥ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ରାଇମୋହନଙ୍କ ଶେଷ ମେସେଜ୍ ସମ୍ପର୍କରେ ବି ସୂଚନା ଦେଇଛି ମଞ୍ଚେଶ୍ୱର ପୋଲିସ୍ । ଆତ୍ମହତ୍ୟା ପୂର୍ବରୁ ନିଜର ୨ ଝିଅ ଓ ପତ୍ନୀଙ୍କୁ ମୋବାଇଲରେ ବାଏ ମେସେଜ ଦେଇଥିଲେ ରାଇମୋହନ, ଯାହାକୁ ନେଇ ପୋଲିସ ବି ଖୋଳତା଼ଡ଼ କରୁଛି ।
ସେପଟେ ଦୁଇ ଦିନ ପୂର୍ବରୁ ଶେଷ ପେମେଣ୍ଟ ପାଇଥିଲେ ଦିବଂଗତ ଅଭିନେତା । କଟକର ଏଲଟି ପ୍ରଡକ୍ସନ ଏକ ଫିଲ୍ମ ବାବଦକୁ ୩୦ ହଜାର ଟଙ୍କା ରାଇମୋହନଙ୍କୁ ଦେଇଥିଲେ । ତେବେ ରାଇ ମୋହନ ନିଜ ର ଏକ ଇନ୍ଟର୍ଭିୟୁ ରେ କହିଥିଲେ କି ଜାଣିଛି ସବୁ ଚରିତ୍ର ଗୋଟିଏ ପ୍ରକାର କରିଦେଲେ ଚଳିଯାଇପାରେ । ଆପଣ ମୋର ପ୍ରତ୍ୟେକ ସିନେମା ଦେଖିଥିବେ । ପ୍ରତ୍ୟେକ ସିନେମାରେ ମୁଁ ଅଲଗା କରେ ।
ମୁଁ କେବେବି ବାଟବଣା ହୋଇନାହିଁ । ସିନେମା ହେଉ ଯାତ୍ରା ହେଉ କେଉଁ ଜାଗାରେ ମୁଁ ବାଟବଣା ହୋଇନାହିଁ । ମୋ ପାଇଁ ମୋ ସ୍ତ୍ରୀ ସବୁଠାରୁ ସୁନ୍ଦର ଏବଂ ସବୁଠାରୁ ବଡ । ତେଣୁ ମୁଁ ଯେତେବେଳେ ତାଙ୍କୁ ପାଇଛି ମୁଁ ତାଙ୍କୁ ଧୋକା ଦେବୀ କାହିଁକି । ସେହିତ ଜଣେ ଯିଏ ମୋର ସବୁ । ସେ ମୋତେ ସବୁ କାମ ପାଇଁ ସାହସ ମଧ୍ୟ ଦିଅନ୍ତି । ମୁଁ ତାଙ୍କୁ ଟିକିଏ ଡରେ ଏବଂ ଭଲ ମଧ୍ୟ ପାଏ । ଡର ଠାରୁ ଭଲପାଇବା ଟା ବେଶି ।
ତେବେ ଉଭୟ ଯାତ୍ରା ଓ ସିନେମାରେ ରାଇମୋହନ ଜଣେ ଚର୍ଚ୍ଚିତ ଖଳନାୟକ ରୂପରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ । ୯୦ରୁ ଅଧିକ ଓଡ଼ିଆ ସିନେମା ଓ ୧୫ରୁ ଅଧିକ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି । ସିଂହ ବାହିନୀ, ସୁନା ଭାଉଜ ଓ ମେଣ୍ଟାଲ ଚଳଚ୍ଚିତ୍ର ତାଙ୍କ ଅଭିନୟ କ୍ୟାରିଅରର ମାଇଲ୍ ଖୁଣ୍ଟ ଥିଲା ।
୧୯୯୧ ମସିହାରେ ବସ୍ତ୍ର ହରଣ, ୧୯୯୨ ନାଗ ପଞ୍ଚମୀ, ୧୯୯୫ ମସିହାରେ ରଣଭୂମି, ମଣି ନାଗେଶ୍ବରୀ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୯ ମସିହାରେ ସରପଞ୍ଚ ବାବୁ, ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ, ୨୦୦୩ ରେ ଯେ ପାଞ୍ଚେ ପର ମନ୍ଦ, ୨୦୦୨ ରେ ସେହି ଝିଅଟି, ପୁଅ ମୋର ଜଗତ ଜିତା, ଚକା ଆଖିସବୁ ଦେଖୁଛି, ୨୦୦୭ ମସିହାରେ କାଳି ଶଙ୍କର ଆଦି ସିନେମାରେ ସେ ନିଖୁଣ ଅଭିନୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।