ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିନାଶ କାଳେ ବିପରୀତ ବୁଦ୍ଧି । ବାର୍ଦ୍ଧକ୍ୟ ଜନିତ ରୋଗ ଗ୍ରାସ କରିଗଲା କି ରାଜ୍ୟ କଂଗ୍ରେସ କୁ? କାହିଁକି ଖେଳ ବିଗାଡୁଛନ୍ତି ନରସିଂହ? ବ୍ରଜରାଜନଗର ଉପ ନିର୍ବାଚନ ପରେଉଠୁଥିଲା ଏବେ ତଳକୁ ଖସିବ କି? ଦ୍ରୌପଦୀ ମୂର୍ମୁ ଙ୍କୁ କାହିଁକି କରିବନି ସମର୍ଥନ? ବିନାଶ କାଳେ ବିପରୀତ ବୁଦ୍ଧି ଭଳି ରାଜ୍ୟ କଂଗ୍ରେସ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରୁଛି । ଜଣେ ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ ଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ
ସମର୍ଥନ କରିବା ନ କରିବା କୁ ନେଇ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଦୁଇ ଦିନ ତଳେ ବିସିସି ସଭାପତି ସରୋଜ ପଟନାୟକ କହିଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ରୁ ଫେରି ନାହାନ୍ତି, ମାତ୍ର ହଠାତ କଣ ହେଲା କେଜାଣି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସବୁ ଖେଳ ବିଗାଡ଼ି ଦେଲେ । ଦ୍ରୌପଦୀ ଙ୍କୁ ସେ ବ୍ୟକ୍ତିଗତ ଭାବରେ ଜାଣନ୍ତି ଏବଂ ତାଙ୍କୁ ପସନ୍ଦ କରନ୍ତି ବୋଲି କହିଛନ୍ତି ।
ଅଥଚ ରାଷ୍ଟ୍ରପତି ନିର୍ବାଚନ ବେଳେ ସେ କିମ୍ବା ତାଙ୍କ ଦଳ ଦ୍ରୌପଦୀ ଙ୍କୁ ଭୋଟ ଦେବାକୁ ପ୍ରଶ୍ନ ଉଠୁନି ବୋଲି ଗଣ ମାଧ୍ୟମ ଆଗରେ କହିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ପରେ କଂଗ୍ରେସ ଦ୍ଵିତୀୟ ସ୍ଥାନ କୁ ଉଠୁଛି ବୋଲି ଆଲୋଚନା ହେଉଛି । ଦ୍ରୌପଦୀ ମୁର୍ମୁ ଙ୍କ ଭଳି ଜଣେ ଓଡ଼ିଆ ଙ୍କୁ ଯେତେବେଳେ ବିଜେପି ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ କରିଛି ସେତେବେଳେ ସାଂସଦ ତାଙ୍କୁ ସମର୍ଥନ କରିବେ ବୋଲି କୁହାଯାଉଥିଲା ।
ପ୍ରତି ଓଡ଼ିଆ ଙ୍କ ପାଇଁ ଏହା ଏକ ସ୍ୱାଭିମାନ ର ପ୍ରଶ୍ନ ହୋଇ ଥିବାରୁ କଂଗ୍ରେସ ବିଧାୟକ ମାନେ ପାର୍ଟି ଅପେକ୍ଷା ମାଟି କୁ ବାଛିବେ ବୋଲି ଚର୍ଚ୍ଚା ହେଉଥିଲା । ଭୋଟ ଗଣିତ ଏବଂ ବିଭିନ୍ନ ଦଳ ର ସମର୍ଥନ ଦୃଷ୍ଟି ରୁ ଦ୍ରୌପଦୀ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି । ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଜିତିବା ନେଇ କୌଣସି ସମ୍ଭାବନା ଦେଖାଯାଉ ନାହିଁ ।
ଏଭଳି ସ୍ଥିତି ରେ ରାଜ୍ୟ କଂଗ୍ରେସ ଯଦି ଦ୍ରୌପଦୀ ଙ୍କୁ ସମର୍ଥନ କରନ୍ତା ତେବେ ଓଡ଼ିଆ ଲୋକଙ୍କ ଭିତରେ ଏହି ଦଳ ର ଗ୍ରହଣୀୟତା ଆହୁରି ବଢ଼ନ୍ତା । ଏମିତିରେବି କେନ୍ଦ୍ର ର କଂଗ୍ରେସ ସରକାର ଅପେକ୍ଷା ବିଜେପି ଓଡ଼ିଶା କୁ ଅଧିକ ଗୁରୁତ୍ୱ ଦେଉଥିବା ଆଲୋଚନା ହେଉଛି । ଏହି ସବୁ ମଧ୍ୟ ରେ କଂଗ୍ରେସ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରୁଛି ଏବଂ ନିଜସ୍ୱ ମହତ୍ୱ ହରାଉଛି ବୋଲି ଲୋକମାନେ କହୁଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।