‘ରାଇ ଭାଇ ମରିବା ପାଇଁ ବହୁତ ସମୟ ନେଲେ…’ ଦେଖନ୍ତୁ ଏମିତି କାହିଁକି କହିଲେ ଅଭିନେତା Hara Ratha, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜଣେ ଭେଟେରାନ ଅଭିନେତା ଭାବରେ ସାରା ଓଡିଶାରେ ଲୋକପ୍ରିୟତା ଅର୍ଜନ କରିଥିଲେ ଅଭିନେତା ରାଇମୋହନ ପରିଡା । ୧୦ ଜୁଲାଇ ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ଜଣଙ୍କ ଯେ ଅଗଣିତ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ । ତେବେ ଏହି ଅଭିନେତା ଜଣଙ୍କ ର ବିକଳ୍ପ କହିଲେ କେହି ନାହିଁ । ମାତ୍ର ୫୮ ବର୍ଷ ବୟସରେ ତାଙ୍କର ଏଭଳି ଭାବରେ ତାଙ୍କର ମୃତ୍ୟୁ ଘଟିବ ତାହା କେହି କେବେ ଭାବି ନଥିବେ ।

କଳାକାର ଭାବରେ ଉପଯୁକ୍ତ କଳା ପ୍ରଦର୍ଶନ କରିବାରେ ମାହିର ଥିଲେ ରାଇମୋହନ ପରିଡା । ଆଉ ଏବେ ଅଭିନେତା ଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ଖଳନାୟକ ଚରିତ୍ରରେ ବେଶ୍ ଆକର୍ଷଣୀୟ ଅଭିନୟ ଦେଖାଉଥିଲେ ଏହି ଅଭିନେତା ଜଣଙ୍କ । ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ସେ ।

ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ରହିଥିବା ଏହି କଳାକାର ଦୀର୍ଘ ୩୫ ବର୍ଷ ଧରି ଅଭିନୟ ଜଗତରେ ରହି ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ । ଏବେ ତାଙ୍କ ବିୟୋଗରେ ଓଡିଶା ସିନେ ଜଗତ ସ୍ତବ୍ଧ ହୋଇ ଯାଇଛି । ତାଙ୍କ ଭଳି ଜଣେ ରତ୍ନ ରୁପି କଳାକାର ଏବଂ ବହୁ ପ୍ରତିଭାର ଅଧିକାରୀ ଙ୍କୁ ହରାଇ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି ।

ସେ ସିନା ଆଉ ଦୁନିଆ ରେ ନାହାଁନ୍ତି କିନ୍ତୁ ସିନେ ପ୍ରେମୀଙ୍କ ମନରେ ଏକ ଭିନ୍ନ ଅଭୁଲା ଚରିତ୍ରର ଫିଲ୍ମ୍ ଭାବରେ ସତେଜ ହୋଇ ରହିଛି ତାଙ୍କ ଫିଲ୍ମ୍ ସବୁ । ଏବେ ତାଙ୍କର ମୃତ୍ୟୁ ପରେ ଗୋଟିଏ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ରାଇମୋହନ ଙ୍କ ନିଧନ ରେ ସମସ୍ତ ଓଲିଉଡ ଇଣ୍ଡଷ୍ଟ୍ରୀ ଭାଙ୍ଗି ପଡିଥିବା ବେଳେ ଅଭିନେତା ହର ରଥ ମଧ୍ୟ ରାଇମୋହନ ଙ୍କ ସମ୍ବନ୍ଧରେ ନିଜର କିଛି ମନ୍ତବ୍ୟ ମିଡିଆ ସାମ୍ନା ରେ ରଖିଛନ୍ତି ।

ହର ରଥ ଙ୍କ କହିବାନୁଯାୟୀ, ରାଇମୋହନ ହେଉଛନ୍ତି ଏଭଳି ଜଣେ ବ୍ୟକ୍ତି ଯିଏ କେବେ ମୃତ୍ୟୁ ଙ୍କୁ ଡରନ୍ତି ନାହିଁ । ମିଦି ସାମ୍ନା ରେ ହର ରଥ ତାଙ୍କର ଏବଂ ରାଇମୋହନ ଙ୍କ ଭିତରେ ଏକ ସ୍ମୃତି ବାର୍ତ୍ତାଳାପ କୁ ମଧ୍ୟ ସାମ୍ନା ରେ ରଖିଛନ୍ତି । ସେ କହିଛନ୍ତି ଯେ, ଥରେ ରାଇମୋହନ ଙ୍କୁ ସେ କହିଲେ ଯେ, ‘ରାଇ ଭାଇ ଆପଣ ମରିବାକୁ ବହୁତ ସମୟ ନିଅନ୍ତି । ଏହାର ଉତ୍ତର ରେ ରାଇମୋହନ କହିଥିଲେ ରାଇମୋହନ କଣ ଗୋଟିଏ ସାମାନ୍ୟ ଗୁଳି ରେ ମରିଯିବ ।

ତାହା କେବେ ସମ୍ଭବ ନୁହେଁ । ‘ ତେବେ ଏଭଳି ଜଣେ ରାଜା ସ୍ଵଭାବ ର ବ୍ୟକ୍ତିତ୍ୱ ଙ୍କ ଏପରି ମୃତ୍ୟୁ କେହିବି କେବେ ଆଶା କରି ନଥିଲେ । ତାଙ୍କ ବଡ଼ ଝିଅ ପ୍ରେମ ବିବାହ କରିଥିଲେ । ଯେଉଁଥି ପାଇଁ ସେ ଅରାଜି ଥିଲେ । କିନ୍ତୁ ସମୟ ସହିତ ସେ ଏହାକୁ ସ୍ୱୀକାର ମଧ୍ୟ କରି ନେଇଥିଲେ । ପରେ ରାଇମୋହନ ନିଜ ସାନ ଝିଅ ଙ୍କ ବାହାଘର ପ୍ରସ୍ତୁତି ମଧ୍ୟ କରିଥିଲେ ଏବଂ ଝିଅ ବାହାଘର ପାଇଁ ଦଶ ଲକ୍ଷ ଟଙ୍କା ମଧ୍ୟ ରଖିଥିଲେ ବୋଲି କହିଥିଲେ । ଏହା ତାଙ୍କ ସ୍ୱପ୍ନ ଥିଲା ।

କିନ୍ତୁ ହଠାତ ସେ କଣ ପାଇଁ ଏଭଳି ନିଷ୍ପତ୍ତି ନେଲେ ତାହା କେହିବି ଜାଣି ନାହାନ୍ତି । ତାଙ୍କର ଏହି ନିଷ୍ପତ୍ତି ଜନ ସାଧାରଣ ଙ୍କୁ ଆଚମ୍ବିତ କରି ଦେଇଛି । ପୋଲିସ ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ତଦନ୍ତ ରେ ଲାଗିଛି । ତଦନ୍ତ ପରେ ହିଁ ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *